Youth Stabbed: ଉମରକୋଟ କଲେଜ ନିର୍ବାଚନ ପୂର୍ବରୁ ଗୋଷ୍ଠୀ ସଂଘର୍ଷ: ଯୁବକଙ୍କୁ ଛୁରାମାଡ଼, ଜଣେ ଅଟକ

58 minutes ago 1
ARTICLE AD BOX

ଉମରକୋଟ: ଉମରକୋଟ କଲେଜ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିବା ୨୪ ଘଣ୍ଟା ନ ପୁରୁଣୁ ୨ ଅଣ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେଇ ଜଣେ ଯୁବକଙ୍କ ଉପରେ ଛୁରାମାଡ଼ ହେଇଛି। ଯୁବକଙ୍କ ନାଁ ଦୀପ କୋମଲ ମହାପାତ୍ର। ଆହତ ଦୀପକମଲ ମହାପାତ୍ରଙ୍କୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସିତ କରିଥିବା ଡାକ୍ତର ବିଶାଖାପାଟଣାକୁ ସ୍ଥାନାନ୍ତର କରିଛନ୍ତି। ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ବ୍ୟାପକ ଉତ୍ତେଜନା ଦେଖା ଯାଇଛି । ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ତଥ୍ୟ ଅନୁଯାୟୀ, କଲେଜ ନିର୍ବାଚନ ଚାଲିଥିବା ସମୟରେ କଲେଜ କ୍ୟାମ୍ପସ ବାହାରେ ଗତକାଲି କିଛି ଦୁଇ ଗୋଷ୍ଠୀର ଅଣଛାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ପରେ ଘଟଣାଟି ସାମୟିକ ଭାବେ ଶାନ୍ତ ହୋଇଥିବା ବେଳେ ଆଜି ସକାଳେ ପୁଣି ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଅଭିଯୋଗ ଅନୁସାରେ, ଅଭିଷେକ ପଣ୍ଡା ନାମକ ଯୁବକଙ୍କୁ ଅନ୍ୟ ଗୋଷ୍ଠୀର କିଛି ଯୁବକ ଡିଏନକେ ଠାରେ ଆକ୍ରମଣ କରିଥିଲେ । ଏହାକୁ ନେଇ ଦୀପକମଲ ମହାପାତ୍ରଙ୍କ ଗୋଷ୍ଠୀ ପକ୍ଷରୁ ଡିଏନକେ ସ୍ଥିତ ତ୍ରିନାଥ ମନ୍ଦିର ନିକଟରେ ଆଲୋଚନା ଚାଲିଥିବା ସମୟରେ ପ୍ରାୟ ୩୦ ରୁ ୪୦ ଜଣ ଯୁବକ ବାଇକରେ ଆସି ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୀପକମଲ ମହାପାତ୍ରଙ୍କୁ ଛୁରା ଓ ଭୁଜାଲିରେ ବ୍ୟବହାର କରାଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ତାଙ୍କ ପେଟ ଓ ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି । ଗୁରୁତର ଆହତ ଅବସ୍ଥାରେ ଦୀପକମଲଙ୍କୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା ।ଘଟଣା ପରେ ସହରରେ ତୀବ୍ର ଉତ୍ତେଜନା ଲାଗିରହିଛି । ଆହତ ଦୀପକମଲ ମହାପାତ୍ରଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ସେଠାରେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି ।

ସହରରେ ପୁଲିସ ପଇଁତରା ମାରୁଛି

ଘଟଣାକୁ ନେଇ ଉମରକୋଟ ଥାନାରେ ଅଭିଯୋଗ ଦାଖଲ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ଆକ୍ରମଣର ପ୍ରକୃତ କାରଣ କଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ସମଗ୍ର ଉମରକୋଟ ସହରରେ ପୁଲିସ ପଇଁତରା ମାରୁଛି। ବର୍ତ୍ତମାନ ଉମରକୋଟ ସହରରେ ଚାପା ଉତ୍ତେଜନା ଲାଗି ରହିଛି। ଘଟଣାରେ ଜଣେ ଯୁବକଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ଆଇଆଇସି ଯୁଗଳ ଶବର ସୂଚନା ପ୍ରଦାନ କରିଛନ୍ତି।

Drowned: ବ୍ରାହ୍ମଣୀରେ ଗାଧୋଇବା ବେଳେ ୧୨ ବର୍ଷୀୟ ନାବାଳକ ନିଖୋଜ, ଖୋଜାଖୋଜି ଜାରି

Read Entire Article
LEFT SIDEBAR AD

Hidden in mobile, Best for skyscrapers.