ARTICLE AD BOX
କଟକ: ପୁରୀଘାଟ ହିଂସାକାଣ୍ଡ ପଛରେ ମୁଖ୍ୟ କାର୍ପଟଦାର ବୁରୁଜସାହି ସମ୍ପାଦକ ଅଲୁ ଏବଂ ସ୍ଥାନୀୟ ଅଞ୍ଚଳରେ ଏକ ମଦ ଦୋକାନରେ କାମ କରୁଥିବା ଧଣ୍ଡ ବୋଲି କୁହାଯାଉଛି। ଏହି ଦୁଇ ଜଣ ଅନ୍ୟ ସହଯୋଗୀଙ୍କ ସହିତ ମିଶି ସଂଘବଦ୍ଧ ଭାବେ ଗଣେଶ ଘାଟ ସାମଲସାହିର ମୁରବି ଅମରେନ୍ଦ୍ର ସାମଲ(୬୨) ଓ ତାଙ୍କ ସାନଭାଇ ନିଲୁଆ ସାମଲ(୫୦)ଙ୍କୁ ମାରଣାସ୍ତ୍ରରେ ହାଣିଥିବା ପୁଲିସ ହାତରେ ପ୍ରମାଣ ଲାଗିଛି। ଅମରେନ୍ଦ୍ରଙ୍କ ଏସ୍ସିବିରେ ମୃତ୍ୟୁ ହୋଇଥିବା ବେଳେ ନିଲୁଆ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁରୀଘାଟ ଥାନା ପୁଲିସ ଦୁଇଟି ଆପରାଧିକ ମାମଲା ରୁଜୁ କରିଛି। ପୁରୀଘାଟ ଥାନାର ଜଣେ ଆହତ ହାବିଲଦାର ଓ ମୃତ ଅମରେନ୍ଦ୍ରଙ୍କ ପୁଅଙ୍କ ଅଭିଯୋଗ ଆଧାରରେ ପୁଲିସ ଦୁଇଟି ମାମଲା ରୁଜୁ କରିଛି। ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜଣେ ନାବାଳକଙ୍କୁ ପୁଲିସ କାବୁ କରିଛି। ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ୬ଟି ଟିମ୍ ଛାନଭିନ୍ ଚଳାଇଥିବା ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ସୂଚନା ଦେଇଛନ୍ତି। ସେହିପରି ୫ ପ୍ଲାଟୁନ ଫୋର୍ସ ଗଣେଶ ଘାଟ ଓ ବୁରୁଜସାହି ନିକଟରେ ମୁତୟନ କରାଯାଇଛି। ଅମରେନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସାହିରେ ଦିନସାରା ଚାପା ଅସନ୍ତୋଷ ଲାଗି ରହିଛି। ପୁଲିସ ବୁରୁଜସାହି ଓ ଗଣେଶ ଘାଟରେ ଫ୍ଲାଗମାର୍ଚ୍ଚ କରିଛି। ପୁଲିସ କମିସନର ଏସ୍. ଦେବଦତ୍ତ ସିଂହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୪୮ ଘଣ୍ଟା ମଧ୍ୟରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ପୁଲିସ ଅଧିକାରୀଙ୍କ କୌଣସି ଅବହେଳା ଥିଲେ ତଦନ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
Demand: ବାଇପାସ୍ ରାସ୍ତା ନିର୍ମାଣ ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି
ମାଷ୍ଟରମାଇଣ୍ଡ ଅଲୁକୁୁ ଖୋଜୁଛି ପୁଲିସ
୧୮ ଗିରଫ, ଜଣେ ନାବାଳକ କାବୁ
୫ ପ୍ଲାଟୁନ ଫୋର୍ସ ମୁତୟନ, ଫ୍ଲାଗ୍ମାର୍ଚ୍ଚ
୪୮ ଘଣ୍ଟାରେ ରିପୋର୍ଟ ଦେବାକୁ ସିପିଙ୍କ ନିର୍ଦ୍ଦେଶ
