ARTICLE AD BOX
ଲଣ୍ଡନ୍: କରାଟେ ଖେଳାଳିରୁ କ୍ରିକେଟର୍ ବନିଥିବା ୟାସ୍ତିକା ଭାଟିଆଙ୍କ ଚର୍ଚ୍ଚା ଏବେ ଚାରିଆଡ଼େ ଖେଳିଯାଇଛି। ବିଶ୍ବର ପ୍ରଥମ ମହିଳା ଭାବେ ଲର୍ଡସ ଭଳି ଐତିହାସିକ ପଡ଼ିଆରେ ଟେଷ୍ଟ୍ ଶତକ ହାସଲ କରି ୟାସ୍ତିକା ଏବେ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି। ଭାରତ ମଧ୍ୟ ଲର୍ଡସରେ ଟେଷ୍ଟ୍ ମ୍ୟାଚ୍ ଜିତି ନିଜ ଗୌରବମୟ ଯାତ୍ରାରେ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି। ଏହା ପରେ ଦଳର ଦୁଇ ଖେଳାଳି ଅଭିଜ୍ଞା ଦୀପ୍ତି ଶର୍ମା ଓ ୟାସ୍ତିକା ଭାଟିଆଙ୍କ ଚର୍ଚ୍ଚା ଜୋର ହୋଇଛି। ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟ୍ରେ ଦୀପ୍ତି ୫ ୱିକେଟ୍ ସଫଳତା ପାଇଥିବାବେଳେ ୟାସ୍ତିକା ଶତକ ହାସଲ କରିଥିଲେ। ଫଳରେ ଉଭୟ ‘ଲର୍ଡସ ଅନର୍’ ବୋର୍ଡରେ ସ୍ଥାନ ପାଇଥିଲେ।ବରୋଡ଼ା ଝିଅ ୟାସ୍ତିକା ଗତବର୍ଷ ଏସିଏଲ୍ ଆହତ କାରଣରୁ ଦଳଠାରୁ ଦୂରେଇ ରହିଥିଲେ ମଧ୍ୟ ଦୃଢ଼ମନା ହୋଇ ଦଳକୁ ଫେରିଥିଲେ। ଏହି ସଫଳତା ପାଇଁ ସେ ସବୁ ଶ୍ରେୟ ସାଥି ଖେଳାଳି ସ୍ମୃତି ମନ୍ଧାନା, ପରିବାର ଲୋକ ଏବଂ ବିସିସିଆଇ ସେଣ୍ଟର୍ ଅଫ୍ ଏକ୍ସଲେନ୍ସକୁ ଦେଇଛନ୍ତି। ଆଣ୍ଠୁ ସମସ୍ୟା କାରଣରୁ ସେ ଦଳଠାରୁ ଦୂରେଇ ରହିଥିଲେ ମଧ୍ୟ ନିଜ ତୃତୀୟ ଟେଷ୍ଟ୍ରେ ଶତକ ହାସଲ କରି ନିଜକୁ ପ୍ରମାଣିତ କରିଦେଇଛନ୍ତି। ଲର୍ଡସରେ ସେ ୧୫୮ ବଲ୍ରୁ ୭୧ ଷ୍ଟ୍ରାଇକ୍ ରେଟ୍ରେ ୧୧୩ ରନ୍ କରିଥିଲେ। ଶେଷରେ ଭାରତ ୨୭୦ ରନ୍ରେ ଏହି ଟେଷ୍ଟ୍ ଜିତିଥିଲା।
ଆହୁରି ପଢ଼ନ୍ତୁ: ପିକଅପ ଭ୍ୟାନରୁ ମୂଲ୍ୟବାନ ଶିଶୁ କାଠ ଜବତ
ୟାସ୍ତିକାଙ୍କ ସଫଳତା ରାତାରାତି ଆସିନାହିଁ। ୨୦୨୧ ମସିହାରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ଆସୁଛନ୍ତି। ସେହିବର୍ଷ ସେ ସେପ୍ଟେମ୍ବରର ମାସରେ ଦିନିକିଆ ଅନ୍ତର୍ଜାତୀୟ ଖେଳି ଆସିଥିଲେ। କିନ୍ତୁ ତାଙ୍କ ଯାତ୍ରା ପଥରେ ଭାଗ୍ୟ ଓ ପ୍ରଦର୍ଶନ ଅନେକ କିଛି ପ୍ରମାଣିତ କରିଛି। ୨୦୦୦ ନଭେମ୍ବର ପହିଲାରେ ଜନ୍ମଗ୍ରହଣ କରିଥିବା ୟାସ୍ତିକା ପଡ଼ିଆରେ ତାଙ୍କ ଫୁର୍ତ୍ତି ପାଇଁ ସାଥି ଖେଳାଳିଙ୍କ ନିକଟରେ ଅଧିକ ପରିଚିତ। ପିଲା ଦିନରେ ସେ ଜିଲ୍ଲାସ୍ତରରେ ବ୍ୟାଡ୍ମିଣ୍ଟନ୍ ଖେଳିଥିଲେ ଏବଂ ସନ୍ତରଣ ବି କରିଥିଲେ। କରାଟେ ଭଳି ଅତ୍ମରକ୍ଷା ଖେଳରେ ବି ନିଜ ପ୍ରତିଭା