Women: ନେତୃତ୍ବ ନେବାରେ ମହିଳା ପଛୁଆ!

1 week ago 7
ARTICLE AD BOX

ପରିବାରଠାରୁ ଦେଶ ପର୍ଯ୍ୟନ୍ତ ସବୁଠାରେ ମହିଳାଙ୍କ ଭୂମିକା ଧୀରେ ଧୀରେ ବଢ଼ୁଛି। ଶିକ୍ଷା, ଚାକିରି, ବ୍ୟବସାୟ ଓ ରାଜନୀତି ସବୁ କ୍ଷେତ୍ରରେ ସେମାନେ ନିଜ ଦକ୍ଷତାର ପ୍ରମାଣ ଦେଉଛନ୍ତି। ତଥାପି ବଡ଼ ନିଷ୍ପତ୍ତି ନେବା ସ୍ଥାନରେ ଏବେ ବି ମହିଳାଙ୍କ ସଂଖ୍ୟା କମ୍। ଜାତିସଂଘର ‘ଜେଣ୍ଡର ସ୍ନାପ୍‌ସଟ୍‌୨୦୨୬’ ରିପୋର୍ଟରେ ମହିଳାଙ୍କ ନେତୃତ୍ୱରେ ଥିବା ଏହି ବ୍ୟବଧାନକୁ ବିଶ୍ୱର ବିକାଶ ଲକ୍ଷ୍ୟ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ଦର୍ଶାଯାଇଛି।

ରିପୋର୍ଟ ଅନୁସାରେ, ବିଶ୍ୱର ଜାତୀୟ ସଂସଦଗୁଡ଼ିକରେ ମହିଳାଙ୍କ ପ୍ରତିନିଧିତ୍ୱ ମାତ୍ର ୨୭.୪ ପ୍ରତିଶତ। ବର୍ତ୍ତମାନ ଯେଉଁ ଗତିରେ ପରିବର୍ତ୍ତନ ହେଉଛି, ତାହା ଜାରି ରହିଲେ ସଂସଦରେ ପୁରୁଷ ଓ ମହିଳାଙ୍କ ସମାନ ପ୍ରତିନିଧିତ୍ୱ ପାଇଁ ଆହୁରି ୬୩ ବର୍ଷ ଲାଗିପାରେ। ସମାନ ଅଧିକାର ଓ ସୁଯୋଗ ହାସଲ କରିବାକୁ ଆହୁରି ୧୭୧ ବର୍ଷ ଅପେକ୍ଷା କରିବାକୁ ପଡ଼ିପାରେ। କେବଳ ସଂସଦ ନୁହେଁ, ସରକାରର ଗୁରୁତ୍ୱପୂର୍ଣ୍ଣ ପଦରେ ମଧ୍ୟ ମହିଳାଙ୍କ ଭାଗିଦାରୀ କମ୍। ୨୦୨୬ରେ ବିଶ୍ୱର କ୍ୟାବିନେଟ୍‌ ପଦବିଗୁଡ଼ିକରେ ମହିଳାଙ୍କ ଭାଗୀଦାରୀ ୨୨.୪ ପ୍ରତିଶତ। ଅର୍ଥନୀତି ବିଭାଗ ମନ୍ତ୍ରୀଙ୍କ ମଧ୍ୟରେ ମହିଳାଙ୍କ ଅଂଶ ୧୯.୫ ପ୍ରତିଶତ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗରେ ଏହା ୨୬.୩ ପ୍ରତିଶତ। ସେହିପରି ବିଶ୍ୱର ୧୭୫ ଜଣ ମୁଖ୍ୟ ବିଚାରପତିଙ୍କ ମଧ୍ୟରୁ ମାତ୍ର ୩୧ ଜଣ ମହିଳା।

କର୍ପୋରେଟ୍‌ କ୍ଷେତ୍ରରେ ମଧ୍ୟ ମହିଳାଙ୍କ ସ୍ଥିତି ବିଶେଷ ଅଲଗା ନୁହେଁ। ବିଶ୍ୱର କମ୍ପାନି ବୋର୍ଡରେ ମହିଳାଙ୍କ ଅଂଶ ୨୫.୧ ପ୍ରତିଶତ ଥିବା ବେଳେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ସିଇଓ ପଦରେ ମହିଳାଙ୍କ ଭାଗୀଦାରୀ ମାତ୍ର ୫.୮ ପ୍ରତିଶତ। ୨୦୨୪ରେ କେବଳ ମହିଳାଙ୍କ ଦ୍ବାରା ପ୍ରତିଷ୍ଠିତ ଷ୍ଟାର୍ଟଅପ୍‌ଗୁଡ଼ିକୁ ବିଶ୍ୱର ଭେଞ୍ଚର୍ କ୍ୟାପିଟାଲ୍‌ର ମାତ୍ର ୨.୩ ପ୍ରତିଶତ ମିଳିଥିଲା। ପ୍ରଯୁକ୍ତି ଓ ଏଆଇ କ୍ଷେତ୍ରରେ ମଧ୍ୟ ମହିଳାଙ୍କ ଉପସ୍ଥିତି କମ୍। ବିଶ୍ୱର ଏଆଇ ପେସାଦାରଙ୍କ ମଧ୍ୟରେ ମହିଳାଙ୍କ ଅଂଶ ପ୍ରାୟ ୨୨ ପ୍ରତିଶତ। ଶୀର୍ଷସ୍ତରୀୟ ଏଆଇ ପଦବିରେ ଏହା ଆହୁରି ହ୍ରାସ ପାଇ ୧୪ ପ୍ରତିଶତରେ ପହଞ୍ଚିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.