ସାମଲ ସାହିର ଗୋପୀନାଥ ସାମଲ ଶିଶୁଭବନରେ ଆଉଟସୋର୍ସିଂ କାମ କରୁଥିବା ବେଳେ ୨୬ ତାରିଖ ରାତି ପ୍ରାୟ ୭ଟା ବେଳେ ଜଣେ ବନ୍ଧୁଙ୍କୁ ବାଇକ୍ରେ ଦେବୀଗଡ଼ା ନିକଟରେ ଛାଡ଼ିବାକୁ ଯାଇଥିଲେ। ବୁରୁଜସାହି ନିକଟରେ ଥିବା ଏକ ମଦ ଦୋକାନରେ ଧଣ୍ଡ ନାମକ ଜଣେ ଯୁବକ କାମ କରିବା ସହ ଗାଡ଼ି ପାର୍କିଂ କରାଏ। ମଦ ଦୋକାନ ନିକଟରେ ଗୋପୀନାଥ ଛିଡ଼ା ହୋଇଥିବା ବେଳେ ଗାଡ଼ି ପାର୍କିଂକୁ ନେଇ ବିବାଦ ପରେ ଧଣ୍ଡ ସମେତ ୧୦ରୁ ୧୫ ଜଣ ତାଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ପୁରୀଘାଟ ଥାନାରେ ସାମଲ ସାହିର ଗୋପୀନାଥଙ୍କ ପକ୍ଷରୁ ରାତି ପ୍ରାୟ ୧୦ଟାରେ ଏତଲା ଦିଆଯାଇଥିଲା। ଗୋପୀନାଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପୁଲିସ ସେହିଦିନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।
Landslides: ଭୂସ୍ଖଳନ ଛଡାଇ ନେଲା ଗିଡିପାବାଲିର ସବୁକିଛି; ଧାନ ଫସଲ ବୟାନ କରୁଛି କରୁଣ ଚିତ୍ର
ବୁରୁଜସାହିର ମହିଳାମାନେ ଆଖପାଖ ଲୋକଙ୍କ ଘରେ ଘରୋଇ ସହାୟକ ଭାବେ କାମ କରନ୍ତି। ଶୁକ୍ରବାର ସକାଳେ ଯେତେବେଳେ ଘର କାମ କରିବାକୁ ଜଣେ ମହିଳା ସାମଲସାହି ଯାଇଥିଲେ ତାଙ୍କୁ ସେଠାରେ ଗୁରୁବାର ଘଟଣାକୁ ନେଇ ବିରୋଧ କରାଯାଇଥିଲା। ବୁରୁଜସାହିର ସମ୍ପୃକ୍ତ ମହିଳା ସାହିକୁ ଫେରି ଜଣାଇବା ସହିତ ପୁରୀଘାଟ ଥାନାରେ ଅବଗତ କରିଥିଲେ। ପୁଲିସ ବୁରୁଜସାହିର ଉକ୍ତ ମହିଳାଙ୍କୁ ଭ୍ୟାନରେ ଧରି ସାମଲସାହି ଯିବା ସହିତ ସେଠାରେ ସେମାନଙ୍କୁ ତାଗିଦ କରିଥିଲା। ଶୁକ୍ରବାର ସ୍ଥାନୀୟ ଅଞ୍ଚଳରେ ଚାପା ଅସନ୍ତୋଷ ଲାଗି ରହିଥିଲା। ସନ୍ଧ୍ୟାରେ ସାମଲସାହିରେ ବୈଠକ ବସିଥିଲା। ସାମଲସାହି ପୂର୍ବତନ ସଭାପତି ତଥା ମୁରବି ଅମରେନ୍ଦ୍ର ସାମଲଙ୍କ ନେତୃତ୍ବରେ ଏତଲା ଲେଖାଯାଇଥିଲା। ଅମରେନ୍ଦ୍ର ଓ ତାଙ୍କ ଭାଇ ନିଲୁଆ ପୁରୀଘାଟ ଥାନାକୁ ରାତି ପ୍ରାୟ ୭ଟା ବେଳେ ଏତଲା ଦେବାକୁ ଯାଇଥିଲେ। ଏହି ସମୟରେ ସନ୍ସାଇନ୍ ପଡ଼ିଆ ନିକଟରେ ବୁରୁଜସାହିର ସଭାପତି ଅଲୁ ଓ ମଦ ଦୋକାନରେ କାମ କରୁଥିବା ଧଣ୍ଡ ନେତୃତ୍ବରେ ଯୁବକମାନେ ସଂଘବଦ୍ଧ ଭାବେ ଅମରେନ୍ଦ୍ର ଓ ନିଲୁଆଙ୍କୁ ଆକ୍ରମଣ କରିଥିଲେ। ମଦ ଦୋକାନ ନିକଟରେ ଅମରେନ୍ଦ୍ରଙ୍କୁ ଏବଂ ମାହେଶ୍ବରୀ ମନ୍ଦିର ପିଣ୍ଡାରେ ନିଲୁଆଙ୍କୁ ଆକ୍ରମଣ କରିଥିଲେ। ଗଣେଶ ଘାଟର ଯୁବକମାନେ ଉଦ୍ଧାର କରିବାକୁ ଯିବା ସମୟରେ ଢେଲା, କାଚ ବୋତଲ ମାଡ଼ ହୋଇଥିଲା।

2 hours ago
1


