ARTICLE AD BOX
ବାରିପଦା(ବଟକୃଷ୍ଣ ବିହାରୀ): ଶିକାର କରିବା ଉଦ୍ଦେଶ୍ୟର ଶିମିଳିପାଳ ଅଭୟାରଣ୍ୟ ଦକ୍ଷିଣ ବନ୍ୟପ୍ରାଣୀ ଡ଼ିଭିଜନ ଅନ୍ତର୍ଗତ ଜଙ୍ଗଲରେ ବେଆଇନ ଭାବେ ପ୍ରବେଶ କରୁଥିବା ବେଳେ ୪ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି।
Arrested: ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ
ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ବଳ ଏବଂ ବନ ବିଭାଗର ମିଳିତ ଚଢ଼ାଉ କରି ଶିକାରୀମାନଙ୍କ ନିକଟରୁ ଦୁଇଟି ଦେଶୀ ହାତ ତିଆରି ବନ୍ଧୁକ ଜବତ କରାଯାଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର (ଦକ୍ଷିଣ) ଉପନିର୍ଦ୍ଦେଶକ ସୁମିତ କୁମାର କରଙ୍କ ସୂଚନା ଅନୁସାରେ, ଶିକାରୀମାନେ ଅଭୟାରଣ୍ୟ ମଧ୍ୟକୁ ବେଆଇନ ଭାବେ ପ୍ରବେଶ କରୁଥିବା ସମୟରେ ଜଙ୍ଗଲରେ ଲଗାଯାଇଥିବା ଏଆଇ କ୍ୟାମେରାରେ ସେମାନଙ୍କ ଫଟୋ କଏଦ ହୋଇଥିଲା । କ୍ୟାମେରା ଆଲର୍ଟ ମିଳିବା କ୍ଷଣି ବନ ବିଭାଗର ସ୍କ୍ୱାଡ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା ।
Similipal poachers arrested ଏଆଇ କ୍ୟାମେରାରେ ଧରିଲା ବେଆଇନ ଶିକାରୀ
ଗିରଫ ଅଭିଯୁକ୍ତମାନେ ହେଲେ କପ୍ତିପଦା ଥାନା ଅନ୍ତର୍ଗତ ପୋଡ଼ାଡ଼ିହା ଅଞ୍ଚଳର ବଡ଼ଜୁଣପାଳ ଗ୍ରାମର ଫାଗୁରାମ ଟୁଡୁ (୨୩), ରାମଚନ୍ଦ୍ର କିସ୍କୁ (୫୬), ରଞ୍ଜନ କିସ୍କୁ (୨୬) ଓ ସାନ୍ଜୁଣପାଳ ଗ୍ରାମର ବିଶ୍ୱନାଥ ହାଁସଦା (୬୫) ।
ଶିକାରୀମାନଙ୍କ ନିକଟରୁ ଦୁଇଟି ହାତ ତିଆରି ବନ୍ଧୁକ, ବନ୍ଧୁକ ବାରୁଦ, ୨ଟି ହେଡ୍ ଟର୍ଚ୍ଚ, କିଛି ମରଣାସ୍ତ୍ର ଏବଂ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରାଯାଇଛି ।

1 hour ago
1


