4 Major Railway Projects ଭଦ୍ରକ-ହରିଦାସପୁର ୪ର୍ଥ ଲାଇନ୍‌ ସହ ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

1 hour ago 2
ARTICLE AD BOX

ଉପକୃତ ହେବେ ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଆଠଟି ଜିଲ୍ଲା

ପ୍ରସ୍ତାବିତ ପ୍ରକଳ୍ପ ପାଇଁ ମୋଟ୍‌ ୯,୪୫୦ କୋଟି ଟଙ୍କା ବ୍ୟୟବରାଦ

୨୦୩୦-୩୧ ସୁଦ୍ଧା ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବ

ଭୁବନେଶ୍ବର: ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରେଳ ମନ୍ତ୍ରଣାଳୟର ପ୍ରାୟ ୯,୪୫୦ କୋଟି ଟଙ୍କା ମୂଲ୍ୟର ୪ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । 
ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦଶେ ଓ ତାମିଲନାଡ଼ୁ ରାଜ୍ୟରେ କାର୍ଯ୍ୟାନ୍ବୟନ ହେବ। ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ହେଲା; 
ଖଡ଼ଗପୁର - ଭଦ୍ରକ (ରାଣୀତାଲ) ଚତୁର୍ଥ ଲାଇନ - ୧୭୩ କିଲୋମିଟର (ପଶ୍ଚିମବଙ୍ଗ ଏବଂ ଓଡିଶା)
ଭଦ୍ରକ - ହରିଦାସପୁର ଚତୁର୍ଥ ଲାଇନ - ୭୫ କିଲୋମିଟର (ଓଡିଶା)
କଟକ - ପାରାଦୀପ (ବଡ଼ବନ୍ଧ) ତୃତୀୟ ଏବଂ ଚତୁର୍ଥ ଲାଇନ୍ - ୭୨ କିଲୋମିଟର (ଓଡିଶା) 
ଗୁମ୍ମିଡିପୁଣ୍ଡି - ଗୁଡୁର ତୃତୀୟ ଏବଂ ଚତୁର୍ଥ ଲାଇନ୍ - ୯୦ କିଲୋମିଟର (ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ)

ଚାରି ରାଜ୍ୟର ଆଠଟି ଜିଲ୍ଲା ଏସବୁ ପ୍ରକଳ୍ପ ଦ୍ୱାରା ଲାଭାନ୍ୱିତ ହେବେ। ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ହେଲେ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କ ପ୍ରାୟ ୪୧୦ କିଲୋମିଟର ଅଧିକ ବିସ୍ତାର କରିବ। ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକ ପ୍ରାୟ ୬୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପ୍ରାୟ ୬,୪୪୮ ଗ୍ରାମକୁ ଯୋଗାଯୋଗରେ ସୁଧାର ଆଣିବ ବୋଲି ରେଳମନ୍ତ୍ରଣାଳୟ ପକ୍ଷରୁ ଆଶାପୋଷଣ କରାଯାଇଛି। 

Railway Project: ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି, ୨୦୨୯କୁ ଘୁଞ୍ଚିଲା ତାଳଚେର ବିମଳାଗଡ଼ ରେଳପଥ ପ୍ରକଳ୍ପ

ଏହି ପ୍ରସ୍ତାବିତ ପ୍ରକଳ୍ପ ଦ୍ବାରା ଓଡ଼ିଶାର କୁଳଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଜାତୀୟ ଉଦ୍ୟାନ, ମା’ ଭଦ୍ରକାଳୀ ମନ୍ଦିର, ମା’ ଧାମରାଇ ମନ୍ଦିର, ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ତାଳସରୀ-ଉଦୟପୁର ଏବଂ ଚାନ୍ଦିପୁର ବେଳାଭୂମି, ଗଡ଼ କୁଜଙ୍ଗ ଜଗନ୍ନାଥ ମନ୍ଦିର, ସାରଳା ମନ୍ଦିର, ଧବଳେଶ୍ୱର ମନ୍ଦିର, ଲଳିତ ଗିରି ବୌଦ୍ଧ ଐତିହ୍ୟ ସ୍ଥଳୀ ସମେତ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ରୁ ପୁଲିକେଟ୍‌ ହ୍ରଦ, ନେଲାପଟ୍ଟୁ ପକ୍ଷୀ ଅଭୟାରଣ୍ୟ, ବୀରରାଘବ ପେରୁମଲ ମନ୍ଦିର ଆଦି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ରେଳ ଯୋଗାଯୋଗରେ ସୁଧାର ଆସିବ ।

Eastcoast Railway Odisha govt ‘ଓଡ଼ିଶାରୁ ଗୋଟିଏ ଇଞ୍ଚ ମଧ୍ୟ ରେଳପଥ ଅନ୍ୟ ରାଜ୍ୟକୁ ଯାଉନାହିଁ: ରାଜ୍ୟ ସରକାର

ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କୋଇଲା, ଲୁହାପଥର, ସିମେଣ୍ଟ, ଲୁହା ଏବଂ ଇସ୍ପାତ, କଣ୍ଟେନର୍‌, ଅଟୋମୋବାଇଲ, ଶସ୍ୟ ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଅତ୍ୟାବଶ୍ୟକ ମାର୍ଗ ହୋଇଥିବା କାରଣରୁ ଏହାର ନିର୍ମାଣ ଦ୍ୱାରା ବାର୍ଷିକ ୭୬ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ କ୍ଷମତା ବୃଦ୍ଧି ପାଇବ । ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ ହେବା ସହ ତୈଳ ଆମଦାନୀ ପ୍ରାୟ ୧୩୦ ନିୟୁତ ଲିଟର ଏବଂ ଅଙ୍ଗାରକାମ୍ଳ ନିର୍ଗମନ ପ୍ରାୟ ୬୫୦ ନିୟୁତ କିଲୋଗ୍ରାମ ହ୍ରାସ ପାଇବ । ଏହା ୨ କୋଟି ୬୦ ଲକ୍ଷ ଗଛ ଲଗାଇବା ସହିତ ସମାନ ‌ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍‌ବିବୃତିରେ ଉଲ୍ଲେଖ କରାଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.