World's Tallest Buildings Day: ନଭଶ୍ଚୁମ୍ବୀ ଅଟ୍ଟାଳିକା ଦିବସ: ପୃଥିବୀର ୫ଟି ଉଚ୍ଚତମ ଅଟ୍ଟାଳିକା

2 hours ago 2
ARTICLE AD BOX

ଆଜି ସ୍କାଇସ୍କ୍ରେପର‌୍‌ ଡେ ବା ନଭଶ୍ଚୁମ୍ବୀ ଅଟ୍ଟାଳିକା ଦିବସ। ୧୫୦ ମିଟରରୁ ଉଚ୍ଚ ଓ ୪୦ରୁ ଅଧିକ ମହଲା ଥିବା କୋଠାକୁ ନଭଶ୍ଚୁମ୍ଭୀ ଅଟ୍ଟାଳିକା ଭାବେ ଗଣାଯାଏ। ୧୮୮୫ରେ ଆମେରିକାର ଚିକାଗୋ ସହରରେ ନିର୍ମିତ ହୋଇଥିଲା ବିଶ୍ବର ପ୍ରଥମ ନଭଶ୍ଚୁମ୍ବୀ ଅଟ୍ଟାଳିକା ‘ଦ ହୋମ୍‌ ଇନ୍‌ସୁରାନ୍‌ସ ବିଲ୍‌ଡି˚’। ଦୁବାଇରେ ଥିବା ‘ବୁର୍ଜ ଖଲିଫା’ ୨୦୧୦ ମସିହାରୁ ବିଶ୍ବର ଉଚ୍ଚତମ ଅଟ୍ଟାଳିକାର ମାନ୍ୟତା ବହନ କରିଆସୁଛି। ଏହାର ଉଚ୍ଚତା ୮୨୮ ମିଟର। ସାଉଦି ଆରବର ଜେଦ୍ଦାହରେ ନିର୍ମିତ ହେଉଥିବା ‘ଜେଦ୍ଦାହ ଟାଵର‌୍‌’ର ନିର୍ମାଣ ସରିଲେ, ଏହା ହେବ ବିଶ୍ବ‌େର ଉଚ୍ଚତମ ଅଟ୍ଟାଳିକା ଏବଂ ଏହା ପ୍ରଥମ ଅଟ୍ଟାଳିକା ଭାବେ ଏକ କିଲୋମିଟର୍‌ରୁ ଅଧିକ ଉଚ୍ଚତା ହାସଲ କରିବ। 

Elephant: କନ୍ଧମାଳରେ ଦନ୍ତା ହାତୀ ଉପଦ୍ରବ; ନଷ୍ଟ କଲେ ଫସଲ

ସର୍ବାଧିକ ସଂଖ୍ୟକ ନଭଶ୍ଚୁମ୍ଭୀ ଅଟ୍ଟାଳିକା ରହିଛି ଚୀନରେ (୩୫୬୮ଟି)। ଯୁକ୍ତରାଷ୍ଟ୍ର ଆମେରିକାରେ ଦ୍ବିତୀୟ ସର୍ବାଧିକ (୯୩୪ଟି) ଏବଂ ଭାରତରେ ତୃତୀୟ ସର୍ବାଧିକ (୪୩୬ଟି) ନଭଶ୍ଚୁମ୍ଭୀ ଅଟ୍ଟାଳିକା ଅଛି। ମୁମ୍ବାଇରେ ନିର୍ମାଣାଧୀନ ‘ପଲାଇସ୍‌ ରୟାଲ୍‌’ (୩୨୦ ମିଟର, ୮୪ ମହଲା) ହେଉଛି ଭାରତର ଉଚ୍ଚତମ କୋଠା। 

Horoscope 2026 September 03: ଜାଣନ୍ତୁ ଆଜିର ରାଶିଫଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.