ଆରଆରସିରେ ଚାକିରି ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ

1 day ago 1
ARTICLE AD BOX

ନୂଆଦିଲ୍ଲୀ: ରେଲୱେ ରିକ୍ରୁଟମେଣ୍ଟ ସେଲ୍‌ (ଆରଆରସି) ସାଉଥର୍ଣ୍ଣ ରେଲୱେରେ ଅପ୍ରେଣ୍ଟିସ୍ ପଦ ପାଇଁ ଆବେଦନ କରିବାର ଶେଷ ସୁଯୋଗ ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ରହିଛି। ଯେଉଁ ପ୍ରାର୍ଥୀମାନେ ଆରଆରସି ଏସଆର୍‌ରେ ଅପ୍ରେଣ୍ଟିସ୍ ଭାବେ ପ୍ରଶିକ୍ଷଣ ନେବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ।

ଏହି ନିଯୁକ୍ତି ମାଧ୍ୟମରେ ମୋଟ ୪୪୭୧ ଜଣ ପ୍ରାର୍ଥୀଙ୍କୁ ଅପ୍ରେଣ୍ଟିସ୍ ଭାବେ ଚୟନ କରାଯିବ। ସମସ୍ତ ପ୍ରାର୍ଥୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ ପ୍ରକ୍ରିୟା ନିଶ୍ଚିତ ଭାବେ ଶେଷ କରିବାକୁ ପରାମର୍ଶ ଦିଆଯାଇଛି। ଆରଆରସି ଏସଆର୍‌ରେ ଅପ୍ରେଣ୍ଟିସ୍ ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନେ ଭାରତର କୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦଶମ, ଦ୍ୱାଦଶ କିମ୍ବା ନିର୍ଦ୍ଧାରିତ ସମକକ୍ଷ ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ। ଏହା ସହିତ ସମ୍ପୃକ୍ତ ଟ୍ରେଡ୍‌ରେ ଆଇଟିଆଇ ସାର୍ଟିଫିକେଟ୍ ମଧ୍ୟ ରହିବା ଆବଶ୍ୟକ।

ବୟସ ସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୫ ବର୍ଷ ହୋଇଥିବା ଆବଶ୍ୟକ। ସର୍ବାଧିକ ବୟସ ୨୨/୨୪ ବର୍ଷ ନିର୍ଦ୍ଧାରଣ କରାଯାଇଛି। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ବୟସ ସୀମାରେ ନିୟମ ଅନୁସାରେ ଛାଡ଼ ମିଳିବ। ଏସ୍‌ସି ଓ ଏସ୍‌ଟି ପ୍ରାର୍ଥୀଙ୍କୁ ୫ ବର୍ଷ, ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ୧୦ ବର୍ଷ ବୟସ ଛାଡ଼ ମିଳିବ।

କେତେ ମିଳିବ ଷ୍ଟାଇପେଣ୍ଡ?

ଚୟନିତ ପ୍ରାର୍ଥୀମାନଙ୍କୁ ଅପ୍ରେଣ୍ଟିସ୍ ପ୍ରଶିକ୍ଷଣ ସମୟରେ ଷ୍ଟାଇପେଣ୍ଡ ଦିଆଯିବ।
•    ଦଶମ ପାସ୍: ମାସକୁ ୮,୨୦୦ ଟଙ୍କା
•    ଦ୍ୱାଦଶ ପାସ୍ ଓ ଆଇଟିଆଇ: ମାସକୁ ୯,୬୦୦ ଟଙ୍କା

ଆବେଦନ ଶୁଳ୍କ
ଅପ୍ରେଣ୍ଟିସ୍ ପଦ ପାଇଁ ଆବେଦନ କରିବା ସମୟରେ ପ୍ରାର୍ଥୀଙ୍କୁ ରେଜିଷ୍ଟ୍ରେସନ୍ ଫି’ ଦେବାକୁ ପଡ଼ିବ। ଜେନେରାଲ୍, ଓବିସି ଓ ଇଡବ୍ଲ୍ୟୁଏସ୍ ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି। ଏସ୍‌ସି, ଏସ୍‌ଟି, ମହିଳା ଓ ଦିବ୍ୟାଙ୍ଗ ବର୍ଗର ପ୍ରାର୍ଥୀଙ୍କ ପାଇଁ ଶୁଳ୍କ ସମ୍ପର୍କିତ ନିୟମ ନିଯୁକ୍ତି ବିଜ୍ଞପ୍ତି ଅନୁସାରେ ଲାଗୁ ହେବ। ଆବେଦନର ଶେଷ ତାରିଖ ୨୦୨୬  ସେପ୍ଟେମ୍ବର ୨୭।

ଗଣେଶ ମଣ୍ଡପରେ ବିଦ୍ୟୁତ୍ ଆଘାତରେ ୪ ଜଣଙ୍କର ମୃତ୍ୟୁ, ୩ ଆହତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.