ବିବାହ ଆଶାରେ ୩୫୦୦ କିଲୋ ମେହେନ୍ଦି ସଫା

4 hours ago 2
ARTICLE AD BOX

ସାରା ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ବିଦ୍ୟାଦାତା ଗଣେଶଙ୍କ ପୂଜାର୍ଚ୍ଚନା ଚାଲିଛି। ସ୍କୁଲ୍‌, କଲେଜ୍‌ଠୁ ନେଇ ସାହିବସ୍ତି ସବୁଠାରେ ଆନନ୍ଦ ଉଲ୍ଲାସର ପରିବେଶ। ଏହି ଅବସରରେ ରାଜସ୍ଥାନ ଜୟପୁରର ପ୍ରସିଦ୍ଧ ମୋତିଡୁଙ୍ଗରି ଗଣେଶ ମନ୍ଦିରରେ ଚଳିତବର୍ଷ ୩୫୦୦ କିଲୋଗ୍ରାମ୍‌ ମେହେନ୍ଦି ବଣ୍ଟା ଯାଇଥିବା ଖବର ସୋସିଆଲ୍‌ ମିଡିଆରେ ଛାଇଯାଇଛି। ଏହି ସମୟରେ ଏଠାରେ ପ୍ରସିଦ୍ଧ ସିଞ୍ଜାରା ପର୍ବ ପାଳିତ ହୁଏ। ଯେଉଁ ଯୁବକ, ଯୁବତୀଙ୍କର ବିବାହ ହେବାରେ କିଛି ନା କିଛି ସମସ୍ୟା ଦେଖାଦିଏ କିମ୍ବା ବାରମ୍ବାର ବିବାହ ଭାଙ୍ଗୁଥାଏ, ସେଭଳି କ୍ଷେତ୍ରରେ ଗ‌େଣଶ ଚତୁର୍ଥୀ ବେଳକୁ ମନ୍ଦିରରୁ ପ୍ରସିଦ୍ଧ ସିଞ୍ଜରା ମେହେନ୍ଦି ଆଣି ହାତରେ ଲଗାଇଲେ ଅକ୍ଳେଶରେ ବିବାହ ହୁଏ ବୋଲି ଲୋକବିଶ୍ବାସ ରହିଛି। ଏହି ବିଶ୍ବାସ ଆଧାରରେ ପ୍ରତିବର୍ଷ ଗଣେଶ ପୂଜା ବେଳକୁ ଏଠାରେ ଅନ୍ୟ ସମୟ ଅପେକ୍ଷା ଅଧିକ ଭିଡ଼ହୁଏ। ତେବେ ଚଳିତବର୍ଷ ପ୍ରଭୁ ଗଜାନନଙ୍କ ପୂଜାରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଏଠାରେ ସୋମବାର ଗଣେଶ ଚତୁର୍ଥୀ ସକାଳୁ ରେକର୍ଡ ସଂଖ୍ୟକ ବିବାହ ଆଶାୟୀ ଦୂରଦୂରାନ୍ତ ସହରରୁ ବି ଏଠାକୁ ଛୁଟି ଆସିଥିଲେ। ଏପରିକି ମୁମ୍ବାଇ, ଦିଲ୍ଲୀ ତଥା ଅନ୍ୟ ସ୍ଥାନରୁ ମଧ୍ୟ ହଜାର ହଜାର ଲୋକ ଆସିଛନ୍ତି। 

Nuakhai 2026: ‘ଭେଦଭାବ ଦୂର କରି ଆମକୁ ଏକାଠି କରେ ନୂଆଁଖାଇ’

ରିପୋର୍ଟ ଅନୁସାରେ, ଭିଡ଼ ଏମିତି ହୋଇଥିଲା ଯେ, ତା ଭିତରେ କିଛି ଜଣ ଅଚେତ ମଧ୍ୟ ହୋଇପଡ଼ିଥିଲେ। ଟ୍ରାଫିକ୍‌ ପୁଲିସ୍‌ଙ୍କୁ ବି ଭିଡ଼ ନାକେଦମ୍‌ କରିଦେଇଥିଲା। ସୋସିଆଲ୍‌ ମିଡିଆରେ ଚକିତ କଲା ଭଳି ଏହି ଭିଡ଼ର ଦୃଶ୍ୟ ଦେଖିବାକୁ ମିଳିଛି। ଏନେଇ ପୋଷ୍ଟ୍‌ କରାଯାଇଥିବା ବିଭିନ୍ନ ଭିଡିଓରେ କୁହାଯାଇଛି ଯେ, ଏଥର କୁଆଡ଼େ ମାତ୍ର ତିନି ଘଣ୍ଟା ଭିତରେ ସମୁଦାୟ ୩୫୦୦ କିଲୋଗ୍ରାମ ମେହେନ୍ଦି ଖାଲି ହୋଇଯାଇଥିଲା। ବିବାହ ପାଇଁ ଯୁବାବର୍ଗଙ୍କ ଏହି କୁଚ୍ଛ୍ର ସାଧନାକୁ ଦେଖି ହଜାର ହଜାର ୟୁଜର୍‌ ମଜାଳିଆ ଅନ୍ଦାଜରେ ପ୍ରତିକ୍ରିୟା ପ୍ରକାଶ ମଧ୍ୟ କରିଛନ୍ତି। ଆହୁରି ଅନେକେ ଏହାକୁ ବାବା ଗଣେଶଙ୍କ ମହିମା ଓ ତାଙ୍କ ପ୍ରତି ଥିବା ବିଶ୍ବାସର କଥା ବି କହିଛନ୍ତି।

Horizon: ଦିଗ୍‌ବଳୟର ଏ ପାଖରେ: ତିଥି-ଅତିଥିର ଆଳାପ

Read Entire Article
LEFT SIDEBAR AD

Hidden in mobile, Best for skyscrapers.