Vande Bharat train: ବିଦେଶ ଯିବ ବନ୍ଦେ ଭାରତ ଟ୍ରେନ୍‌

1 hour ago 3
ARTICLE AD BOX

ବେଙ୍ଗାଲୁରୁ: ଆସନ୍ତା ତିନିରୁ ଚାରି ବର୍ଷ ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍‌ ରପ୍ତାନି କରିବାକୁ ଭାରତ ସରକାର ଯୋଜନା ରଖିଛନ୍ତି। ଏ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି, ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ଟ୍ରେନ୍‌ରେ ପ୍ରଦର୍ଶନ ବେଶ୍‌ ସନ୍ତୋଷଜନକ ରହିଛି। ପୂର୍ବ ଭର୍ସନ ତୁଳନାରେ ଏଥିରେ ଉନ୍ନତି ମଧ୍ୟ ଅଣାଯାଇଛି। ପ୍ରତିଟି ନୂଆ ଟ୍ରେନ ସହିତ ଭାରତୀୟ ରେଳ ସେଥିରେ ଅଧିକରୁ ଅଧିକ ଉନ୍ନତ ସେବା ସାମିଲ କରୁଛି।  ମଝି ଓ ଉପର ବର୍ଥ ବ୍ୟବହାର କରୁଥିବା ଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖି ଟ୍ରେନ୍‌ର ସ୍ଲିପର୍‌ ଭର୍ସନ ପ୍ରସ୍ତୁତ କରାଯାଇଛି। ଯାତ୍ରା ସମୟରେ ହେଉଥିବା ଝଟକାକୁ ହ୍ରାସ କରିବା ଓ ଯାତ୍ରୀଙ୍କୁ ଅଧିକ ଆରାମ ଦେବା ଲାଗି ଅତ୍ୟାଧୁନିକ କପ୍‌ଲର୍‌ ବ୍ୟବହାର କରାଯାଇଛି। କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଥିଲେ, ବିମାନ ସେବାର ଏକ ସୁଲଭ ବିକଳ୍ପ ଭାବେ ଏହା ସେବା ପ୍ରଦାନ କରିବ। ବିଶେଷ କରି ବିମାନ ଟିକଟ ଦାମ୍‌ ଅଧିକ ରହୁଥିବା ସମୟରେ ଏହା ଉପଯୋଗୀ ହୋଇପାରିବେ। କଲେଜ ଛାତ୍ରଛାତ୍ରୀ ଓ ସ୍ବଳ୍ପ ରୋଜଗାର କରୁଥିବା ଲୋକମାନେ ଏଥିରେ ଆରାମରେ ଯାତ୍ରା କରିପାରିବେ ଓ ଏଥିରେ ଥିବା ଭଲ ସୁବିଧାସୁଯୋଗଗୁଡ଼ିକୁ ଉପଯୋଗ କରିପାରିବେ। 

୩-୪ ବର୍ଷରେ ରପ୍ତାନି କରାଯିବ: ବୈଷ୍ଣବ

ଗତ ମାର୍ଚ୍ଚରେ ଲୋକସଭାରେ ଶ୍ରୀ ବୈଷ୍ଣବ କହିଥିଲେ, ଯାତ୍ରୀ-କିମି ହିସାବରେ ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍‌ର ଭଡ଼ା ନିର୍ଦ୍ଧାରଣ କରାଯାଉଛି। ଏସି ଟାୟାର-୩ର ଭଡ଼ାକୁ କିମି ପିଛା ୨ ଟଙ୍କା ୪୦ ପଇସା ରଖାଯାଇଛି। ଏଥିରେ ଜିଏସ୍‌ଟି ଯୋଡ଼ାଯାଇନାହିଁ। ସେହି ଦର ଅନୁସାରେ ୧୦୦୦ କିମି ଯାତ୍ରା ପାଇଁ ଟିକଟ ଦାମ୍‌ ୨୪୦୦ ଟଙ୍କା ରହିବ। ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍‌ରେ ରିଜର୍ଭେସନ ଏଗେନ‌ଷ୍ଟ କ୍ୟାନସଲେସନ (ଆର୍‌ଏସି) ସୁବିଧା ନାହିଁ। ବ‌ନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍‌ର କିମି ପିଛା ଭଡ଼ା ୨ ଟଙ୍କା ୪୦ ପଇସାରୁ ୩ ଟଙ୍କା ୮୦ ପଇସା ମଧ୍ୟରେ ରହିଛି। ଚୀନ, ଜାପାନ ଓ ଫ୍ରାନ୍ସର ସମାନ ଧରଣର ସେବା ତୁଳନାରେ ଏହି ଭଡ଼ା କମ୍‌ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.