Women Protest Proposed Liquor Distillery ଚାଲିଥିଲା ସରକାରୀ ମଦଭାଟି ଖୋଲିବା ଶୁଣାଣି,  ହାତରେ ଠେଙ୍ଗା ଧରି ଘେରିଗଲେ ଶତାଧିକ ମହିଳା

57 minutes ago 1
ARTICLE AD BOX

ନବରଙ୍ଗପୁର(ସୁରେଶ ନାଇଡ଼ୁ): ଭାଟିଶାଳଗୁଡାରେ ନୂଆରେ ସରକାରୀ ମଦଭାଟି ଖୋଲିବାକୁ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି (ସୋମବାର) ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ପ୍ରକୋଷ୍ଠ ଚାଲିଥିଲା। ଏହି ସମୟରେ ୧୭ନଂ ୱାର୍ଡର ଗାନ୍ଧୀନଗର ଓ ଅଗ୍ନିପୁର ପଞ୍ଚାୟତର ଶତାଧିକ ମହିଳା ହାତରେ ଠେଙ୍ଗାବାଡ଼ି ଧରି ଘେରାଉ କରିଥିଲେ। ମଦଭାଟି ବିଜ୍ଞପ୍ତିକୁ ତୁରନ୍ତ ବାତିଲ କରିବାକୁ ଦାବି କରିଥିଲେ। 

Anti-liquor protest ପୂଜାସ୍ଥଳ ନିକଟରେ ନୂତନ ମଦ ଦୋକାନକୁ ବିରୋଧ, ତାଲା ପକାଇଲେ ମହିଳା
ପୌରପାଳିକା କାର୍ଯ୍ୟାଳୟରେ ପୂର୍ବାହ୍‌ଣରେ ପ୍ରଶାସନର ଅଭିଯୋଗ ଶୁଣାଣି ଚାଲିଥିଲା।  ସରପଂଚ ଦିବା ପୂଜାରୀ, ମାତୃ ଆଶ୍ରୟ ଆଶ୍ରମର ସଭାନେତ୍ରୀ କାଦମ୍ବିନୀ ତ୍ରିପାଠୀଙ୍କ ନେତୃତ୍ବରେ ଭାଗ୍ୟବତୀ ପୁଜାରୀ, ଗୋମତି, ଧନମତି ଭତ୍ରା, କରୁଣା ଭତ୍ରାଙ୍କ ସହ ଶତାଧିକ ମହିଳା ହାତରେ ଲାଠି, ଠେଙ୍ଗା ଧରି ପୌରପାଳିକାରେ ଚାଳିଥିବା ଅଭିଯୋଗଶୁଣାଣୀକୁ ଆସି ଘେରିଥିଲେ।  

ngp-agnipur panchyat acnhal rey mad band (2)

ଉପସ୍ଥିତ ଥିବା ଜିଲ୍ଲାପାଳ ମଧୁମିତା, ଏସ୍‌ପି ପାର୍ଥ କାଶ୍ୟପ ଜଗଦୀଶଙ୍କୁ ତୁରନ୍ତ ଏହି ଭାଟି ଖୋଲିବା ବିଜ୍ଞପ୍ତିକୁ ରଦ୍ଦ କରିବାକୁ ଦାବି କରିଥିଲେ। 

Anti-liquor protest: ମଦ ବିରୋଧୀ ଆନ୍ଦୋଳନ ବେଳେ ଅଘଟଣ: ମହିଳାଙ୍କ ଉପରେ ବାଇକ୍‌ ଚଢ଼ାଇଦେଲେ, ଦୁଇ ମାଫିଆ ଫେରାର
ସରପଞ୍ଚ ଦିବା ପୂଜାରୀଙ୍କ କହିବାନୁସାରେ, ଅଂଚଳରେ ହିର୍ଲି ଏକଲବ୍ୟ ଆବାସିକ ବିଦ୍ୟ‌ାଳୟ, ପଲିଟେକ୍ନିକ କଲେଜ , ମୋଡେଲ ଡିଗ୍ରୀ କଲେଜ ସହ ଅତି ନିକଟରେ ପ୍ରାଥମିକ ବିଦ୍ୟାଳୟ, ମନ୍ଦିର ଆଦି ରହିଛି। ୧୭ନଂ ୱାର୍ଡକୁ ଗାନ୍ଧୀଙ୍କ ନାଁରେ ଗାନ୍ଧୀନଗର ନାମିତ କରାଯାଇଛି। ଏଭଳି ସ୍ଥିତିରେ ଏହି ଅଞ୍ଚଳରେ ମଦଭାଟି ଖୋଲିବା ଗ୍ରହଣୀୟ ନୁହେଁ।  ଭାଟି ଖୋଲାଗଲେ ଅଂଚଳରେ ବ୍ୟାପକ ବିଶୃଙ୍ଖଳା ସୃଷ୍ଟି ହେବ।  ଏହା ସହ ଉକ୍ତ ଅଂଚଳରେ ଥିବା ବିଦେଶୀ ମଦ ଦୋକାନକୁ ବି ହଟାଇବାକୁ ଦାବି କରିଥିଲେ। 

Anti-Liquor Protest ଠେଙ୍ଗାଧାରିଣୀ ମହିଳା ମଦରେ ଲଗାଇଲେ ନିଆଁ, ଦେଖି ପୁଲିସ ଛାନିଆଁ
ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାଶ ମହିଳାଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ। ପୂର୍ବରୁ ସେଠାରେ ଦେଶୀ ମଦ ଭାଟି ରହିଥିବା ଏବଂ ପୂର୍ବରୁ ଠିକା ନେଇଥିବା ମାଲିକ ଚଳାଇ ନ ପାରି ହସ୍ତାନ୍ତର କରିଥିଲେ । ତେଣୁ ନୂଆ ନୂହେଁ ପୁନଃନବୀକରଣ କରାଯାଉଛି କହିଥିଲେ।  ଅପରପକ୍ଷରେ,  ଜିଲ୍ଲାପାଳ କହିଛନ୍ତି, ବିରୋଧ ନେଇ ସରକାରଙ୍କୁ ଜଣାଇବେ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ।   

Read Entire Article
LEFT SIDEBAR AD

Hidden in mobile, Best for skyscrapers.