ARTICLE AD BOX
ନୂଆଦିଲ୍ଲୀ: ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ବିରୋଧ କରି କକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଦିଲ୍ଲୀର ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ୧୭ଶ ଦିନରେ ପହଞ୍ଚିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କ୍ରମାଗତ ଅବନତି ଘଟୁଥିବାରୁ ବିରୋଧୀ ଦଳର ଅନେକ ନେତା ତାଙ୍କୁ ଅନଶନ ଭାଙ୍ଗିବାକୁ ଅନୁରୋଧ କରିଛନ୍ତି। ଏହାସହ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଜୁଲାଇ ୧୬ ସନ୍ଧ୍ୟା ୫ଟାରେ ଜନ୍ତରମନ୍ତରକୁ ଯାଇ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇବେ ବୋଲି ଘୋଷଣା କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି, ସୋନମ ୱାଙ୍ଗଚୁକ ଦେଶର ଏକ ମୂଲ୍ୟବାନ ସମ୍ପଦ। ତାଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେଉଥିବାରୁ ସେ ଅନଶନ ଭାଙ୍ଗିବା ଉଚିତ। ସଂଗ୍ରାମ ଜାରି ରଖିବା ପାଇଁ ଅନ୍ୟ ଗଣତାନ୍ତ୍ରିକ ଉପାୟ ମଧ୍ୟ ରହିଛି। ସେ କହିଛନ୍ତି, ଆପ୍ ସିଜେପିର ଆନ୍ଦୋଳନ ଓ ଏହାର ଦାବିକୁ ସମର୍ଥନ କରୁଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ପଦତ୍ୟାଗ କରିବା ସହ ଭବିଷ୍ୟତରେ ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର କରାଯିବା ଆବଶ୍ୟକ। ସୋମବାର ଆପ୍ ନେତ୍ରୀ ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମଧ୍ୟ ୱାଙ୍ଗଚୁକଙ୍କୁ ଭେଟି ସମର୍ଥନ ଜଣାଇଥିଲେ।
ରୁଷ୍ ସେନା ୨୦୨୨ରୁ ଶହଶହ ୟୁକ୍ରେନୀୟ ଯୁଦ୍ଧବନ୍ଦୀଙ୍କୁ ହତ୍ୟା କରିଛି: କିବ୍ର ଅଭିଯୋଗ
ଏହାପୂର୍ବରୁ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକ୍ରେ, ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସମେତ ବିଭିନ୍ନ ବିରୋଧୀ ନେତା ୱାଙ୍ଗଚୁକଙ୍କୁ ଅନଶନ ଶେଷ କରିବାକୁ ଅନୁରୋଧ କରିଥିଲେ। ସେମାନଙ୍କ କହିବା କଥା, ତାଙ୍କ ଜୀବନ ଦେଶ ପାଇଁ ଅତ୍ୟନ୍ତ ମୂଲ୍ୟବାନ। ଆନ୍ଦୋଳନ ଚାଲିବା ଉଚିତ, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟକୁ ବିପଦରେ ପକାଇ ନୁହେଁ।
ୱାଙ୍ଗଚୁକ ଅନିର୍ଦ୍ଦିଷ୍ଟକାଳ ପାଇଁ ଅନଶନରେ ବସିଛନ୍ତି
ଲେଖିକା ଅରୁନ୍ଧତୀ ରାୟ, ଅଭିନେତା ନାସିରୁଦ୍ଦିନ ଶାହ, ରତ୍ନା ପାଠକ ଶାହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସମାନ ଆବେଦନ କରିଛନ୍ତି। ୱାଙ୍ଗଚୁକ ୨୮ ଜୁନରୁ ଏହି ଆନ୍ଦୋଳନକୁ ସମର୍ଥନ କରି ଅନିର୍ଦ୍ଦିଷ୍ଟକାଳ ପାଇଁ ଅନଶନରେ ବସିଛନ୍ତି। ସର୍ବଶେଷ ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁସାରେ, ତାଙ୍କ ଓଜନ ପ୍ରାୟ ୮.୫ କିଲୋଗ୍ରାମ କମିଯାଇଛି ଏବଂ ରକ୍ତରେ ଶର୍କରା ପରିମାଣ କମିବା ସହ ଶାରୀରିକ ଦୁର୍ବଳତା ବଢ଼ିଛି। ତଥାପି ସେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି।

1 hour ago
1


