Weekly Horoscope 2026 July 26 to August 01: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

1 hour ago 1
ARTICLE AD BOX

ମେଷ- ରବି, ସୋମ ଓ ମଙ୍ଗଳବାର ସରକାରୀ ଓ ସାମାଜିକ କାର୍ଯ୍ୟରେ ପ୍ରଗତି ହେବ। ବୁଧ ଓ ଗୁରୁବାର ଅଫିସ୍‌ରେ ଉତ୍ତମ ପରିବେଶରେ ଖୁସି ରହିବେ। ଶୁକ୍ର ଓ ଶନିବାର ରାଜନୀତିକ ସଂପର୍କରୁ ଲାଭ ପାଇବେ।

ବୃଷ- ରବି, ସୋମ ଓ ମଙ୍ଗଳବାର ଟଙ୍କାପଇସା ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ବୁଧ ଓ ଗୁରୁବାର ମହିଳା ଅଧିକାରୀଙ୍କ ଦ୍ବାରା ଲାଭ ପାଇବେ। ଶୁକ୍ର ଓ ଶନିବାର କାରବାରରେ ଯଥେଷ୍ଟ ଲାଭ ପାଇବେ।

ମିଥୁନ- ରବି, ସୋମ ଓ ମଙ୍ଗଳବାର ନୂଆ ବ୍ୟବସାୟ ଓ ଆୟର ସାଧନ ସୃଷ୍ଟି ହେବ। ବୁଧ ଓ ଗୁରୁବାର କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଶୁକ୍ର ଓ ଶନିବାର ପାରିବାରିକ ଜୀବନ ଶାନ୍ତିମୟ ହେବ।

କର୍କଟ- ରବି, ସୋମ ଓ ମଙ୍ଗଳବାର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଲାଭ ପାଇବେ। ବୁଧ ଓ ଗୁରୁବାର ବନ୍ଧୁ ଆପଣଙ୍କ ସହିତ ମିଶିବାକୁ ଆସିବେ। ଶୁକ୍ର ଓ ଶନିବାର ପରିବାରରେ ବିଶୃଙ୍ଖଳା ବଢ଼ିବ।

ସିଂହ- ରବି, ସୋମ ଓ ମଙ୍ଗଳବାର ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ବୁଧ ଓ ଗୁରୁବାର ପ୍ରତିଯୋଗିତାରେ ଅଗ୍ରଣୀ ରହିବେ। ଶୁକ୍ର ଓ ଶନିବାର ରାଜନୈତିକ କାର୍ଯ୍ୟରେ ସମୟ ଦେବେ।

କନ୍ୟା- ରବି, ସୋମ ଓ ମଙ୍ଗଳବାର ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି। ବୁଧ ଓ ଗୁରୁବାର ସାହିତ୍ୟ କଳା ତଥା ସଂଗୀତ କାର୍ଯ୍ୟକ୍ରମରେ ରୁଚି ନେବେ। ଶୁକ୍ର ଓ ଶନିବାର ଆର୍ଥିକ ସ୍ଥିତି ଭଲ ରହିବ।

ଆହୁରି ପଢ଼ନ୍ତୁ- Suna Besha 2026: ମନଲୋଭା ସୁନାବେଶ; ଭକ୍ତଙ୍କୁ ଦର୍ଶନ ଦେବେ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ମହାପ୍ରଭୁ

ତୁଳା- ରବି, ସୋମ ଓ ମଙ୍ଗଳବାର ନୂଆ କାର୍ଯ୍ୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ବୁଧ ଓ ଗୁରୁବାର ସୁଖ ସଂପତ୍ତିର ବୃଦ୍ଧି ହେବ। ଶୁକ୍ର ଓ ଶନିବାର ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ।

ବିଛା- ରବି, ସୋମ ଓ ମଙ୍ଗଳବାର ଭାଗୀଦାରି କାର୍ଯ୍ୟରେ ଲାଭ ପାଇବେ। ବୁଧ ଓ ଗୁରୁବାର ଲକ୍ଷ୍ୟ ନିର୍ଦ୍ଧାରିତ ଲାଗି ଯୋଜନା ପ୍ରସ୍ତୁତ କରିବେ। ଶୁକ୍ର ଓ ଶନିବ‌ାର ଛାତ୍ର ନୂଆ ଟାଇମ୍‌ଟେବୁଲ୍‌ ପ୍ରସ୍ତୁତ କରନ୍ତୁ।

ଧନୁ- ରବି, ‌ସୋମ ଓ ମଙ୍ଗଳବାର ନୂଆ କାରବାରର ରୂପରେଖ ପ୍ରସ୍ତୁତ କରିବେ। ବୁଧ ଓ ଗୁରୁବାର ଅଧିକାରୀବର୍ଗ ଆପଣଙ୍କ କାମର ପ୍ରଶଂସା କରିବେ। ଶୁକ୍ର ଓ ଶନିବାର ପାରିବାରିକ ଜୀବନ ସୁଖକର ହେବ।

ମକର- ରବି, ସୋମ ଓ ମଙ୍ଗଳବାର ପାରିବାରିକ ପରିବେଶ ପ୍ରସନ୍ନତାବର୍ଦ୍ଧକ ରହିବ। ବୁଧ ଓ ଗୁରୁବାର ଜୀବନରେ ଖୁସିର ଆଗମନ ହେବ। ଶୁକ୍ର ଓ ଶନିବାର କୌଣସି ନୂଆ ଚୁକ୍ତିବଦ୍ଧ କାର୍ଯ୍ୟ ହାତକୁ ଆସିବ।

କୁମ୍ଭ- ରବି, ସୋମ ଓ ମଙ୍ଗଳବାର ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦ ସମାଧାନ ହୋଇଯିବ। ବୁଧ ଓ ଗୁରୁବାର ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ବାସ କରନ୍ତୁ ନାହିଁ। ଶୁକ୍ର ଓ ଶନିବାର ପରିବାରରେ ଆନନ୍ଦ ଉଲ୍ଲାସ ରହିବ।

ମୀନ- ରବି, ସୋମ ଓ ମଙ୍ଗଳବାର ସଭାରେ ଆପଣଙ୍କ କଥାକୁ ଲୋକେ ଧ୍ୟାନ ଦେଇ ଶୁଣିବେ। ବୁଧ ଓ ଗୁରୁବାର କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁ ଅଧିକ ଲାଭ ପାଇବେ। ଶୁକ୍ର ଓ ଶନିବାର ପ୍ରଗତିରେ ବାଧା ସୃଷ୍ଟି ହେବ।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.