Zimbabwe creates history: ଇତିହାସ ରଚିଲା ଜିମ୍ବାୱେ: ଟେଷ୍ଟର ଉଭୟ ପାଳିରେ ୫୦୦+ ରନ୍‌

1 day ago 3
ARTICLE AD BOX

ସାରଜା: ଆଫ୍‌ଗାନିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଇତିହାସ ରଚିଛି ଜିମ୍ବାୱେ। ଏହି ଟେଷ୍ଟ୍‌ର ପ୍ରଥମ ପାଳିରେ ୫୦୪ ରନ୍‌ରେ ଅଲ୍ଆଉଟ୍‌ ହୋଇଥିବା ଜିମ୍ବାୱେ ଦ୍ବିତୀୟ ପାଳିରେ ୫୨୩/୫ କରିଛି। ଫଳରେ ଟେଷ୍ଟ୍‌ କ୍ରିକେଟ୍‌ରେ ପ୍ରଥମ ଦଳ ଭାବେ ଉଭୟ ପାଳିରେ ୫୦୦ରୁ ଊର୍ଧ୍ବ ରନ୍‌ କରିବାରେ ଜିମ୍ବାୱେ ପ୍ରଥମ ଦଳ ହେବାର ଗୌରବ ଅର୍ଜନ କରିଛି। ଶେଷ ଦିନର ଷ୍ଟମ୍ପ୍ସ ବେଳକୁ ଅଧିନାୟକ କ୍ରେଗ୍‌ ଏର୍ଭିନ ୨୦୬* ଓ ୱେସ୍‌ଲେ ମାଧେବେରେ ୧୦୦* ରନ୍‌ କରିଥିଲେ।

IDBI Bank: ସରଳ ବିଚାର: ଆଇଡିବିଆଇ ବ୍ୟାଙ୍କର ବିଦେଶୀ ମାଲିକାନା

ଆଫ୍‌ଗାନିସ୍ତାନ ପ୍ରଥମ ପାଳି‌ରେ ୫୧୪ ରନ୍‌ କରିଥିଲା। ଫଳରେ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଅନ୍ୟପକ୍ଷରେ ଏର୍ଭିନ (୪୧ ବର୍ଷ ୮୨ ଦିନ) ମଧ୍ୟ ତୃତୀୟ ବୟୋଜ୍ୟେଷ୍ଠ ଖେଳାଳି ଭାବେ ଟେଷ୍ଟ୍‌ କ୍ରିକେଟ୍‌ରେ ଦ୍ବିଶତକ ଅର୍ଜନ କରିଥିଲେ। ତାଙ୍କ ଆଗରେ କେବଳ ଦକ୍ଷିଣ ଆଫ୍ରିକାର ଏରିକ୍‌ ରୋୱାନ ଓ ଇଂଲଣ୍ଡର ଜ୍ୟାକ୍‌ ହବ୍ସ ରହିଛନ୍ତି। ମାଧେବେରେ ନିଜର ପ୍ରଥମ ଟେଷ୍ଟ୍‌ ଶତକ ଅର୍ଜନ କରିଛନ୍ତି। ସେ ଓ ଏର୍ଭିନ ଅବିଭାଜିତ ଷଷ୍ଠ ୱିକେଟ୍‌ରେ ୨୦୮ ରନ୍‌ର ଭାଗୀଦାର ଗଢ଼ି ଜିମ୍ବାୱେ ପାଇଁ ନୂଆ ରେକର୍ଡ କରିଛନ୍ତି।

UCCIL: ରାଜ୍ୟପାଳଙ୍କୁ ଭେଟିଲେ ୟୁସିସିଆଇଏଲ୍‌ ସଭାପତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.