ARTICLE AD BOX
ପବିତ୍ର ଦୀପାବଳି ଅବସରରେ ପାରଳାଖେମୁଣ୍ଡିସ୍ଥିତ ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଶିଶୁମାନଙ୍କ ସହ ଖୁସି ବାଣ୍ଟିଛନ୍ତି ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ। ଏହି ଅବସରରେ ସେ ବାଳାଶ୍ରମ ପରିଦର୍ଶନ କରି ଶିଶୁମାନଙ୍କ ସହ ଭାବ ବିନିମୟ କରିଥିଲେ।
/sambad/media/media_files/2026/11/09/whatsapp-image-2026-11-09-07-05-52.jpeg)
/sambad/media/media_files/2026/11/09/whatsapp-image-2026-11-09-07-07-03.jpeg)
1/3
ପିଲାମାନଙ୍କ ପାଠପଢ଼ା, ଭବିଷ୍ୟତ ଲକ୍ଷ୍ୟ ଓ ଆଗାମୀ ଦିନରେ ଜୀବନରେ କିପରି ସଫଳତା ହାସଲ କରିବେ, ସେନେଇ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
/sambad/media/media_files/2026/11/09/whatsapp-image-2026-11-09-07-07-24.jpeg)
2/3
ପରେ ଜିଲ୍ଲାପାଳ ଶିଶୁମାନଙ୍କୁ ମିଠା ବଣ୍ଟନ କରିବା ସହ ସେମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ଏହାଦ୍ୱାରା ଶିଶୁମାନଙ୍କ ମଧ୍ୟରେ ଦୀପାବଳିର ଆନନ୍ଦ ଓ ଉତ୍ସାହ ଦ୍ୱିଗୁଣିତ ହୋଇଥିଲା।
/sambad/media/media_files/2026/11/09/whatsapp-image-2026-11-09-07-07-52.jpeg)
3/3
ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଭଗବତ ସାମଲ କଲ୍ୟାଣ ରାଓ, ବାତ୍ୟା ପରବର୍ତ୍ତୀ କାର୍ଯ୍ୟର ତଦାରଖ ପାଇଁ ଜିଲ୍ଲାର ଅତିରିକ୍ତ ଦାୟିତ୍ୱରେ ଥିବା ପୱନ କୁମାର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଶିଶୁ ମଙ୍ଗଳ ସମିତିର ସଦସ୍ୟସଦସ୍ୟାମାନେ ଉପସ୍ଥିତ ଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

4 days ago
5