ଦେଖାଇ ବ୍ଲାକବେଲ୍ଟ ଜିତିଥିଲେ। ଖେଳାଳିଟିଏ ହେବାକୁ ସେ ଭଳି ଜନ୍ମନେଇଥିଲେ ଏହା ଅନେକ ସମୟରେ ବିଶ୍ବାସ ଦେଖାଇଛନ୍ତି। ମାତ୍ର ୮ ବର୍ଷ ବୟସରେ ତାଙ୍କ ବ୍ୟାଡ୍ମିଣ୍ଟନ ପ୍ରଶିକ୍ଷକ ସ୍ଥାନ ପରିବର୍ତ୍ତନ କରିଦେବାରୁ ତାଙ୍କ ପିତା କ୍ରିକେଟ୍ରେ ନାମ ପଞ୍ଜୀକରଣ କରାଇଥିଲେ। ଏହା ପରେ ସବୁକିଛି ଇତିହାସ ପାଲଟିଯାଇଛି। ପାଠ ପଢ଼ା ଗୁରୁତ୍ବକୁ ଅଣଦେଖା ନକରିବା ସହ ସେ କ୍ରିକେଟ୍ରେ ଲାଗିପଡ଼ିଥିଲେ। ପ୍ରାରମ୍ଭିକ ଅବସ୍ଥାରେ ସେ ବୋଲିଂ ଅଲରାଉଣ୍ଡର୍ ଭାବେ ଖେଳିଥିଲେ ମଧ୍ୟ ‘କିପିଂ’ ପରାମର୍ଶ ପରେ ଏଥିରେ ନିଜକ ଖାପ ଖୁଆଇ ନେଇଥିଲେ, ଯେଭଳି ମାଛକୁ ଗଭୀର ପାଣି ମିଳିଗଲା ଭଳି। ମାତ୍ର ୧୧ ବର୍ଷ ବୟସରେ ଥିବାବେଳେ ସେ ୧୯ ବର୍ଷରୁ କମ୍ ଦଳରେ ପ୍ରତିନିଧିତ୍ବ କରିଥିଲେ ଏବଂ ମହାରାଷ୍ଟ୍ର ବିପକ୍ଷରେ ଶତକ ହାସଲ କରି ସିଧାସଳଖ ୨୩ ବର୍ଷରୁ କମ୍ ଦଳରେ ସ୍ଥାନ ପାଇଥିଲେ। ହରିୟାଣା ବିପକ୍ଷରେ ଦିନିକିଆ ଶତକ ଏବଂ ମଣିପୁର ବିପକ୍ଷରେ ଟ୍ବେଣ୍ଟି-୨୦ ଶତକ ତାଙ୍କୁ ପରିପକ୍ବ କ୍ରିକେଟର୍ କରି ଦେଇଥିଲା। ଜାତୀୟ ଦଳକୁ ବାଟ କଢ଼ାଇ ନେଇଥିଲା। ଏପରିକି ସେହିବର୍ଷ ବରୋଦା ନେଟ୍ସରେ ପାଣ୍ଡ୍ୟା ବ୍ରଦର୍ସ (ହାର୍ଦିକ ଓ କ୍ରୁନାଲ୍)ଙ୍କୁ ସମ୍ମୁଖୀନ ହୋଇଥିଲେ। ପରେ ପରେ ସେ ସେହିବର୍ଷ ମଧ୍ୟ ସମସ୍ତ ୩ ଫର୍ମାଟରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ପୂର୍ବରୁ ଭାରତୀୟ ୱିକେଟ୍ରକ୍ଷକ କିରଣ ମୋରେ ମଧ୍ୟ କିଛିଦିନ ୟାସ୍ତିକାଙ୍କ ଖେଳ ଦେଖିଥିଲେ।
୨୦୨୨ ଦିନିକିଆ ବିଶ୍ବକପ୍ରେ ଦୁଇ ଅର୍ଦ୍ଧଶତକ ସହିତ ଭାରତୀୟ ମଧ୍ୟକ୍ରମ ସମ୍ଭାଳିଥିବା ୟାସ୍ତିକା ଏବେ ମଧ୍ୟ ସେହି ଭୂମିକାକୁ ଭଲରେ ତୁଲାଇ ଆସୁଛନ୍ତି। ଡବ୍ଲ୍ୟୁପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ୟାସ୍ତିକା ଦଳର ୨୦୨୩ ଓ ୨୦୨୪ କ୍ରମାଗତ ଟ୍ରଫି ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ। ୨୦୨୫ ଦିନିକିଆ ବିଶ୍ବକପ୍ ସମୟରେ ଅଧାରୁ ଆହତ ହୋଇଥିବା ୟାସ୍ତିକାଙ୍କ ଦୁଃଖ କିନ୍ତୁ ଲର୍ଡସ ଶତକରେ ସଫଳ ହୋଇଛି।
ଆହୁରି ପଢ଼ନ୍ତୁ: ଚାରା ଦୁର୍ନୀତି ମାମଲାରେ ଲାଲୁଙ୍କୁ ବଡ଼ ଆଶ୍ୱସ୍ତି: ଜାମିନ୍ କାଏମ୍, ସିବିଆଇର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ଅଧିକ ଦେଖନ୍ତୁ:

1 hour ago
1


