ARTICLE AD BOX
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ମହିଳା ଏବଂ ନାବାଳିକାଙ୍କ ସୁରକ୍ଷା ସହିତ ସମ୍ମାନକୁ ଗୁରୁତ୍ବ ଦେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦର ବୈଠକରେ ଉତ୍ତର ପ୍ରଦେଶ ରାଣୀ ଲକ୍ଷ୍ମୀବାଇ ମହିଳା ଏବଂ ଶିଶୁ ସମ୍ମାନ କୋଷ ନିୟମାବାଳୀ ୨୦୨୬କୁ ମଂଜୁରୀ ପ୍ରଦାନ କରାଯାଇଛି।
ନୂତନ ନିୟମାବଳୀ ଅନୁସାରେ ଜଘନ୍ୟ ହିଂସା ଏବଂ ଅପରାଧର ଶିକାର ମହିଳା ଏବଂ ନାବାଳିକାଙ୍କୁ ଏକ ଲକ୍ଷରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯିବ। ଏଥି ସହିତ ପୀଡିତାଙ୍କୁ ଜରୁରୀକାଳୀନ ଆର୍ଥିକ, ଚିକିତ୍ସା ଏବଂ ଆଇନ ସହାୟତା ପ୍ରଦାନ କରାଯିବ।
ସୂଚନାଯୋଗ୍ୟ, ରାଜ୍ୟରେ ପୀଡ଼ିତା ମହିଳାମାନଙ୍କୁ ଆର୍ଥିକ ସହାୟତା ଉପଲବ୍ଧ କରାଇବା ପାଇଁ ୨୦୧୫ରେ ରାଣୀ ଲକ୍ଷ୍ମୀବାଇ ମହିଳା ଏବଂ ଶିଶୁ ସମ୍ମାନ କୋଷ ନିୟମାବଳୀ ଲାଗୁ କରାଯାଇଥିଲା। ଏହି କ୍ରମରେ ପୁରୁଣା ନୀୟମାବଳୀର ସ୍ଥାନରେ ନିୟମାବଳୀ ୨୦୨୬କୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ନୂଆ ନିୟମରେ ଜଘନ୍ୟ ଅପରାଧକୁ ସାମିଲ କରାଯାଇଛି। ଏଥିରେ ଜୀବନ ହାନୀ, ଗଣଦୁଷ୍କର୍ମ, ଦୁଷ୍କର୍ମ ଏବଂ ଶାରୀରିକ ଅଂଗ କ୍ଷତିରୁ ସ୍ଥାୟୀ ଦିବ୍ୟାଙ୍ଗତାର ମାମଲା ସାମିଲ କରାଯାଇଛି। ଏହା ବ୍ୟତୀତ ଆକ୍ରମଣ କାରଣର ଗର୍ଭପାତ ଅଥବା ପ୍ରଜନନ କ୍ଷମତା ହ୍ରାସ, ଏସିଡ ଆକ୍ରମଣ ଏବଂ ଅଗ୍ନିକାଣ୍ଡ ଘଟଣାର ପୀଡ଼ିତାଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯିବ। ଅପରାଧ ଶ୍ରେଣୀ ଅନୁସାରେ ସରକାର କ୍ଷତିପୂରଣ ଦେବାର ବନ୍ଦୋବସ୍ତ କରିବେ।
ଯୋଗୀ ଆଦିତ୍ୟନାଥଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ, ଚରିତ୍ର ନିଭାଇବେ ଏହି ଅଭିନେତା

13 minutes ago
1


