ARTICLE AD BOX
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଭିଡିଓ ବେଶ୍ ଭାଇରାଲ ହେଉଛି। କେତେବେଳେ କୌଣସି ଜୀବଜନ୍ତୁ ମଣିଷଙ୍କ ଭଳି ଖାଉଥିବା ଦେଖାଯାଉଛନ୍ତି ତ ଆଉ କେତେବେଳେ ମହାରାଜାଙ୍କ ଭଳି ଠାଣି ଦେଖାଉଥିବା ନଜର ଆସୁଛନ୍ତି।
ସମ୍ପ୍ରତି ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ ମାଙ୍କଡ଼ ଏଭଳି କିଛି କରୁଥିବା ଦେଖାଯାଉଛି, ଯାହା ଦେଖିଲେ ଆପଣଙ୍କୁ ମଧ୍ୟ ଲାଗିବ ଯେ ଏହି ମାଙ୍କଡ଼ଟି ମଣିଷଙ୍କଠାରୁ କମ୍ ନୁହେଁ। ମାଙ୍କଡ଼ର ଅନ୍ଦାଜ ଦେଖି ଲୋକେ ଖୁବ୍ ମଜା ନେଉଛନ୍ତି। ଯେମିତି କି ମାଙ୍କଡ଼ ଉକ୍ତ ବ୍ୟକ୍ତି ଜଣଙ୍କୁ କହୁଛି, ‘ଆଜ୍ଞା ମୁଁ ଥକି ପଡ଼ିଛି। ଟିକେ ମାଲିସ୍ କରି ଦିଅନ୍ତୁ।’
ସେଲୁନ୍ ଦୋକାନରେ ମାଙ୍କଡ଼
ଭାଇରାଲ ଭିଡିଓରେ ଏକ ମାଙ୍କଡ଼ ସେଲୁନ ଦୋକାନର ଚୌକିରେ ବସିଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଜଣେ ବ୍ୟକ୍ତି ତା’ର ପାଦ ମାଲିସ୍ କରୁଥିବା ନଜର ଆସୁଛନ୍ତି। ଆଖପାଖରେ ଥିବା ଲୋକମାନେ ଏହି ପୂରା ଦୃଶ୍ୟକୁ ମୋବାଇଲ କ୍ୟାମେରାରେ ରେକର୍ଡ କରଥିଲେ।
ଭିଡିଓଟି ସାମ୍ନାକୁ ଆସିବା ପରେ ୟୁଜରମାନେ ମାଙ୍କଡ଼ର ଅନ୍ଦାଜକୁ ନେଇ ବିଭିନ୍ନ ମଜାଦାର ମନ୍ତବ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଭାଇଙ୍କର ଆଜି ପୂରା ମେକଓଭର ହେବ।’ ଅନ୍ୟ ଜଣେ କହିଛନ୍ତି, ‘ଲାଗୁଛି ମାଙ୍କଡ଼କୁ ମଧ୍ୟ ନୂଆ ଲୁକ୍ ଦରକାର।’
ऐसा बंदर पहली बार देखा कि जो नाई की दुकान में पहुँच जाता है
और खुद बता बताकर मसाज करवाता है। pic.twitter.com/ZM0SvmePg9
ମାଙ୍କଡ଼ର ଅନ୍ଦାଜ ଦେଖି ଲୋକେ ଆଶ୍ଚର୍ଯ୍ୟ
ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ସହ ଜଡ଼ିତ ଭିଡିଓ ପ୍ରାୟତଃ ଲୋକଙ୍କୁ ଆକର୍ଷିତ କରିଥାଏ। ଏହି ଭିଡିଓ ମଧ୍ୟ ସେଭଳି ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ମାଙ୍କଡ଼ଟି ବାର୍ବର କୁର୍ସିରେ ବସି ମଣିଷଙ୍କ ଭଳି ମାଲିସ୍ କରାଉଥିବା ଦୃଶ୍ୟ ଲୋକଙ୍କୁ ବେଶ୍ ମଜାଦାର ଲାଗୁଛି।ତେବେ ଏହି ଭିଡିଓ କେଉଁଠାର ଏବଂ ମାଙ୍କଡ଼ଟିକୁ ଏଭଳି କାହିଁକି ବସାଯାଇଥିଲା, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

1 week ago
7


