108 ambulances: ନଗଡ଼ାକୁ ୧୦୮ ଆମ୍ବୁଲାନ୍ସ ମନା: ନିଜ ବ୍ୟବସ୍ଥା ନିଜେ କରିବାକୁ ପରାମର୍ଶ

1 hour ago 1
ARTICLE AD BOX

କାଳିଆପାଣି: ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ୍‌ର ବଣପାହାଡ଼ ଘେରା ଉପାନ୍ତ ଇଲାକାକୁ ୧୦୮ ଆମ୍ବୁଲାନ୍ସ ମନା। କଲ୍‌ ସେଣ୍ଟରରୁ ଏଭଳି ଉତ୍ତର ଶୁଣି ରୋଗୀ ନିରାଶ। ଧାର୍ଯ୍ୟ ୩୦ କିଲୋମିଟରରୁ ଅଧିକ ଦୂରତା ଥିବାରୁ ୧୦୮ ସେବା ଉପଲବ୍‌ଧ ହୋଇପାରିବ ନାହିଁ ବୋଲି କର୍ମଚାରୀ ଫୋନ୍‌ରେ ନାସ୍ତିବାଣୀ ଶୁଣାଇ ନିଜ ବ୍ୟବସ୍ଥା ନିଜେ କରିବାକୁ ପରାମର୍ଶ ଦେଉଛନ୍ତି। ଗତ ମେ ମାସରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସେ ୧୦୮କୁ ବହୁବାର କଲ୍‌ କରିଆସୁଥିଲେ ହେଁ ଥରୁଟିଏ ଏହି ସେବା ପାଇନଥିବା କହିଛନ୍ତି ନଗଡ଼ାର ଆଶାକର୍ମୀ ଜୟନ୍ତୀ ମହାନ୍ତ। ଗତକାଲି ସକାଳେ ସେ ନଗଡ଼ା ଗସ୍ତରେ ଥିବାବେଳେ ତଳନଗଡ଼ାର ମାଆଛେଉଣ୍ଡ ଶିଶୁକନ୍ୟା ସ୍ବର୍ଗତ ଆରତି ପ୍ରଧାନଙ୍କ ଦୁଇବର୍ଷ ୮ ମାସର ଶିଶୁକନ୍ୟା ଜ୍ବରରେ କମ୍ପୁଥିଲା। ସକାଳ ୧୦ଟାରୁ ଉଦ୍ୟମ ସତ୍ତ୍ବେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ମିଳିନଥିଲା। ଶେଷରେ ଆଶାକର୍ମୀଙ୍କ ଅନୁରୋଧକ୍ରମେ ରାତି ସାଢ଼େ ୭ଟାରେ ଟାଟାଷ୍ଟିଲ୍‌ ଫାଉଣ୍ଡେସନ୍‌ର ଆମ୍ବୁଲାନ୍ସ ନଗଡ଼ା ପହଞ୍ଚିଥିଲା ଏବଂ ଶିଶୁକନ୍ୟାକୁ ସୁକିନ୍ଦା ପୁଷ୍ଟି ସାଧନ କେନ୍ଦ୍ର (ଏନ୍‌ଆରସି)କୁ ନେଇଥିଲା। 

Education: ଆଲାଏନ୍ସ ବିଶ୍ବବିଦ୍ୟାଳୟରେ ନୂଆ ଏମ୍‌ବିଏ ଛାତ୍ରଛାତ୍ରୀଙ୍କୁ ସ୍ବାଗତ

ସୁକିନ୍ଦାରୁ ତଳନଗଡ଼ା ଓ ଗୁହିଆଶାଳ ୪୮ରୁ ୫୦ କିଲୋମିଟର ଦୂର। ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅଫିସ ୩୧ କିଲୋମିଟର ଦୂର। କଅଁସ ପଞ୍ଚାୟତ ଅଫିସ ୪୦ କିଲୋମିଟର ଓ ଟିକରପଡ଼ା ଗାଁ ୫୦ରୁ ଅଧିକ କିଲୋମିଟର ଦୂରରେ ଅବସ୍ଥିତ। ଦୂରତା ମାନକ ଆଧାରରେ ୧୦୮ ଆମ୍ବୁଲାନ୍ସ ସେବା ପ୍ରତ୍ୟକ୍ଷ ଖଣି ପ୍ରଭାବିତ କଅଁସ, ଚିଙ୍ଗୁଡ଼ିପାଳ ପଞ୍ଚାୟତର ସମସ୍ତ ଗାଁ ଓ କାଳିଆପାଣି ପଞ୍ଚାୟତର ଅଧିକାଂଶ ଗାଁରେ ଅପହଞ୍ଚ। ଗତ ୫ ବର୍ଷ ଧରି ଏଠାରେ ୧୦୮ ଆମ୍ବୁଲାନ୍ସ ଖୋଜା ପଡ଼ୁନଥିଲା। ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍‌ବାଡସି) ପକ୍ଷରୁ ଖଣି ଅଞ୍ଚଳରେ ସ୍ବତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା ଥିଲା। ହେଲେ ଗତ ଏପ୍ରିଲ ମାସ ୩୦ ତାରିଖରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓମ୍‌ବାଡସି ଆମ୍ବୁଲାନ୍ସ ସେବା ପ୍ରତ୍ୟାହାର କରିନେଇଛି। ସୁକିନ୍ଦା ସମେତ ଜିଲ୍ଲାର ୬ଟିଯାକ ଓମ୍‌ବାଡସି ଆମ୍ବୁଲାନ୍ସ ସେବା ବନ୍ଦ ରହିଛି। ଏହାପରଠାରୁ ଉପାନ୍ତ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି।

JD Vance: ଭାନ୍ସଙ୍କ ଭାଷଣକୁ ନେଇ ବିବାଦ: ପୋଷ୍ଟରର ଅସ୍ପଷ୍ଟ ଛବିକୁ କେନ୍ଦ୍ର କରି ବାଗ୍‌ଯୁଦ୍ଧ

ଉଲ୍ଲେଖଯୋଗ୍ୟ, ଗତ ମେ ମାସ ୩୦ ତାରିଖରେ ଗୁହିଆଶାଳ ଗାଁର ଦ୍ବିତୀୟଶ୍ରେଣୀ ଛାତ୍ରୀ ବାସନ୍ତୀ, ଅଷିଣ ପ୍ରଧାନଙ୍କ ଝିଅ ତୁଳସୀ (୬), ୧୨ ତାରିଖରେ ଷଷ୍ଠଶ୍ରେଣୀ ଛାତ୍ରୀ ଚନ୍ଦୁରୀ ଓ ବାସୁ ଦେହୁରୀଙ୍କ ଝିଅ କାବେରୀ(୧୨)ଙ୍କର ଆମ୍ବୁଲାନ୍ସ ସେବା ଅଭାବରୁ ଚିକିତ୍ସା ନପାଇ ମୃତ୍ୟୁ ହୋଇଥିଲା। ଜ୍ବରରେ କମ୍ପୁଥିବା ଏହି ୨ ଶିଶୁକନ୍ୟାକୁ ପରିବାର ସଦସ୍ୟ ଭାର କରି ୪ କିମି ବୋହିଥିଲେ ହେଁ ଆମ୍ବୁଲାନ୍ସ ମିଳିନଥିଲା। ଏ ସଂପର୍କରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଗୋପାଳଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ କାଳିଆପାଣି ପାଇଁ ସ୍ବତନ୍ତ୍ର ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ପାଇଁ ପ୍ରଶାସନର ଯୋଜନା ଥିବା କହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.