ଯେତିକି ସାଂଘାତିକ, ସେତିକି ପ୍ରଶ୍ନବାଚୀ

1 day ago 2
ARTICLE AD BOX

‘ଜଦି’ ଚଳଚ୍ଚିତ୍ର ସହିତ ଓଲିଉଡ୍‌ର ‘ଓବ୍‌ସେସନ୍‌’ କ୍ଷଣ ଆସିଯାଇଛି। ସେହି ଚର୍ଚ୍ଚିତ ହଲିଉଡ୍‌ ଚଳଚ୍ଚିତ୍ରର ନିର୍ଦେଶକଙ୍କ ଭଳି ଓଡ଼ିଶାର ଜଣେ ଯୁବ ୟୁଟ୍ୟୁବର୍‌, ପ୍ରଥମ ଉଦ୍ୟମରେ, ଏକ ବ୍ଲକ୍‌ବଷ୍ଟର୍‌ ଚଳଚ୍ଚିତ୍ର ନିର୍ମାଣ କରିବାରେ ସଫଳ ହୋଇଛନ୍ତି। ଏହା ନିଶ୍ଚିତ ଭାବେ ଆମ ରାଜ୍ୟର ଚଳଚ୍ଚିତ୍ର ଶିଳ୍ପ ସମେତ ଚଳଚ୍ଚିତ୍ର ନିର୍ମାଣ କରିବାର ସ୍ବପ୍ନ ଦେଖୁଥିବା ଦକ୍ଷ କଳାକାରଙ୍କ ପାଇଁ ଅତ୍ୟନ୍ତ ଶୁଭ ସଙ୍କେତ। 

Landslides: ଭୂସ୍ଖଳନ, ସୁରକ୍ଷା ପାଚେରୀ ଭାଙ୍ଗିବା ପରେ କଳିଙ୍ଗା ଘାଟି ବଢ଼ାଇଲା ଚିନ୍ତା

ମୌଳିକ କାହାଣୀ, ଜୀବନ୍ତ ଚରିତ୍ର, ଆଡ଼ମ୍ବରଶୂନ୍ୟ ସଂଳାପ, ଅର୍ଥପୂର୍ଣ୍ଣ ସଂଗୀତ ଓ ହାସ୍ୟରସକୁ ନେଇ ନିର୍ଦେଶକ ଦିବ୍ୟଜ୍ୟୋତି ଉଦୟସିଂହ ଏକ ରୋମାଞ୍ଚଧର୍ମୀ ସିନେମା ପରଷିଦେବାର ଉଦ୍ୟମ କରିଛନ୍ତି। ମନୋରଂଜନ ସହିତ ଶକ୍ତିଶାଳୀ ସାମାଜିକ ବାର୍ତ୍ତାକୁ ମଧ୍ୟ ଗୁନ୍ଥାଯାଇଛି। ଦୁଷ୍କର୍ମ ଭଳି ସାଂଘାତିକ ଅପରାଧକୁ ଦେଖିବାର ସାମାଜିକ ଦୃଷ୍ଟିଭଙ୍ଗୀ ବଦଳାଇବା ପାଇଁ ଯେଉଁ ପ୍ରଚେଷ୍ଟା କରାଯାଇଛି ତାହା ଖୁବ୍ ପ୍ରାସଙ୍ଗିକ। ଏହା ହିଁ ଚଳଚ୍ଚିତ୍ରକୁ ତା’ର ଶୀର୍ଷକ ପ୍ରଦାନ କରିଛି। ତେବେ ମନୋରଂଜନରୁ ପାଦେ ଆଗକୁ ବଢ଼ି ଚଳଚ୍ଚିତ୍ରରେ ଯେତେବେଳେ ଗୁରୁତ୍ବପୂର୍ଣ୍ଣ ସାମାଜିକ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି ସେତେବେଳେ ସେ ନେଇ ଚିନ୍ତାଶୀଳ ସମୀକ୍ଷା ମଧ୍ୟ ଗୁରୁତ୍ବପୂର୍ଣ୍ଣ ହୋଇପଡ଼େ। ଏହି କାହାଣୀଟି ଯେଉଁ ବିନ୍ଦୁରେ ସମାପ୍ତ ହୋଇଛି, ତାହା ମନରେ ପ୍ରଶ୍ନ ଉଠାଉଛି ଯେ ଏହା ଆମ ସମାଜକୁ ମହରଗରୁ ନେଇ କାନ୍ତାରରେ ପକାଇବା ଭଳି କଥା ନୁହେଁ ତ?

