Weekly Horoscope 2026 August 02 to August 08: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

2 hours ago 2
ARTICLE AD BOX

ମେଷ- ରବିବାର ସୁଖ ସୁବିଧା ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ। ବୁଧ ଓ ଗୁରୁବାର ଚାକିରିଜୀବୀଙ୍କର ଉନ୍ନତି ହେବ। ଶୁକ୍ର ଓ ଶନିବାର ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ବୃଷ- ରବିବାର ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ। ସୋମ ଓ ମଙ୍ଗଳବାର କୌଣସି ବଡ଼ ଦାୟିତ୍ବ ପାଇବେ। ବୁଧ ଓ ଗୁରୁବାର ଅଫିସ୍‌ କାମରେ ଦୂରସ୍ଥାନକୁ ଯିବେ। ଶୁକ୍ର ଓ ଶନିବାର ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ।

ମିଥୁନ- ରବିବାର ଧର୍ମକାର୍ଯ୍ୟରେ ମନ ଲାଗିରହିବ। ସୋମ ଓ ମଙ୍ଗଳବାର ବ୍ୟବସାୟରେ ଭଲ ପରିଣାମ ପାଇବେ। ବୁଧ ଓ ଗୁରୁବାର ଭାଗ୍ୟର ଦ୍ବାର ଖୋଲିବ। ଶୁକ୍ର ଓ ଶନିବାର ବୈବାହିକ ଜୀବନ ସୁଖମୟ ହେବ।

କର୍କଟ- ରବିବାର କୌଣସି ଲକ୍ଷ୍ୟ ପୂରା କରିବେ। ସୋମ ଓ ମଙ୍ଗଳବାର ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ବୁଧ ଓ ଗୁରୁବାର ଚାକିରିରେ ପଦୋନ୍ନତି ମିଳିବ। ଶୁକ୍ର ଓ ଶନିବାର ଜୀବନରେ ନୂଆ ଖୁସି ଆସିବ।

ସିଂହ- ରବିବାର କାର୍ଯ୍ୟ ସଫଳ ହେବ। ସୋମ ଓ ମଙ୍ଗଳବାର ବ୍ୟବସାୟରେ ଭାଗ୍ୟର ସହଯୋଗ ପାଇବେ। ବୁଧ ଓ ଗୁରୁବାର ନୂଆ ଚାକିରିର ସୁଯୋଗ ଆସିବ। ଶୁକ୍ର ଓ ଶନିବାର ପୁତ୍ର ପକ୍ଷରୁ ସୁଖ ପାଇବେ।

କନ୍ୟା- ରବିବାର ନିଜର ସ୍ଥିତିକୁ ମଜଭୁତ କରିବେ। ସୋମ ଓ ମଙ୍ଗଳବାର ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ବୁଧ ଓ ଗୁରୁବାର କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଶୁକ୍ର ଓ ଶନିବାର ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

ଆହୁରି ପଢ଼ନ୍ତୁ- CJP Protesters: ସରକାର କ’ଣ ପ୍ରତିବାଦକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରିବେ: ଅଭିଜିତ୍‌ ଦୀପ୍‌କେ

ତୁଳା- ରବିବାର ମାନସିକ ରୂପେ ସୁସ୍ଥ ରହିବେ। ସୋମ ଓ ମଙ୍ଗଳବାର ବ୍ୟବସାୟ କାର୍ଯ୍ୟରେ ପ୍ରଗତି ହେବ। ବୁଧ ଓ ଗୁରୁବାର ଘରର ପରିବେଶ ସକାରାତ୍ମକ ରହିବ। ଶୁକ୍ର ଓ ଶନିବାର ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ।

ବିଛା- ରବିବାର ବୈବାହିକ ଜୀବନ ଭଲ ରହିବ।  ସୋମ ଓ ମଙ୍ଗଳବାର କାରବାର ବୃଦ୍ଧି ଲାଗି ସମୟ ଭଲ। ବୁଧ ଓ ଗୁରୁବାର ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର ମନପ୍ରାଣ ଢାଳି କାମ କରିବେ।

ଧନୁ- ରବିବାର ବ୍ୟବସାୟରେ ଲାଭ ହେବ। ସୋମ ଓ ମଙ୍ଗଳବାର ଚାକିରିରେ ସଫଳତା ମିଳିପାରେ। ବୁଧ ଓ ଗୁରୁବାର ପାଠପଢ଼ାରେ ମନ ଲାଗିବ। ଶୁକ୍ର ଓ ଶନିବାର ପରିବାରରେ ଆପୋସୀ ତାଳମେଳ ରହିବ।

ମକର- ରବିବାର ବକେୟା ଅର୍ଥ ପାଇବେ। ସୋମ ଓ ମଙ୍ଗଳବାର ଆହ୍ବାନର ପଛଘୁଞ୍ଚା ଦେବେନାହିଁ। ବୁଧ ଓ ଗୁରୁବାର ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ଶୁକ୍ର ଓ ଶନିବାର ପ୍ରିୟଜନଙ୍କଠାରୁ ଉପହାର ପାଇବେ।

କୁମ୍ଭ- ରବିବାର ଅଧୁରା ଥିବା କାମ ପୂରା ହେବ। ସୋମ ଓ ମଙ୍ଗଳବାର ଭଲ ଲାଭର ଯୋଗ ରହିଛି। ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ୍ଦ ବଢ଼ିବ। ଶୁକ୍ର ଓ ଶନିବାର ଭଲ ଜାଗାକୁ ବୁଲି ଯିବେ।

ମୀନ- ରବିବାର ଖର୍ଚ୍ଚ କମ୍ କରନ୍ତୁ। ସୋମ ଓ ମଙ୍ଗଳବାର ସକାରାତ୍ମକ ଚିନ୍ତା ଆପଣଙ୍କୁ ଲାଭ ଦେବ। ବୁଧ ଓ ଗୁରୁବାର ସରକାରୀ କାମ ପୂରା ହେବ। ଶୁକ୍ର ଓ ଶନିବାର ଲାଗି ରହିଥିବା ସମସ୍ୟାର ସମାଧାନ ହେବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.