ARTICLE AD BOX
ପାଲଲହଡ଼ା: ଆଜି ( ଶୁକ୍ରବାର) ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଛି।
Elephant Attack: ହାତୀ ଆକ୍ରମଣରେ ଚାଷୀ ମୃତ, ଧାନ ବିଲରେ କାମ କରୁଥିବା ବେଳେ ଅଘଟଣ
ରାତି ୮ ଘଟିକା ସମୟରେ ପାଳଲହଡ଼ା ବ୍ଲକ କରଡାପାଳ ପଞ୍ଚାୟତ ମୁନିପାଳପୁର ଗ୍ରାମର ବିବାହିତ ମହିଳା ରୁନୁ ପେଣ୍ଠୋଈ (୩୨) ନିଜର ଘର ପଛ ପଟେ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ଖବର ପାଇ ଘଟଣା ସ୍ଥଳରେ ଖମାର ରେଞ୍ଜ ସହରଗୁରୁଜଙ୍ଗ ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
Elephant Attack: ଢେଙ୍କାନାଳରେ ହାତୀ ଆକ୍ରମଣରେ ଚାଷୀ ମୃତ, ହିନ୍ଦୋଳରେ ଆତଙ୍କ
ସୂଚନା ଯୋଗ୍ୟ ଗତକାଲି (ଗୁରୁବାର) ରାତିରେ ପାଳଲହଡ଼ା ବ୍ଲକ ବାଲିପଶି ପଞ୍ଚାୟତର ଜୟପୁର ଗ୍ରାମରେ ବଣୁଆ ଦନ୍ତା ହାତୀ ଆକ୍ରମଣରେ ସିଦ୍ଧେଶ୍ୱର ସୂଣ୍ଡି ନାମକ ଚାଷୀଙ୍କ ମୃତ୍ୟୁ ଘଟିଛି।

1 hour ago
2


