ARTICLE AD BOX
କାର୍ ରେ ଆସିଲେ ମିଠା କିଣିବାକୁ । ମିଠା କିଣିଲେ । ମିଠା ଦୋକାନରୁ ଟଙ୍କା ଚୋରି କରି ନେଇଗଲେ। ଜଣେ ମହିଳାଙ୍କ ଏପରି କାରନାମା ସିସିଟିଭି କଏଦ କରିଛି। କ୍ଯାସ ଡ୍ରରୁ ଟଙ୍କା ଚୋରି କରୁଥିବାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି ।
woman Stole money from a sweet shop Photograph: (sambad.in)ଭୁବନେଶ୍ବର: କାର୍ ରେ ଆସିଲେ ମିଠା କିଣିବାକୁ । ମିଠାକିଣିଲେ। ମିଠା ଦୋକାନରୁ ଟଙ୍କା ଚୋରି କରି ନେଇଗଲେ। ଜଣେ ମହିଳାଙ୍କ ଏପରି କାରନାମା ସିସିଟିଭି କଏଦ କରିଛି। କ୍ଯାସ ଡ୍ରରୁ ଟଙ୍କା ଚୋରି କରୁଥିବାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି ।
ସିସିଟିଭିରେ ସମସ୍ତ ଦୃଶ୍ୟ ରେକର୍ଡ ହୋଇଛି
ଲିଙ୍ଗିପୁର ଟ୍ରାଫିକ୍ ଛକରେ ଥିବା ଶାରଳା ମିଷ୍ଠାନ୍ନ ଭଣ୍ଡାର ଦୋକାନକୁ ଦୋକାନରୁ ମହିଳା ଏବଂ ଜଣେ ଯୁବକ ସହ କାର୍ ରେ ଗତକାଲି ସଂଧ୍ୟା ୭ଟା ରେ ଆସିଥିଲେ । ଦୋକାନୀ ଜଣକ କିଛି ଖାଦ୍ୟ ଜିନିଷ ପ୍ୟାକ୍ ରେ ବ୍ୟସ୍ତ ଥିବା ବେଳେ ମହିଳା ଜଣକ ସତର୍କତା ସହ କ୍ୟାସ ଡ୍ର ନିକଟକୁ ଆସୁଛନ୍ତି। ସୁଯୋଗ ଦେଖି ୨ ହଜାର ଟଙ୍କା ନେଇ ଯାଉଛନ୍ତି । ଏହି ସମୟରେ ଦୋକାନରେ ସିସିଟିଭିରେ ସମସ୍ତ ଦୃଶ୍ୟ ରେକର୍ଡ ହୋଇଛି । ମହିଳାଙ୍କ ବେଶ ପୋଷକ ବେଶ ଭଲ । ମାତ୍ର ପ୍ରକୃତି ଚୋର | ସୁଯୋଗ ଦେଖି ଚୋରି କରି ନେଲେ ଟଙ୍କା । ତେବେ ଦୋକାନୀ ଜଣକ ଏ ନେଇ ଥାନାରେ କୌଣସି ଅଭିଯୋଗ କରି ନାହାନ୍ତି ।
Cyber Safety Awareness: ଶିକ୍ଷାନୁଷ୍ଠାନରେ ‘ସୁରକ୍ଷିତ ଡିଜିଟାଲ ଜୀବନ’ର ଗୁରୁମନ୍ତ୍ର ଦେଲା ପୁଲିସ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 days ago
5


