ସୃଜନଶୀଳତା ପ୍ରଦର୍ଶନ କରିବେ ବୟସ୍କ: ରାଜ୍ୟରେ ଆୟୋଜିତ ହେବ ବୟୋଜ୍ୟେଷ୍ଠ ଉତ୍ସବ

50 minutes ago 2
ARTICLE AD BOX

ଭୁବନେଶ୍ୱର: ବୋଉ ଫାଉଣ୍ଡେସନ ତଥା ରାଜ୍ୟ ବୟସ୍କ ସଂଗଠନ ସମୁଦାୟର ମିଳିତ ସମର୍ଥନରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ଏକ ବୈଠକରେ ବୟୋଜ୍ୟେଷ୍ଠ ଉତ୍ସବ ୨୦୨୬କୁ ରାଜ୍ୟର ବାର୍ଷିକ ପରମ୍ପରା ଭାବେ ସ୍ୱୀକୃତି ଦେବା ଏବଂ ଅକ୍ଟୋବରରେ ପାଳିତ ହେଉଥିବା ଆନ୍ତର୍ଜାତିକ ବୟୋଜ୍ୟେଷ୍ଠ ଦିବସର ସରକାରୀ ଉତ୍ସବ ସହିତ ଏହାକୁ ସମନ୍ୱିତ କରିବା ପାଇଁ ଦୃଢ଼ ମତପ୍ରକାଶ ପାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ, ଅଭିନେତା ପ୍ରଶାନ୍ତ ନନ୍ଦ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବାବୁ ସିଂହ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅରବିନ୍ଦ ବେହେରା, ସ୍ତମ୍ଭକାର ଦାଶ ବେନହୁର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ଜଗନ୍ନାଥ ପ୍ରଧାନ, ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଏବଂ ରାଜ୍ୟସ୍ତରୀୟ ସମସ୍ତ ବୟୋଜ୍ୟେଷ୍ଠ ନାଗରିକ ସଂଗଠନର ଅଧ୍ୟକ୍ଷ, ସମ୍ପାଦକ ତଥା ସମଗ୍ର କାର୍ଯ୍ୟନିର୍ବାହୀ ସମିତିର ସଦସ୍ୟମାନେ ସମ୍ମିଳିତ ଭାବେ ରାଜ୍ୟ ସରକାରଙ୍କ ନିକଟରେ ଏହି ପ୍ରସ୍ତାବ ରଖିଛନ୍ତି। ଏଥି ସହିତ ବୟୋଜ୍ୟେଷ୍ଠମାନଙ୍କୁ ଏହି ପ୍ରତିଯୋଗିତାରେ ଭାଗ ନେଇ ନିଜର ଦକ୍ଷତା ପ୍ରତିପାଦନ କରିବାକୁ ଆହ୍ୱାନ କରିଥିଲେ। 

adggdddagdga

ଦୁଇ ବର୍ଷ ଧରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନରେ ଆୟୋଜିତ ଉତ୍ସବଗୁଡ଼ିକ ମୁଖ୍ୟତଃ ବାହାର ବ୍ୟବସାୟିକ ଇଭେଣ୍ଟ ମ୍ୟାନେଜମେଣ୍ଟ୍‌ ଏଜେନ୍ସିମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ଫଳରେ ବୟୋଜ୍ୟେଷ୍ଠ ନାଗରିକମାନେ କେବଳ ଦର୍ଶକ ଭାବେ ରହିଯାଉଥିଲେ। ହେଲେ ଚଳିତ ବର୍ଷ ‘ବୋଉ ଫାଉଣ୍ଡେସନ୍‌’ ପ୍ରୋଜେକ୍ଟ ‘ରାହା’ ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ଅଲଗା ମଞ୍ଚ ପ୍ରସ୍ତୁତ କରିଛି। ଯେଉଁଠାରେ ବୟୋଜ୍ୟେଷ୍ଠ ନାଗରିକମାନେ ନିଜେ ଉତ୍ସବର ଅଧିକାରୀ, ଆୟୋଜକ ଓ ପ୍ରଦର୍ଶନକାରୀ ହେବା ପାଇଁ ଆଗଭର ହେଇଛନ୍ତି। ଏହା ମାଧ୍ୟମରେ ହଜାର ହଜାର ବୟୋଜ୍ୟେଷ୍ଠ ଗୀତ, ନୃତ୍ୟ, ଅଭିନୟ, କବିତା ଓ କାହାଣୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରତିପାଦନ କରିପାରିବେ।

Demand: ମୟୂରଭଂଜର ୩ଟି ରେଳ ପ୍ରକଳ୍ପର ଭୂମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ଦାବି

କାର୍ଯ୍ୟକ୍ରମରେ ଉତ୍ସବ ମୁଖ୍ୟ ବିଧାୟକ ବାବୁ ସିଂହଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟକୁ ଏକ ନିବେଦନ ଓ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଏଥିରେ ବୟୋଜ୍ୟେଷ୍ଠ ଉତ୍ସବକୁ ଆନ୍ତର୍ଜାତିକ ବୟୋଜ୍ୟେଷ୍ଠ ଦିବସର ସରକାରୀ ଉତ୍ସବ ସହିତ ସମନ୍ୱିତ କରାଯାଉ,  ଉତ୍ସବର ସମ୍ପୂର୍ଣ୍ଣ ମାଲିକାନା ବୟୋଜ୍ୟେଷ୍ଠ ନାଗରିକ ସମୁଦାୟର ହାତରେ ରହୁ ଏବଂ ଏହା ରାଜ୍ୟ ବୟୋଜ୍ୟେଷ୍ଠ ଉତ୍ସବ ସମିତି ମାଧ୍ୟମରେ ପରିଚାଳିତ ହେଉ ବୋଲି ସୁପାରିଶ କରାଯାଇଥିଲା। ଏଥିସହିତ ରାଜଧାନୀର ବୟସ୍କମାନଙ୍କୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଆହ୍ୱାନ କରାଯାଇଥିଲା। ବୟୋଜ୍ୟେଷ୍ଠ ଉତ୍ସବର ବିଭିନ୍ନ ପ୍ରତିଯୋଗିତା ଅଂଶଗ୍ରହଣ କରିବା ପାଇଁ ବୟୋଜ୍ୟଷ୍ଠମାନେ ବୋଉ ଫାଉଣ୍ଡେସନ କିମ୍ବା ରାଜ୍ୟସ୍ତରୀୟ ଯେକୌଣସି ବୟୋଜ୍ୟେଷ୍ଠ ନାଗରିକ ସଂଗଠନ ସହିତ ଯୋଗାଯୋଗ କରିପାରିବେ। ଉତ୍ସବର ବିଭିନ୍ନ ପ୍ରତିଯୋଗିତା ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଅଂଶଗ୍ରହଣ ପାଇଁ ପଞ୍ଜୀକରଣ ଆସନ୍ତା ୧୦ ତାରିଖ ଯାଏଁ ରହିଛି। ଅକ୍ଟୋବର ୧ ତାରିଖରେ ବିଶ୍ୱ ବୟୋଜ୍ୟେଷ୍ଠ ଦିବସରେ ବିଜେତାଙ୍କୁ ସମ୍ୱର୍ଦ୍ଧିତ କରାଯିବ।

Horoscope 2026 August 24: ଜାଣନ୍ତୁ ଆଜିର ରାଶିଫଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.