ARTICLE AD BOX
କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ସୁରୁପତଳା ଗାଁରେ ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଜଗନ୍ନାଥ ପାତ୍ରଙ୍କ ମୃତ୍ୟୁ। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
/sambad/media/media_files/2026/11/15/oldman-drowned-2026-11-15-17-03-36.jpg)
ଝୁମ୍ପୁରା:କେନ୍ଦୁଝରଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ସୁରୁପତଳା ଗାଁରେ ଆଜି (ରବିବାର) ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ସେହି ଗାଁ ର ଜଗନ୍ନାଥ ପାତ୍ର (୫୩ ବର୍ଷ) ଅଟନ୍ତି।
Tragedy in Bhadrak: ପୋଖରୀରେ ବୁଡ଼ି ଜେଜେ ଓ ୪ବର୍ଷର ନାତି ମୃତ
ନିକଟ ସମ୍ପର୍କୀୟଙ୍କ ଠାରୁ ମିଳିଥିବା ସୂଚନାନୁସାରେ, ଆଜି ପୂର୍ବାହ୍ଣରେ ସେ ସବୁଦିନ ଭଳି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ବହୁ ସମୟ ଧରି ଘରକୁ ଫେରିନଥିଲେ। ଏଣୁ ପରିବାର ସଦସ୍ୟମାନେ ଖୋଜାଖୋଜି କରିଥିଲେ। ଅପରାହ୍ଣ ସମୟରେ ଜଗନ୍ନାଥଙ୍କ ମୃତ ଦେହ ପାଣିରେ ଭାସୁଥିବା ଦେଖିଥିଲେ। ଏନେଇ ତୁରନ୍ତ ପୁଲିସକୁ ସୂଚିତ କରିଥିଲେ। ପୁଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହର ବ୍ୟବଚ୍ଛେଦ ନିମନ୍ତେ ଚମ୍ପୁଆ ଡାକ୍ତରଖାନା ପଠାଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

18 minutes ago
1