ଚଳଚ୍ଚିତ୍ରଟି ଆରମ୍ଭ ହେଉଛି ଏକ ଗାଁରେ, ମୂର୍ତ୍ତି ଭସାଣି ଗୀତରୁ। ଭସାଣିରେ ଚିଣ୍ଟୁ (ଶୈଳେନ୍ଦ୍ର ସାମନ୍ତରାୟ) ସମସ୍ତଙ୍କୁ ହାତକୁ ମଦ ବଢ଼ାଇଦେଉଛି। କ୍ରମେ ଜଣେ ଝିଅ ବେହୋସ ହୋଇପଡ଼ିବା ପରେ ତା’ ସାଙ୍ଗ ଝିଲି (ପ୍ରିୟମ୍ବଦା ସ୍ବାଇଁ) ସମସ୍ତଙ୍କ ସମ୍ମୁଖରେ ପ୍ରଘଟ କରିଦେଉଛି ଯେ ଚିଣ୍ଟୁ ହିଁ ଝିଅମାନଙ୍କୁ ମଦ ପିଇବାକୁ ଦେଇଛି। ଏହି କଥାରେ ଅପମାନିତ ଚିଣ୍ଟୁ ଝିଲିଠାରୁ ପ୍ରତିଶୋଧ ନେବାର ଉପାୟ ପାଞ୍ଚୁଛି। ଚିଣ୍ଟୁର ଶିକ୍ଷକ ପିତା (ରବି ମିଶ୍ର) ତା’ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ତାକୁ ଘରେ ତାଲା ପକାଇ ରଖିବା, ଏପରିକି ନିଜେ ଘରୁ ଛାଡ଼ି ପଳାଇବା ଭଳି ଚରମ ପଦକ୍ଷେପ ନେବା ପରେ ବି ଚିଣ୍ଟୁର ଆହତ ପୌରୁଷ ଝିଲିକୁ ଆହୁରି ହଇରାଣ କରିବାକୁ ପଛାଉ ନାହିଁ। କାହାଣୀଟି ଆଗକୁ ବଢ଼ିବା ସହିତ ଚଳଚ୍ଚିତ୍ରରେ ଦେଖିବାକୁ ମିଳୁଥିବା ଦୁଇଟି ଚିରାଚରିତ ଧାରା ଭାଙ୍ଗିଛି- ଦୁଇ ମୁଖ୍ୟ ଚରିତ୍ରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠି ନାହିଁ ଏବଂ ନାୟକ ଭଳି ମନେ ହେଉଥିବା ପିଲାଟି ମଧ୍ୟାନ୍ତର ସୁଦ୍ଧା ଖଳନାୟକ ପାଲଟିଯାଉଛି।

Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର

ମଧ୍ୟାନ୍ତର ପୂର୍ବ ଓ ପର ଭାଗର ପାର୍ଥକ୍ୟ ଦୃଷ୍ଟିରୁ ‘ଯଦି’କୁ ଦୁଇଟି ଭିନ୍ନ ଚଳଚ୍ଚିତ୍ର ଭାବେ ଦେଖାଯାଇପାରେ। ପ୍ରଥମ ଭାଗରେ ଏକ ଚିରାଚରିତ କଲେଜ ପ୍ରେମକାହାଣୀ ରହିଥିବାବେଳେ, ମଝି ଆଡ଼କୁ ଏହା ସଂପୂର୍ଣ୍ଣ କଡ଼ ଲେଉଟାଇ ଏକ ଅପ୍ରତ୍ୟାଶିତ ଅପରାଧର ବ୍ୟବଚ୍ଛେଦର ରୂପ ନେଉଛି। ଦ୍ବିତୀୟାର୍ଦ୍ଧରେ ପୁଲିସ ଆସି ବଳାତ୍କାର-ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ କରୁଛି, ଯେଉଁ ଦୃଶ୍ୟଗୁଡ଼ିକ ସମ୍ପାଦନାର ଦୁର୍ବଳତା ଯୋଗୁଁ ଅହେତୁକ ଭାବେ ଦୀର୍ଘ ହୋଇଯାଇଛି। ସେଥିପାଇଁ ଶେଷ ଆଡ଼କୁ ଥିବା ଦୁଇଟି ନିର୍ଣ୍ଣାୟକ ମୋଡ଼ ସମ୍ପର୍କରେ ବହୁ ପୂର୍ବରୁ ଅନୁମାନ କରିେହଲା। ଭଲ କଥା ଯେ ଏହି ଚଳଚ୍ଚିତ୍ରରେ ଅପରାଧୀଙ୍କ ପ୍ରବୃତ୍ତିକୁ ନିଶାଦ୍ରବ୍ୟର ପ୍ରଭାବଠାରୁ ଅଲଗା କରି ଦେଖିବାକୁ ଚେଷ୍ଟା କରାଯାଇଛି। ଚଳଚ୍ଚିତ୍ରର ନିଷ୍କର୍ଷ ଆମ ନ୍ୟାୟ ବ୍ୟବସ୍ଥା ଓ ସାମାଜିକ ଆଭିମୁଖ୍ୟ ସମ୍ପର୍କରେ କେତେକ ଅସୁବିଧାଜନକ ପ୍ରଶ୍ନ ଛିଡ଼ା କରିଛି। ଯେମିତି- ପୁଲିସ ଅଧିକାରୀମାନେ କ’ଣ ଯୌନ ଅପରାଧୀଙ୍କୁ କୋର୍ଟରେ ଦଣ୍ଡିତ କରିବାକୁ ଅସମର୍ଥ? 

ଏଭଳି ନ୍ୟାୟ ପ୍ରକ୍ରିୟା ବହିର୍ଭୂତ ହତ୍ୟାକୁ ଆମେ ଦର୍ଶକମାନେ ତ୍ବରିତ ନ୍ୟାୟ ଭାବି ଖୁସି ମନାଇବା ଯଥାର୍ଥ କି? ଏଭଳି କରି ଆମେ ନ୍ୟାୟ ବ୍ୟବସ୍ଥାକୁ ସୁଧାରିବା ବଦଳରେ ପାଶବିକ ନୃଶଂସତାକୁ ପ୍ରୋତ୍ସାହିତ କରୁ ନାହୁଁ ତ? ସଂଯୋଗବଶତଃ ଗତ ସପ୍ତାହରେ ମୁକ୍ତିଲାଭ କରିଥିବା ମେଘନା ଗୁଲଜାରଙ୍କ ‘ଦାୟରା’ ଚଳଚ୍ଚିତ୍ର ଏହିସବୁ ପ୍ରଶ୍ନ ହିଁ ଉତ୍‌ଥାପନ କରିଛି। ଛୋଟମୋଟ ଦୋଷତ୍ରୁଟିକୁ ଛାଡ଼ିଦେଲେ, ଜଣେ ଯୁବ ନିର୍ଦେଶକଙ୍କ ପ୍ରଥମ ଚଳଚ୍ଚିତ୍ର ଭାବେ ‘ଯଦି’ ଓଡ଼ିଆ ଶିଳ୍ପରେ ସୃଜନଶୀଳତା ଧାରାକୁ ବଳଶାଳୀ କରିଛି। ଶେଷରେ କ୍ରେଡିଟ୍ ରୋଲ୍ ହେଉଥିବା ବେଳର ଦୃଶ୍ୟଗୁଡ଼ିକ ଖୁବ୍ ଅଭିନବ ମନେ ହେଲା। ପୃଷ୍ଠଭୂମି ସଂଗୀତ ବିଭାଗରେ ମଧ୍ୟ ରୋଚକ ପରୀକ୍ଷାନିରୀକ୍ଷା କରାଯାଇଛି। ଏହାର ଅଧିକାଂଶ ଗୀତ, କାହାଣୀ ଲାଗି ଯେତିକି ଅର୍ଥପୂର୍ଣ୍ଣ ସେତିକି ଶ୍ରୁତିମଧୁର ହୋଇଛି। ଅଭିନୟ ଦୃଷ୍ଟିରୁ ଅଭିଯୋଗର ଅବସର ନାହିଁ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.