31,000 skydives in a day: କିମାଶ୍ଚର୍ଯ୍ୟମ୍‌: ଗୋଟିଏ ଦିନରେ ୩୧ ହଜାର ସ୍କାଏଡାଇଭ୍‌

1 day ago 2
ARTICLE AD BOX

ସ୍କାଏଡାଇଭିଂ ନାମକ ଦୁଃସାହସିକ କ୍ରୀଡ଼ା ନେଇ ସାରା ପୃଥିବୀରେ ଆଗ୍ରହ ବଢ଼ିବାରେ ଲାଗିଛି। ଏହି ବିପଜ୍ଜନକ ତଥା ରୋମାଞ୍ଚକ ଅଭିଜ୍ଞତା ପାଇଁ ବିମାନ ସାହାଯ୍ୟର ଭୂପୃଷ୍ଠରୁ ବହୁ ଉପରକୁ ଉଠିବା ପରେ ଦେହରେ ଆକାଶଛତା ବାନ୍ଧି ସିଧା ତଳକୁ ଡେଇଁବାକୁ ପଡ଼ିଥାଏ।  ୪୦ରୁ ୮୫ ସେକେଣ୍ଡ୍‌ ଆକାଶରୁ ଖସିବା (ଫ୍ରିଫଲ୍‌) ପରେ ଆକାଶଛତା ଖୋଲି ସୁରକ୍ଷିତ ସ୍ଥାନରେ ଓହ୍ଲାଇବାକୁ ପଡ଼ିଥାଏ। ନିକଟରେ ବିଶ୍ବ ସ୍କାଏଡାଇଭିଂ ଦିବସ ଅବସରରେ ୪୩ଟି ଦେଶର ସମୁଦାୟ ୩୧,୦୭୫ ଜଣ ବ୍ୟକ୍ତି ସ୍କାଏଡାଇଭିଂ କରି ନୂଆ ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି।

TMC: ବାଚସ୍ପତିଙ୍କ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଦ୍ରୋହୀ ଟିଏମ୍‌ସି ନେତା

ୟୁନାଇଡେଟ୍‌ ଷ୍ଟେଟ୍‌ସ ପାରାଚ୍ୟୁଟ୍‌ ଆସୋସିଏସନ୍, ଅଷ୍ଟ୍ରେଲିଆନ୍ ପାରାଚ୍ୟୁଟ୍‌ ଫେଡେରେସନ୍, ବ୍ରିଟିସ୍‌ ସ୍କାଏଡାଇଭିଂ ଓ କାନାଡିଆନ୍‌ ସ୍ପୋର୍ଟସ୍‌ ପାରାଚ୍ୟୁଟିଂ ଆସୋସିଏସନ୍ ଭଳି ସଂଗଠନର ମିଳିତ ଉଦ୍ୟମରେ ଏହି ରେକର୍ଡ ସ୍ଥାପନ ହୋଇପାରିଛି। ନବାଗତରୁ ଆରମ୍ଭ କରି ଅଭିଜ୍ଞ ଲାଇସେନ୍‌ସପ୍ରାପ୍ତ ସ୍କାଏଡାଇଭର୍‌ମାେନ ଏଥିରେ ଯୋଗ ଦେଇଥିେଲ। ଭାରତର ୩୮ଜଣ ମଧ୍ୟ ଉକ୍ତ ଦିବସରେ ସ୍କାଏଡାଇଭିଂ କରିଥିେଲ। ୨୦୨୪ରେ ଦିନକରେ ପୃଥିବୀର ୩୦,୩୫୧ ଜଣ ବ୍ୟକ୍ତି ସ୍କାଏଡାଇଭିଂ କରି ପୂର୍ବରୁ ଏହି ରେକର୍ଡ ସ୍ଥାପନ କରିଥିଲେ।

Trade Agreement : ବ୍ରିଟେନ ରାଜିନାମାରୁ ଗ୍ରାହକ ଉପକୃତ ହେବେ: ସ୍ପିରିଟ୍‌ ସଂଘ

Read Entire Article
LEFT SIDEBAR AD

Hidden in mobile, Best for skyscrapers.