Women’s Hockey: ଭାରତୀୟ ମହିଳା ହକି ଦଳର ବିଜୟ ଅଭିଯାନ; ଉଜ୍‌ବେକିସ୍ତାନକୁ ୧୯-୦ରେ ହରାଇଲା

48 minutes ago 1
ARTICLE AD BOX

କାକାମିଗାହାରା:ଭାରତୀୟ ମହିଳା ହକି ଦଳର ଚଳିତ ଏସୀୟ କ୍ରୀଡ଼ାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାର ପୁଲ୍‌-ବି’ର ନିଜର ପ୍ରଥମ ମ୍ୟାଚରେ ଭାରତ ୧୯-୦ ଗୋଲ୍‌ରେ ଉଜ୍‌ବେକିସ୍ତାନକୁ ପରାସ୍ତ କରିଛି। ଦୁଇ ଦଳ ପ୍ରଥମ ଥର ମୁହାଁମୁହିଁ ହୋଇଥିଲା ବେଳେ ଏସିଆଡ୍‌ରେ ଭାରତ ସର୍ବବୃହତ୍‌ ବ୍ୟବଧାନ ବିଜୟ ରେକର୍ଡର ନିକଟତର ହୋଇଥିଲା। ଭାରତ ପକ୍ଷରୁ ଦୀପିକା କୁମାରୀ ୮ ଗୋଲ୍‌ ଦେଇଥିଲା ବେଳେ ଈଶିକା ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ନବନୀତ କୌର ଓ ଲାଲଥାନ୍ତଲୁଆଙ୍ଗି ୨ଟି ଲେଖାଏଁ ଏବଂ ଲାଲରେମସିଆମି, ବଲ୍‌ଜିତ କୌର, ନେହା ଓ ସାକ୍ଷୀ ରାଣା ଗୋଟିଏ ଲେଖାାଏଁ ‌ଗୋଲ୍‌ ଦେଇଥିଲେ।

ଭାରତ ୮ ଗୋଲ୍‌ ଲଦି ୧୬-୦ରେ ଅଗ୍ରଣୀ

ଷଷ୍ଠ ମିନିଟ୍‌ରେ ଲାଲରେମସିଆମ୍‌ଙ୍କ ଫିଲ୍ଡ ଗୋଲ୍‌ରୁ ଭାରତ ଅଭିଯାନ ଆରମ୍ଭ କରିଥିଲା। ଏହାପରେ ଦୀପିକା, ଈଶିକା ଓ ବଲଜିତ ଗୋଟିଏ ଲେଖାଏଁ ଫିଲ୍ଡ ଗୋଲ୍‌ ଦେଇ ଦଳକୁ ପ୍ରଥମ କ୍ବାର୍ଟରରେ ୪-୦ରେ ଆଗରେ ରଖିଥିଲେ। ଦ୍ବିତୀୟ କ୍ବାର୍ଟରରେ ନେହା, ନବନୀତଙ୍କ ଫିଲ୍ଡ ଏବଂ ଦୀପିକାଙ୍କୁ ଯୁଗଳ ‌ପେନାଲ୍ଟି କର୍ଣ୍ଣର ଗୋଲ୍‌ ବଳରେ ଭାରତ ସ୍ଥିତି ୮-୦ କରିଥିଲା। ତୃତୀୟ କ୍ବାର୍ଟରରେ ଭାରତ ୮ ଗୋଲ୍‌ ଲଦି ୧୬-୦ରେ ଅଗ୍ରଣୀ ନେଇଥିଲା। ଏହି କ୍ବାର୍ଟରରେ ଦୀପିକା ୪ଟି ଓ ଲାଲଥାନ୍ତଲୁଆଙ୍ଗି ଗୋଟିଏ ପେନାଲ୍ଟି କର୍ଣ୍ଣର ଗୋଲ୍‌ କରିଥିଲା ବେଳେ ଈଶିକା, ସାକ୍ଷୀ ଓ ନବନୀତ ଗୋଟିଏ ଲେଖାଏଁ ଫିଲ୍ଡ ଗୋଲ୍‌ ଦେଇଥିଲେ। ଶେଷ କ୍ବାର୍ଟରରେ ଲାଲଥାନ୍ତଲୁଆଙ୍ଗି ପେନାଲ୍‌ଟି ସୁଟ୍‌ ଗୋଲ୍‌ ଦେଇଥିଲା ବେଳେ ଈଶିକା ଓ ଦୀପିକା ଫିଲ୍ଡଗୋଲ୍‌ କରିଥିଲେ। ଭାରତ ସୋମବାର ପରବର୍ତ୍ତୀ ମ୍ୟାଚ୍‌ ଇଣ୍ଡୋନେସିଆ ବିପକ୍ଷରେ ଖେଳିବ।

India First Medal: ଭାରତକୁ ପ୍ରଥମ ପଦକ ଦେଲେ ୧୦ ମିଟର ଏୟାର ରାଇଫଲ୍‌ ମହିଳା ଦଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.