World Tribal Day ଘୁ.ଉଦୟଗିରିରେ କୁଇ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ

1 month ago 11
ARTICLE AD BOX

ଘୁ.ଉଦୟଗିରି:  ନିଖିଳ ଉତ୍କଳ କୁଇ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ବନ୍ଧ ଛକ ଠାରେ ଥିବା ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବଶିଷ୍ଠ ସଦସ୍ୟ ଉଦ୍ଦ୍ୟେଶନ ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।  ବିବେକାନନ୍ଦ ପ୍ରଧାନ, ଶାନ୍ତନୁ ପ୍ରଧାନ, ଜ୍ଞାନ ରଞ୍ଜନ ପ୍ରଧାନ, ମାଜିରା ପ୍ରଧାନ,ଯୌବନ ମଲିକ, ଗୋବିନ୍ଦ ପ୍ରଧାନ,ଉଦ୍ଧବ ପ୍ରଧାନ,ବଟକୃଷ୍ଣ ପ୍ରଧାନ, ମୋହନ ପ୍ରଧାନ, ବାସୁଦେବ ପ୍ରଧାନ, ଡକିଲା ପ୍ରଧାନଙ୍କ ସହ ବହୁ ସଦସ୍ୟ ଯୋଗ ଦେଇଥିଲେ। 

ବିଶ୍ୱ ଆଦିବାସୀ ଦିବସରେ ବିଶାଳ ସମାବେଶ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ ୧୦ ଦଫା ଦାବିପତ୍ର

ନିଖିଳ ଉତ୍କଳ କୁଇ ସମାଜ କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାରେ ଆଦିବାସୀ ସମାଜର ଭାଷା, ସଂସ୍କୃତି, ପରମ୍ପରା, ଅଧିକାର,  ସହ ସ୍ୱାଭିମାନର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଦିବାସୀ ସମାଜର ଉନ୍ନତି ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ସାମାଜିକ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ଏବଂ କୁଇ ଭାଷା ଓ ପାରମ୍ପରିକ ସଂସ୍କୃତିର ସୁରକ୍ଷା ସହ ନୂତନ ପିଢ଼ିକୁ ନିଜ ଐତିହ୍ୟ ସହ ଯୋଡ଼ି ହୋଇ ରହିବାକୁ ଆହ୍ୱାନ ଦିଆଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.