Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_k0uu81at5stjs5jt6ptvic2p8e, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Women’s Hockey: ଭାରତୀୟ ମହିଳା ହକି ଦଳକୁ ୫୦ଲକ୍ଷ ଟଙ୍କା ପୁରସ୍କାର - CGPT.IN

Women’s Hockey: ଭାରତୀୟ ମହିଳା ହକି ଦଳକୁ ୫୦ଲକ୍ଷ ଟଙ୍କା ପୁରସ୍କାର

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ଐତିହାସିକ ପ୍ରଦର୍ଶନ ପାଇଁ ଭାରତୀୟ ମହିଳା ହକି ଦଳକୁ ପୁରସ୍କୃତ କରିଛି ହକି ଇଣ୍ଡିଆ। ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ପଞ୍ଚମ ସ୍ଥାନ ହାସଲ କରିଥିବା ସଲିମା ଟେଟେଙ୍କ ନେତୃତ୍ୱାଧୀନ ଦଳ ପାଇଁ ହକି ଇଣ୍ଡିଆ ୫୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛି। ଆମଷ୍ଟେଲଭିନ୍‌ରେ ଗୁରୁବାର ଅନୁଷ୍ଠିତ ପଞ୍ଚମ-ଷଷ୍ଠ ସ୍ଥାନ ନିର୍ଣ୍ଣୟ ମ୍ୟାଚ୍‌ରେ ଭାରତ ବିଶ୍ୱର ୫ ନମ୍ବର ଦଳ ଜର୍ମାନୀକୁ ୩-୧ ଗୋଲ୍‌ରେ ପରାସ୍ତ କରିଥିଲା। ଏହି ବିଜୟ ସହ ଭାରତ ବିଶ୍ୱକପ୍‌ରେ ପଞ୍ଚମ ସ୍ଥାନ ହାସଲ କରିଛି। 

ଭାରତୀୟ ହକିକୁ ନୂଆ ପରିଚୟ

୧୯୭୪ରେ ଆୟୋଜିତ ପ୍ରଥମ ମହିଳା ବିଶ୍ୱକପ୍‌ରେ ଚତୁର୍ଥ ସ୍ଥାନ ହାସଲ କରିବା ପରେ ଏହା ହେଉଛି ଭାରତର ଶ୍ରେଷ୍ଠ ବିଶ୍ୱକପ୍‌ ପ୍ରଦର୍ଶନ। ଭାରତୀୟ ଦଳର ଏହି ଅଭିଯାନ ବେଶ୍‌ ଚମତ୍କାର ରହିଥିଲା। ଦଳ ସମଗ୍ର ପ୍ରତିଯୋଗିତାରେ କେବଳ ଗୋଟିଏ ମ୍ୟାଚ୍‌ରେ ପରାଜିତ ହୋଇଥିଲା। ନିଜଠାରୁ ଉଚ୍ଚ ମାନ୍ୟତାପ୍ରାପ୍ତ ଚୀନ୍‌, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ମ୍ୟାଚ୍‌ ଡ୍ର’ ରଖିଥିଲା। ଏହାସହ ଦକ୍ଷିଣ ଆଫ୍ରିକାକୁ ୬-୧ ଗୋଲ୍‌ରେ ହରାଇଥିଲା। ଶେଷରେ ଜର୍ମାନୀକୁ ହରାଇ ଦଳ ଐତିହାସିକ ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ ଦଳକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଏହି ସଫଳତା ଭାରତୀୟ ମହିଳା ହକିରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୫୨ ବର୍ଷ ପରେ ବିଶ୍ୱକପ୍‌ରେ ପଞ୍ଚମ ସ୍ଥାନ ହାସଲ କରିବା ଦଳର କଠିନ ପରିଶ୍ରମ, ଦୃଢ଼ ମନୋବଳ ଓ ଲଢ଼େଇ କରିବାର ଦୃଢ଼ ମାନସିକତାର ପ୍ରମାଣ।”

ଆଜି ମେଜର ଧ୍ୟାନ ଚାନ୍ଦଙ୍କ ଜୟନ୍ତୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.