ARTICLE AD BOX
ନୂଆଦିଲ୍ଲୀ: ସଂପ୍ରତି ଘର କିଣୁଥିବା ଗ୍ରାହକମାନେ ଟିକେ ବଡ଼ ଘର ନେବାକୁ ପ୍ରୟାସ କରୁଛନ୍ତି। ସେଥିପାଇଁ ଚଳିତ ବର୍ଷ ଏପ୍ରିଲ୍ରୁ ଜୁନ୍ ମଧ୍ୟରେ ବିକ୍ରି ହୋଇଥିବା ପ୍ରାୟ ୪୬ ପ୍ରତିଶତ ଘର ଥିଲା ୩ବିଏଚ୍କେ। ୩ବିଏଚ୍କେର ଅର୍ଥ ହେଉଛି ଘରଟିରେ ନିତିଟି ଶୟନ କକ୍ଷ, ଗୋଟିଏ ହଲ୍ ଓ ଗୋଟିଏ ରୋଷେଇ ଘର ରହିଥାଏ। ଅଧିକ ସଦସ୍ୟ ଥିବା ପରିବାରଗୁଡ଼ିକ ଏଭଳି ଘରକୁ ଅଧିକ ପସନ୍ଦ କରୁଛନ୍ତି। ୩୨ ପ୍ରତିଶତ ଗ୍ରାହକ ୨ବିଏଚ୍କେ ଘର କିଣିଛନ୍ତି।
ମ୍ୟାଜିକ୍ବ୍ରିକ୍ ପ୍ରପ୍ଇଣ୍ଡେକ୍ସ ଅନୁଯାୟୀ, କୋଳକାତା, ଅହମଦାବାଦ, ପୁଣେ ଓ ଗ୍ରେଟର ନୋଏଡାରେ ଗ୍ରାହକମାନେ ସୁଲଭ ଘରକୁ ପସନ୍ଦ କରୁଛନ୍ତି। ଏହି ସହରଗୁଡ଼ିକରେ ୭୫ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ଘର ଚାହିଦା ଅଧିକ ରହିଛି। ସେହି ସମୟରେ ବେଙ୍ଗାଲୁରୁ, ହାଇଦ୍ରାବାଦ, ଗୁରୁଗ୍ରାମ ଓ ନୋଏଡ଼ାରେ ଦେଢ଼ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କା ମୂଲ୍ୟର ଘର ଅଧିକ ବିକ୍ରି ହେଉଛି। ବିଳାସପୂର୍ଣ୍ଣ ଘର ମୁମ୍ବାଇ, ଗୁରୁଗ୍ରାମ ଓ ନୂଆଦିଲ୍ଲୀରେ ସୀମିତ ରହିଛି। ଦେଶରେ ବିକ୍ରି ହୋଇଥିବା ୭୦ ପ୍ରତିଶତ ଘର ୭୫୦ରୁ ୨୦୦୦ ବର୍ଗଫୁଟ ମଧ୍ୟରେ ତିଆରି ହୋଇଛି।
ଭେନେଜୁଏଲା ଭୂମିକମ୍ପକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କଲେ ଇସ୍ରୋ-ନାସା
ଘର କିଣିବାକୁ ଚାହୁଥିବା ଅଧିକାଂଶ ଗ୍ରାହକ ୩ବିଏଚ୍କେ ଘର ଦେଖୁଛନ୍ତି। କିନ୍ତୁ ନିଜ ବଜେଟ୍ ବାହାରକୁ ମୂଲ୍ୟ ଚାଲିଗଲେ ସେମାନେ ୨ବିଏଚ୍କେ କିଣିବାକୁ ବାଧ୍ୟ ହେଉଛନ୍ତି। ଏଥିରୁ ଏହା ଜଣାପଡ଼ୁଛି ଯେ ଲୋକମାନଙ୍କର ବଡ଼ ଘର ନେବାର ଅଭିଳାଷ ଅଛି, କିନ୍ତୁ ସେହି ଅନୁସାରେ ସମସ୍ତଙ୍କ ଆର୍ଥିକ ସାମର୍ଥ୍ୟ ନାହିଁ। ୱାର୍କ ଫ୍ରମ୍ ହୋମ୍ ଚାହିଦା ବଢ଼ିବା ପରେ କମ୍ କୋଠରି ବିଶିଷ୍ଟ ଘରେ ବହୁତ ଅସୁବିଧା ହୋଇଥାଏ। ସେହି ଧରଣର ଚାକିରି କରିଥିବା ଲୋକମାନେ ଅଧିକ କୋଠରି ବିଶିଷ୍ଟ ଘରକୁ ଅପ୍ଗ୍ରେଡ୍ କରିବାକୁ ଉଦ୍ୟମ କରୁଛନ୍ତି।

1 hour ago
2


