Vote theft: ଭୋଟ ଚୋରି ପ୍ରସଙ୍ଗରେ ଏକଜୁଟ୍‌ ଇଣ୍ଡିମେଣ୍ଟ: ଅକ୍ଟୋବର ୬ରେ ବିରୋଧୀ ସାଂସଦଙ୍କ ପଦଯାତ୍ରା

52 minutes ago 1
ARTICLE AD BOX

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରସଙ୍ଗରେ ବିରୋଧୀ ଇଣ୍ଡିମେଣ୍ଟର ସହଯୋଗୀ ଦଳଗୁଡ଼ିକ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ୮ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ‘ଗଣତନ୍ତ୍ର ବଞ୍ଚାଅ’ ଅଭିଯାନ ଚଳାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସମସ୍ତ ମେଣ୍ଟଭୁକ୍ତ ଦଳ ଜିଲ୍ଲାସ୍ତରରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ। ଏଥିରେ ଯୁବବର୍ଗ ଓ ଏନ୍‌ଜିଓଗୁଡ଼ିକୁ ସାମିଲ କରାଯିବ।

ଆହୁରି ପଢନ୍ତୁ :Pakistan: ବଡ଼ଗାମ ଏନ୍‌କାଉଣ୍ଟରରେ ନିପାତ ମୁସା କିଏ? ପାକିସ୍ତାନ ସେନାର କମାଣ୍ଡୋରୁ ଏଲ୍‌ଇଟିର ଶୀର୍ଷ କମାଣ୍ଡର

ଅକ୍ଟୋବର ୬ରେ ସମସ୍ତ ବିରୋଧୀ ସାଂସଦ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ଭୋଟ ଚୋରି ପ୍ରସଙ୍ଗରେ ଦେଶବାସୀଙ୍କୁ ଅବଗତ କରାଇବା ପାଇଁ ଅକ୍ଟୋବର ଓ ନଭେମ୍ବରରେ ଦେଶବ୍ୟାପୀ ପାଞ୍ଚଟି ପ୍ରମୁଖ ରାଲି କରାଯିବ। ଏହି ରାଲିଗୁଡ଼ିକର ସ୍ଥାନ ଓ ସମୟ ଖୁବ୍‌ଶୀଘ୍ର ସ୍ଥିର କରାଯିବ। ଇଭିଏମ୍‌ ବଦଳରେ ବାଲଟ୍‌ ପେପର ମାଧ୍ୟମରେ ନିର୍ବାଚନ କରାଯିବାକୁ ସବୁ ଦଳ ଦାବି କରିବେ ବୋଲି ଖଡ଼ଗେ କହିଛନ୍ତି। ବୁଧବାର ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବ୍‌ଠାରେ ଇଣ୍ଡିମେଣ୍ଟର ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ ହୋଇଥିଲା। ଏଥିରେ ଖଡ଼ଗେଙ୍କ ସମେତ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ, ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଆର୍‌ଜେଡିର ତେଜସ୍ୱୀ ଯାଦବ ଓ ଏନ୍‌ସିପି (ଏସ୍‌ପି) ସାଂସଦ ସୁପ୍ରିୟା ସୁଲେ ପ୍ରମୁଖ ସାମିଲ ହୋଇଥିଲେ। ବୈଠକ ପରେ ଇଣ୍ଡିମେଣ୍ଟ ନେତାମାନେ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ମିଳିତ କାର୍ଯ୍ୟ ଯୋଜନା ବିଷୟରେ ସୂଚନା ଦେଇଥିଲେ।

ଆହୁରି ପଢନ୍ତୁ :Supreme Court: ମିଲନ ପ୍ରଧାନଙ୍କ ଅନ୍ତରୀଣ ଜାମିନକୁ ଚ୍ୟାଲେଞ୍ଜ: ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମ୍‌କୋର୍ଟ

ଖଡ଼ଗେ କହିଛନ୍ତି, ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ନୋଟବନ୍ଦୀ’ କଲେ ଓ ଏବେ ଲୋକଙ୍କ ଅଧିକାର ଛଡ଼ାଇ ନେଇ ‘ଭୋଟବନ୍ଦୀ’ କରିଛନ୍ତି। ଭୋଟ ଚୋରି ପ୍ରସଙ୍ଗ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଉଠାଇବା ପାଇଁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ରାଷ୍ଟ୍ରପତିଙ୍କୁ ଭେଟିବେ। ଏସ୍‌ଆଇଆର୍‌ ଓ ନିର୍ବାଚନୀ ଅନିୟମିତତା ମାମଲାଗୁଡ଼ିକର ଶୁଣାଣି ତ୍ୱରାନ୍ୱିତ କରିବାକୁ ସୁପ୍ରିମ୍‌କୋର୍ଟଙ୍କୁ ମଧ୍ୟ ଇଣ୍ଡିମେଣ୍ଟ ନେତାମାନେ ନିବେଦନ କରିଛନ୍ତି ବୋଲି ସେ କହିଛନ୍ତି। ଖଡ଼ଗେ କହିଛନ୍ତି, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମୁଖ୍ୟ ହେମନ୍ତ ସୋରେନ୍‌ ବୈଠକରେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଭୋଟ ଚୋରି ପ୍ରସଙ୍ଗରେ ସମସ୍ତେ ଏକାଠି ଲଢ଼ିବେ ବୋଲି ଏଥିରେ ସହମତି ହୋଇଥିବା ସେ କହିଛନ୍ତି।

ଆହୁରି ପଢନ୍ତୁ :Judgement: ଓଡ଼ିଶା ହାଇକୋର୍ଟରୁ ବିଦ୍ୟାଭାରତୀଙ୍କୁ ମିଳିଲା ସାମୟିକ ଆଶ୍ବସ୍ତି

 ନିର୍ବାଚନ ଆୟୋଗ କେବଳ ଏକ ମାଧ୍ୟମ ଓ ପ୍ରକୃତରେ ଭୋଟ ଚୋରି ପଛରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଅଛନ୍ତି ବୋଲି ଖଡ଼ଗେ କହିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ମୋଦୀ, ଶାହ ଓ ସିଇସି ଜ୍ଞାନେଶ କୁମାର ଭାରତର ଗଣତାନ୍ତ୍ରିକ ଢାଞ୍ଚାକୁ ନଷ୍ଟ କରୁଛନ୍ତି। ମମତା ବାନାର୍ଜୀ ଭୋଟ ଚୋରି ଘଟଣାକୁ ନିନ୍ଦନୀୟ କହିବା ସହ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି। ମମତା ବାନାର୍ଜୀ ଭୋଟ ଚୋରି ଘଟଣାକୁ ନିନ୍ଦା କରିବା ସହ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି। ସେ ଇସ୍ତଫା ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମମତା କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.