Vice President: ରୁବି ଓ ରୌପ୍ୟ ଜୟନ୍ତୀ ସମାରୋହରେ ଶାସ୍ତ୍ର ବିଶ୍ବବିଦ୍ୟାଳୟରେ ଉପରାଷ୍ଟ୍ରପତି

50 minutes ago 2
ARTICLE AD BOX

ତାଞ୍ଜାଭୁର: ଶାସ୍ତ୍ର ଡିମ୍‌ଡ ଟୁ ବି ବିଶ୍ବବିଦ୍ୟାଳୟର ରୁବି ଓ ରୌପ୍ୟ ଜୟନ୍ତୀ ସମାରୋହରେ ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ ଅତିଥି ଭାବେ ଯୋଗଦେଇ ଛଅଟି ଶିକ୍ଷା ଅଭିଯାନକୁ ଉନ୍ମୋଚନ କରିଛନ୍ତି। ସେଗୁଡ଼ିକ ହେଉଛି ଟାଟା କମ୍ୟୁନିକେସନ୍ସ ସେଣ୍ଟର ଫର ରିଜିଲିଏଣ୍ଟ୍‌ ଆଣ୍ଡ୍‌ ୟୁନିଫାଏଡ୍‌ ସିକ୍ୟୁର ଟେକ୍ନୋଲୋଜି, ଶାସ୍ତ୍ର-ମୈତ୍ରୀ, ଶାସ୍ତ୍ର-ଷ୍ଟ୍ରାଇଡ୍‌, ଦୃଷ୍ଟି ଓ ସ୍ମାଇଲ୍‌। ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ନବସୃଜନ ଓ ଦକ୍ଷତାରେ ନିରନ୍ତର ଉନ୍ନତି ଆଣିବା ଉପରେ ଧ୍ୟାନ ଦେବାକୁ କହିଥିଲେ। ସୋସିଆଲ ମିଡିଆ ବ୍ୟବହାର ଓ ଡ୍ରଗ୍‌ସଠାରୁ ଦୂରେଇ ରହିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଡ୍ରଗ୍‌ସକୁ ନା ଓ ସୁସ୍ଥକର ଜୀବନକୁ ହଁ କହିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ। ନିକଟରେ ସଂସଦରେ ପାରିତ ହୋଇଥିବା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍‌ ଉପରେ ଆଲୋକପାତ କରି ତାହା ଭାରତର ଯୁବବର୍ଗଙ୍କ ପାଇଁ ଏକ ଉଚିତ୍‌ ଓ ସ୍ବଚ୍ଛ ପରୀକ୍ଷା ବ୍ୟବସ୍ଥା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ବୋଲି କହିଥିଲେ। ସ୍ବଦେଶୀ ଜ୍ଞାନକୌଶଳ ବିକାଶ କରିବା ସହିତ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇ ନେବା ଉପରେ ସରକାର ଧ୍ୟାନ ଦେଉଥିବା ସେ କହିଥିଲେ। ଏହି ଅବସରରେ ତାମିଲନାଡ଼ୁର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର, ଟାଟା କମ୍ୟୁନିକେସନ୍ସର ଗ୍ଲୋବାଲ୍‌ ଚିଫ୍‌ ଇନ୍‌ଫର୍ମେସନ୍‌ ସିକ୍ୟୁରିଟି ଅଫିସର ସ୍ମିତେଶ ଭଲାଞ୍ଜୁ, ବିଶ୍ବବିଦ୍ୟାଳୟର ଚାନ୍‌ସେଲର ଆର୍‌ ସେତୁରମଣ, ଭାଇସ୍‌ ଚାନ୍‌ସେଲର ଏସ୍‌ ବୈଦ୍ୟସୁବ୍ରମଣ୍ୟମ ଓ ଡିନ୍‌ (ପିଆଣ୍ଡ୍‌ଡି) ଏସ୍‌ ସ୍ବାମିନାଥନ ଉପସ୍ଥିତ ଥିଲେ।

ସୁନା ଖଣିରେ ଭୂସ୍ଖଳନ: ଚାପି ହୋଇଗଲେ ଶହଶହ ଶ୍ରମିକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.