West Bengal: ଏସ୍‌ଆଇଆର୍‌ରୁ ବାଦ୍‌ ପଡ଼ିଥିବା ଲୋକଙ୍କୁ ରାସନ ବନ୍ଦ ଅଭିଯୋଗ

7 hours ago 1
ARTICLE AD BOX

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ମତଦାତା ତାଲିକାରୁ ବାଦ୍‌ ପଡ଼ିଥିବା ଲୋକଙ୍କୁ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଅଧୀନରେ ରାସନ ନ ଦେବା ଅଭିଯୋଗକୁ ନେଇ ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟ ମନା କରିଦେଇଛନ୍ତି। ତେବେ ଏଭଳି ମାମଲାରେ ସମ୍ପୃକ୍ତ ପକ୍ଷ କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି ଶୀର୍ଷ ଅଦାଲତ ସ୍ପଷ୍ଟ କରିଛନ୍ତି।

ଆହୁରି ପଢନ୍ତୁ:Rath Yatra In Keonjhar: କେନ୍ଦୁଝରରେ ଗଡ଼ିଲା ବିଶ୍ବର ସର୍ବୋଚ୍ଚ ରଥ

ନଦିଆ ଜିଲ୍ଲାର ମୋହିବୁଲ୍ଲା ମଣ୍ଡଳ ଦାଖଲ କରିଥିବା ଆବେଦନରେ କୁହାଯାଇଥିଲା ଯେ, ତାଙ୍କ ନାମ ମତଦାତା ତାଲିକାରୁ ବାଦ୍‌ ପଡ଼ିବା ପରେ ତାଙ୍କୁ ପିଡିଏସ୍‌ରେ ମିଳୁଥିବା ରାସନରୁ ବଞ୍ଚିତ କରାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ୪ ଜୁନ୍‌ର ଏକ ଆଦେଶ ଆଧାରରେ ରାସନ କାର୍ଡଧାରୀଙ୍କ ଯାଞ୍ଚ ସହ ମତଦାତା ତାଲିକାରୁ ବାଦ୍‌ ପଡ଼ିଥିବା ଲୋକଙ୍କ ରାସନ କାର୍ଡ ବାତିଲ କରାଯାଉଥିବା ଆବେଦନରେ ଦାବି କରାଯାଇଥିଲା।

ଆହୁରି ପଢନ୍ତୁ:Odia Worker's Death ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ନ୍ୟାୟ ଦାବିରେ ବିଜୁ ଏକ୍ସପ୍ରେସୱେ ଅବରୋଧ

 ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ଯଦି ରାସନ କିମ୍ବା ଅନ୍ୟ କୌଣସି ସରକାରୀ ସୁବିଧାରୁ ବଞ୍ଚିତ କରାଯାଇଥିବାର ଅଭିଯୋଗ ରହିଛି, ତେବେ ସେଥିପାଇଁ କଲିକତା ହାଇକୋର୍ଟରେ ଉପଯୁକ୍ତ ପ୍ରତିକାର ମାଗିପାରିବେ। ସେହିସହିତ ମତଦାତା ତାଲିକାରୁ ନାମ ବାଦ୍‌ ପଡ଼ିବା ବିରୋଧରେ ଦାଖଲ ହୋଇଥିବା ଆବେଦନର ଶୁଣାଣିକୁ ଦୁଇ ମାସ ମଧ୍ୟରେ ସାରିବା ପାଇଁ ଅଦାଲତ ସମ୍ପୃକ୍ତ ଟ୍ରିବ୍ୟୁନାଲକୁ ଅନୁରୋଧ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.