Weekly Horoscope 2026 September 20 to September 26: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

1 week ago 6
ARTICLE AD BOX

ମେଷ- ରବିବାର ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ‌ସୋମ, ମଙ୍ଗଳ ଓ ବୁଧବାର ସଂପତ୍ତି ବୃଦ୍ଧି ପାଇଁ ଯୋଜନା ସଫଳ ହେବ। ଗୁରୁ ଓ ଶୁକ୍ରବାର ରାଜନୀତିକ ସହଯୋଗ ପାଇବେ। ଶନିବାର ଭାବିଚନ୍ତି ଖର୍ଚ୍ଚ କରନ୍ତୁ।

ବୃଷ- ରବିବାର ମୁସ୍କିଲର ଅନ୍ତ ହେବ। ସୋମ, ମଙ୍ଗଳ ଓ ବୁଧବାର ରାଜନେତାଙ୍କ ଦ୍ବାରା ଲାଭ ପାଇବେ। ଗୁରୁ ଓ ଶୁକ୍ରବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ। ଶନିବାର ଅଚାନକ ଧନଲାଭ ହେବ।

ମିଥୁନ- ରବିବାର ବେପାରରେ ଲାଭ ହେବ। ସୋମ, ମଙ୍ଗଳ ଓ ବୁଧବାର ପରିଶ୍ରମ ଅଧିକ କରି ଲାଭ କମ୍ ପାଇବେ। ଗୁରୁ ଓ ଶୁକ୍ରବାର ଧର୍ମକାର୍ଯ୍ୟ ଆଡ଼କୁ ମନ ଢଳି ରହିବ। ଶନିବାର ପଦୋନ୍ନତି ଯୋଗ ଅଛି।

କର୍କଟ- ରବିବାର ବନ୍ଧୁ ସହଯୋଗ ପାଇବେ। ସୋମ, ମଙ୍ଗଳ ଓ ବୁଧବାର ନୂଆ ବ୍ୟବସାୟ ଓ ଆୟର ସାଧନ ବନିବ। ଗୁରୁ ଓ ଶୁକ୍ରବାର ବିରୋଧୀ ପ୍ରତି ସାବଧାନ ରହନ୍ତୁ। ଶନିବାର ଭାଗ୍ୟୋନ୍ନତି ହେବ।

ସିଂହ- ରବିବାର ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ସୋମ, ମଙ୍ଗଳ ଓ ବୁଧବାର କାନୁନ ବିବାଦ ସମାଧାନ ହେବ। ଗୁରୁ ଓ ଶୁକ୍ରବାର ଆମଦାନି ପାଇଁ ନୂଆ ଉତ୍ସ ପାଇବେ। ଶନିବାର ମାନସିକ ଅସ୍ଥିରତା ବଢ଼ିବ।

କନ୍ୟା- ରବିବାର ଧନ ସଂପତ୍ତି ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ। ଗୁରୁ ଓ ଶୁକ୍ରବାର ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ଶନିବାର ପ୍ରେମ ସମ୍ବନ୍ଧ ମଧୁର ହେବ।

ଆହୁରି ପଢ଼ନ୍ତୁ- Self Acceptance: ଫୁଲ ପରି ଫୁଟନ୍ତୁ, ସୁଗନ୍ଧର ହିସାବ ରଖନ୍ତୁ ନାହିଁ: ଜୀବନର ମୂଲ୍ୟବାନ ଶିକ୍ଷା

ତୁଳା- ରବିବାର ଦାୟିତ୍ବ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର ବାପାମାଆଙ୍କ ସହଯୋଗରେ ଆଗକୁ ବଢ଼ିବେ। ଗୁରୁ ଓ ଶୁକ୍ରବାର ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ଶନିବାର ଲୋକପ୍ରିୟତା ବୃଦ୍ଧି ହେବ।

ବିଛା- ରବିବାର ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ସୋମ, ମଙ୍ଗଳ ଓ ବୁଧବାର କିଣାବିକାରେ ସାବଧାନ ରହନ୍ତୁ। ଗୁରୁ ଓ ଶୁକ୍ରବାର ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ଶନିବାର ଆର୍ଥିକ ଲାଭ ହେବ।

ଧନୁ- ରବିବାର ଘର କିମ୍ବା ଗାଡ଼ି କିଣିବେ। ସୋମ, ମଙ୍ଗଳ ଓ ବୁଧବାର କୌଣସି ନୂଆ ଚୁକ୍ତିବଦ୍ଧ କାର୍ଯ୍ୟ ହାତକୁ ଆସିବ। ଗୁରୁ ଓ ଶୁକ୍ରବାର ଧାର ଦେଇଥିବା ଅର୍ଥ ପାଇବେ। ଶନିବାର ବନ୍ଧୁ ସହିତ ସାକ୍ଷାତ ହେବ।

ମକର- ରବିବାର ଖର୍ଚ୍ଚ ବଢ଼ିପାରେ। ସୋମ, ମଙ୍ଗଳ ଓ ବୁଧବାର ବ୍ୟକ୍ତିତ୍ବ ବିକାଶ ପାଇଁ ଚେଷ୍ଟା କରିବେ। ଗୁରୁ ଓ ଶୁକ୍ରବାର ଭାଗୀଦାରି କାର୍ଯ୍ୟରେ ଲାଭ ପାଇବେ। ଶନିବାର ସାହିତ୍ୟ ସଙ୍ଗୀତରେ ରୁଚି ବଢ଼ିବ।

କୁମ୍ଭ- ରବିବାର ସାମାଜରେ ମାନସମ୍ମାନ ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ। ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ଧନଲାଭ ହେବ। ଶନିବାର ବନ୍ଧୁ ମିଳନ।

ମୀନ- ରବିବାର ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ସୋମ, ମଙ୍ଗଳ ଓ ବୁଧବାର ରାଜନୀତିକ ସଂପର୍କରୁ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର ପ୍ରଗତିରେ ବାଧା ସୃଷ୍ଟି ହେବ। ଶନିବାର ପରିବାରରେ ଆନନ୍ଦ ଉଲ୍ଲାସ ରହିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.