ARTICLE AD BOX
ଆଜିକାଲି ଟେଷ୍ଟ୍ ଟ୍ୟୁବ୍ ବେବି ଓ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ ବା ଆଇଭିଏଫ୍ ଭଳି ଶବ୍ଦ ସାଧାରଣ ହୋଇଗଲାଣି। କୃତ୍ରିମ ପଦ୍ଧତିରେ ସନ୍ତାନ ପ୍ରସବ ବା ଟେଷ୍ଟ୍ ଟ୍ୟୁବ୍ ବେବି ବି କାହାକୁ ଅଛପା ନାହିଁ। ଅନେକ ଦମ୍ପତି ସନ୍ତାନ ପାଇଁ ଆବଶ୍ୟକ ଭ୍ରୂଣକୁ ପରୀକ୍ଷାଗାରରେ ଯତ୍ନର ସହ ସାଇତି ବି ରଖୁଛନ୍ତି। ଏସବୁ ଭିତରେ ଗ୍ରୀସ୍ର ଜଣେ ୫୪ ବର୍ଷ ବୟସ୍କା ମହିଳା ୨୨ ବର୍ଷରୁ ଅଧିକ କାଳ ସୁରକ୍ଷିତ ରଖାଯାଇଥିବା ଭ୍ରୂଣରୁ ଏକ କନ୍ୟା ସନ୍ତାନକୁ ଜନ୍ମଦେଇ ଚକିତ କରି ଦେଇଛନ୍ତି। ଖବର ଅନୁସାରେ, ୨୦୦୪ ମସିହାରେ ଗ୍ରୀସ୍ର କ୍ରିଷ୍ଟିନା ରାଫ୍ତି ନାମକ ଏହି ମହିଳା ଆଇଭିଏଫ୍ ପଦ୍ଧତିରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କ୍ରିଷ୍ଟିନା ଓ ତାଙ୍କ ସ୍ବାମୀ ଜେଲେପି ପୁଅଟିର ନାଁ ରଖିଥିଲେ ଜିଓଜର୍ସ। ତେବେ ୨୦୨୫ ଅକ୍ଟୋବରରେ ଏକ ସଡ଼କ ଦୁର୍ଘଟଣାରେ ଜିଓଜର୍ସର ଅକାଳ ବିୟୋଗ ଘଟିଥିଲା।
Nuakhai 2026: ‘ଭେଦଭାବ ଦୂର କରି ଆମକୁ ଏକାଠି କରେ ନୂଆଁଖାଇ’
ଏହାକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଥିବା ଏହି ଦମ୍ପତି ଆଉ ଏକ ସନ୍ତାନ ପାଇଁ ମନସ୍ଥ କରିଥିଲେ। ଏଥିପାଇଁ ପୂର୍ବରୁ ସେମାନେ ଭ୍ରୂଣ ସୁରକ୍ଷିତ ରଖିଥିଲେ ବି ସେଠାକାର ଆଇନ ଅନୁସାରେ, ଆଇଭିଏଫ୍ ପଦ୍ଧତିରେ ଏଥିରୁ ସନ୍ତାନ ଜନ୍ମ ଲାଗି ଦମ୍ପତିଙ୍କ ବୟସ ଗଡ଼ି ସାରିଥିଲା। ଏଥିପାଇଁ ସେମାନେ ନ୍ୟାସନାଲ୍ ରିପ୍ରଡକ୍ଟିଭ୍ ମେଡିସିନ୍ ଅଥରିଟିଙ୍କ ଦ୍ବାରସ୍ଥ ହୋଇ ସେଠାରୁ ଅନୁମତି ଆଣିଥିଲେ। ଏହାପରେ ୯ ସେପ୍ଟେମ୍ବର, ୨୦୨୬ରେ ଏଥେନ୍ସର ଏକ ଡାକ୍ତରଖାନାରେ ରାଫ୍ତି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଜନ୍ମବେଳେ ନବଜାତଟି ୩.୪୯ କିଲୋ ଓଜନର ଥିଲା, ଅର୍ଥାତ ସେ ସୁସ୍ଥ ରହିଛି। ଏହି ଦମ୍ପତି ଦିବଙ୍ଗତ ପୁଅ ଜିଓଜର୍ସର ସୃତିରେ ଝିଅଟିର ନାଁ ରଖିଛନ୍ତି ଜର୍ଜିଆ। ଉଲ୍ଲେଖଯୋଗ୍ୟ, ୨୦୨୫ରେ ଜାପାନ ଓହିଓର ଏକ ହସ୍ପିଟାଲ୍ରେ ୩୦ ବର୍ଷରୁ ଅଧିକ ସମୟ ସୁରକ୍ଷିତ ଥିବା ଭ୍ରୂଣରୁ ଏହିଭଳି ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା, ଯାହା ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍ରେ ସ୍ଥାନ ପାଇଛି।

4 hours ago
2


