ARTICLE AD BOX
ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ଏବେ ଦାବି, ଆପତ୍ତି ଓ ଶୁଣାଣି ଚାଲିଛି। ଅଗଷ୍ଟ ୧୯ଯାଏଁ ନୋଟିସ୍ ପାଇଥିବା ଭୋଟରମାନେ ସେମାନଙ୍କ ଦାବି କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ। ବର୍ତ୍ତମାନ ସୁଦ୍ଧା ବିଏଲ୍ଓମାନଙ୍କ ଦ୍ବାରା ମୋଟ ୫୮,୩୬,୪୩୦ଜଣଙ୍କୁ ନୋଟିସ୍ ଜାରି କରାଯାଇଥିବାବେଳେ ଏଥିରୁ ୫୭,୭୭,୫୬୫ଜଣଙ୍କୁ ନୋଟିସ୍ ହସ୍ତାନ୍ତର କରାଯାଇଛି। ନୋଟିସ୍ ପାଇଥିବା ଲୋକମାନେ ଅଭିଯୋଗ ଆଣି ଶୁଣାଣି ପ୍ରକ୍ରିୟାରେ ସାମିଲ ହେଉଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ହଜାର ଭୋଟରଙ୍କ ନାମ କଟିଥିବା ଜାଣିବାକୁ ମିଳିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ନୋଟିସ୍ ପାଇଥିବା ଭୋଟରଙ୍କ ମଧ୍ୟରୁ ଆଜି ସୁଦ୍ଧା ୩୦,୧୧,୫୮୭ଜଣଙ୍କର ଶୁଣାଣି ଶେଷ ହୋଇଛି। ଏଥିରୁ ଆବଶ୍ୟକ ତଥ୍ୟ ଅଭାବରୁ ୧୨,୫୭୨ଜଣଙ୍କ ନାମ କଟିଛି। େସହିପରି ଏକାଧିକ ସ୍ଥାନରେ ଭୋଟର ତାଲିକାରେ ନାମ ଥିବା ୩୭,୨୬୫ଜଣ ସେମାନଙ୍କ ନାମ ଗୋଟିଏ ସ୍ଥାନରେ ରଖି ଅନ୍ୟତ୍ର କାଟିବାକୁ ଫର୍ମ-୭ରେ ଆବେଦନ କରିଛନ୍ତି। ଅର୍ଥାତ୍ ଏହି ୩୭,୨୬୫ଜଣଙ୍କ ନାମ ବି କଟିଛି।
Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା
ତଥ୍ୟ ଅଭାବରୁ ୧୨,୫୭୨ ଜଣ, ଡବଲ୍ ଭୋଟର ୩୭,୨୬୫ଜଣ କଟିଲେ
ନୂଆ ଭୋଟର ହେବାକୁ ଆବେଦନ କଲେଣି ୧,୮୧,୭୭୦ଜଣ
ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୧୨୦ଜଣଙ୍କର ନାମ କଟିଛି। ଭଦ୍ରକରେ ୧୦୬୩ଜଣଙ୍କର ନାମ କଟିଥିବାବେଳେ ମହାକାଳପଡ଼ାରେ ୩୬ଜଣ, ମାଲକାନଗିରିରେ ୧୦ଜଣଙ୍କ ନାମ କଟିଛି। କିନ୍ତୁ ଯେଉଁଠି ଅଧିକ ସନ୍ଦିଗ୍ଧ ଭୋଟର ଅଛନ୍ତି ବୋଲି ଅାଶଙ୍କା କରାଯାଉଥିଲା ସେହି ସବୁ ସ୍ଥାନରେ ଶୁଣାଣି ପ୍ରକ୍ରିୟା ଏବେ ସୁଦ୍ଧା ଅଧା ହୋଇନି। ବିଶେଷକରି ଯେଉଁଠି ବାଂଲାଦେଶୀ ନାଗରିକମାନେ ଭୋଟର କାର୍ଡ ହାତେଇ ନେଇଛନ୍ତି ସେମାନଙ୍କ ନାମ ତାଲିକାରୁ କାଟିବାକୁ ଇଆର୍ଓମାନଙ୍କୁ କୁହାଯାଇଛି। ଅଗଷ୍ଟ ୧୯ ସୁଦ୍ଧା ଯେଉଁମାନେ ନୋଟିସ୍ର ଉତ୍ତର ନଦେବେ ସେମାନଙ୍କ ନାମ ଭୋଟର ତାଲିକାରୁ କଟିଯିବ। ଅପରପକ୍ଷେ ଏହି ପ୍ରକ୍ରିୟାରେ ନୂତନ ଭୋଟର ଭାବେ ନାମ ଯୋଡ଼ିବାକୁ ଫର୍ମ-୬ ଜରିଆରେ ୧,୮୧,୭୭୦ଜଣ ଆବେଦନ କରିଛନ୍ତି। ଏହାସହ ଭୋଟରଙ୍କ ନାମ, ଠିକଣା କିମ୍ବା ଅନ୍ୟାନ୍ୟ ସଂଶୋଧନ ଓ ପରିବାରର ସଦସ୍ୟଙ୍କ ନାମ ଏକତ୍ର ଗୋଟିଏ ସ୍ଥାନରେ ରଖିବା ପାଇଁ ଫର୍ମ-୮ରେ ୧,୬୩,୪୨୪ ଜଣ ଭୋଟର ଆବେଦନ କରିଛନ୍ତି।
Tur dal: ହରଡ଼ ଡାଲିର ସମ୍ପୂର୍ଣ୍ଣ ଜିନୋମ୍ ଉନ୍ମୋଚନ କଲେ ଭାରତୀୟ ବିଜ୍ଞାନୀ
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନମଣ୍ଡଳୀ ଓ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଶତ ପ୍ରତିଶତ ନୋଟିସ୍ ପ୍ରଦାନ ସହ ଶତ ପ୍ରତିଶତ ଶୁଣାଣି ଶେଷକରି ସର୍ବାଗ୍ରେ ରହିଛନ୍ତି। ସୂଚନାଯୋଗ୍ୟ ଯେ, ଏସ୍ଆଇଆର୍ ପ୍ରକ୍ରିୟାରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବାବେଳେ ୨୦,୧୨,୬୭୬ଜଣଙ୍କ ନାମ କଟିଥିଲା। ଆହୁରି ୧୨ଲକ୍ଷରୁ ଅଧିକ ଭୋଟରଙ୍କର କୌଣସି ତଥ୍ୟ ନଥିବାରୁ ସେମାନଙ୍କୁ ନୋଟିସ୍ କରାଯାଇଛି। ସେପ୍ଟେମ୍ବର ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଲେ କେତେ ଭୋଟରଙ୍କ ନାମ କଟିଲା ତାହା ସ୍ପଷ୍ଟ ହେବ।

1 week ago
5

