Violent Gang Attack: ଗୁଳି, ଅପହରଣ ଓ ରକ୍ତପାତ: ହାଇତିରେ  ୨୪ ଘଣ୍ଟାର ନରସଂହାର

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଗୁଳିର ଶବ୍ଦରେ ଥରି ଉଠିଲା ସହର, ଜୀବନ ବଞ୍ଚାଇବାକୁ ଚର୍ଚ୍ଚରେ ଆଶ୍ରୟ ନେଇଥିବା ଲୋକଙ୍କ ଉପରେ ବର୍ଷିଲା ମୃତ୍ୟୁର ବର୍ଷା। କାରିବିଆନ୍ ଦେଶ ହାଇତିରେ ସଶସ୍ତ୍ର ଗ୍ୟାଙ୍ଗର ଭୟଙ୍କର ଆକ୍ରମଣରେ ଅତିକମରେ ୪୭ ଜଣଙ୍କ ଜୀବନ ଯାଇଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ଅପହରଣ କରାଯାଇଛି। ପ୍ରାୟ ୨୪ ଘଣ୍ଟା ଧରି ଚାଲିଥିବା ଏହି ରକ୍ତରଞ୍ଜିତ ତାଣ୍ଡବ ହାଇତିର ସୁରକ୍ଷା ବ୍ୟବସ୍ଥାକୁ ପୁଣିଥରେ ପ୍ରଶ୍ନର ଘେରକୁ ଆଣିଛି।
 

Encounter: ଦୁର୍ଦାନ୍ତ ଅପରାଧୀ କାଳିଆକୁ ଏନକାଉଣ୍ଟର୍ କଲା ଗଞ୍ଜାମ ପୁଲିସ

 ରାଜଧାନୀ ପୋର୍ଟ-ଓ-ପ୍ରିନ୍ସ ନିକଟରେ ଥିବା କେନ୍ସକଫ୍ ଅଞ୍ଚଳରେ ଏକ ସଶସ୍ତ୍ର ଗ୍ୟାଙ୍ଗ ଭୟଙ୍କର ଆକ୍ରମଣ କରି ଅତିକମରେ ୪୭ ଜଣଙ୍କୁ ହତ୍ୟା କରିଛି। ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଶିଶୁ ମଧ୍ୟ ଥିବା ସୂଚନା ମିଳିଛି। ଏହାସହ ୫୦ରୁ ଅଧିକ ଲୋକଙ୍କୁ ଅପହରଣ କରି ନେଇଥିବା ଜଣାପଡ଼ିଛି। ମିଳିତ ଜାତିସଂଘ ଓ ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ଗତ ସପ୍ତାହ ଶେଷରେ ଏହି ଭୟଙ୍କର ଘଟଣା ଘଟିଥିଲା। ଆକ୍ରମଣକାରୀମାନେ ଏକ ଚର୍ଚ୍ଚରେ ଆଶ୍ରୟ ନେଇଥିବା ବିସ୍ଥାପିତ ପରିବାରଗୁଡ଼ିକୁ ଟାର୍ଗେଟ୍ କରିଥିଲେ। ଅନେକ ନିରୀହ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ବେଳେ ଅନେକଙ୍କୁ ବନ୍ଦି କରି ନେଇଯାଇଥିଲା।
 
'ଦ ହାଇତିଆନ୍ ନ୍ୟୁଜ୍'ର ରିପୋର୍ଟ ଅନୁଯାୟୀ, ରବିବାର ରାତି ପ୍ରାୟ ୧୦ଟା ୩୦ ମିନିଟ୍‌ରେ ଗ୍ୟାଙ୍ଗ ଲୋକମାନେ କେନ୍ସକଫ୍ ସହରରେ ପ୍ରବେଶ କରିଥିଲେ। ଏହା ପରେ ପ୍ରାୟ ୨୪ ଘଣ୍ଟା ଧରି ସହରର ବିଭିନ୍ନ ସ୍ଥାନରେ ହତ୍ୟା, ଲୁଟପାଟ ଓ ଅପହରଣ ଜାରି ରହିଥିଲା। ପାହାଡ଼ିଆ ଅଞ୍ଚଳରେ ଥିବା ଏହି ସହରଟି ରାଜଧାନୀଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.