ARTICLE AD BOX
ଫୁଲନଖରା: ଭିଜିଲାନ୍ସ ବିଭାଗ ଆଜି ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇ ଭୁବନେଶ୍ୱର ସହରାଞ୍ଚଳ ବନ ବିଭାଗ ଅନ୍ତର୍ଗତ ଫୁଲନଖରା ରେଞ୍ଜର ଡେପୁଟି ଫରେଷ୍ଟ ରେଞ୍ଜର ମୌସୁମୀ ବେହେରାଙ୍କୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଛି।
ମିଳିଥିବା ସୂଚନା ମୁତାବକ ଜୁଲାଇରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ୩ଟି ବୃକ୍ଷରୋପଣ ସ୍ଥାନର ରକ୍ଷାବେକ୍ଷଣ ବାବଦ ମଞ୍ଜୁରୀ ବିଲ୍ ପାସ୍ କରିବା ପାଇଁ ଶ୍ରୀମତୀ ବେହେରା ଜଣେ କର୍ମଚାରୀଙ୍କଠାରୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ୧ ଲକ୍ଷ ଟଙ୍କା ଲାଞ୍ଚ ନ ଦେଲେ ଆଗାମୀ ମାସଗୁଡ଼ିକର କୌଣସି ବିଲ୍ ମଧ୍ୟ ରିଲିଜ କରିବେ ନାହିଁ ବୋଲି ସେ ଚେତାବନୀ ଦେଇଥିଲେ। ଲାଞ୍ଚ ଦେବାକୁ ଅନିଚ୍ଛୁକ ଥିବା ସଂପୃକ୍ତ କର୍ମଚାରୀ ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି ଭିଜିଲାନ୍ସ ଟିମ୍ ଏକାଠି ହୋଇ ଶ୍ରୀମତୀ ବେହେରାଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରି ପକାଇଥିଲା। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଆହୁରି ପଢନ୍ତୁ: Dog Festival: ନୂଆ ପୋଷାକ ଓ ମୁକୁଟ ପିନ୍ଧାଇ ପାଲିଙ୍କିରେ କୁକୁରକୁ ବସାଇ କରାଯାଏ ଶୋଭାଯାତ୍ରା, ଜାଣନ୍ତୁ ଏହି ପରମ୍ପରା ପଛର ରୋଚକ କାହାଣୀ
ଏହି ଘଟଣା ପରେ ଭିଜିଲାନ୍ସ ସେଲ୍ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତା ଡେପୁଟି ରେଞ୍ଜର ଶ୍ରୀମତୀ ବେହେରାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଏକକାଳୀନ ଦୁଇଟି ସ୍ଥାନରେ ତଲାସୀ ଅଭିଯାନ ଜାରି ରହିଛି। ମାମଲାର ଅଧିକ ତଦନ୍ତ ଚାଲିଛି।

1 hour ago
2


