ARTICLE AD BOX
ଲକ୍ଷ୍ନୌ: ରାଜଧାନୀ ଲକ୍ଷ୍ନୌ ସମେତ ଉତ୍ତର ପ୍ରଦେଶର ଅଧିକାଂଶ ଜିଲ୍ଲାରେ ଗୁରୁବାରଠାରୁ ଲାଗି ରହିଥିବା ବର୍ଷା ଶନିବାର ମଧ୍ୟ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଥିବାବେଳେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଶ୍ରାବସ୍ତି ଜିଲ୍ଲାରେ କାନ୍ଥ ଭୁଶୁଡ଼ି ଜଣେ ଯୁବକ ଆହତ ହୋଇଛନ୍ତି।
ଆହୁରି ପଢନ୍ତୁ :SIR Controversy: ଏସ୍ଆଇଆର୍ ବିବାଦ: ପାଶ୍ବାନ, କୁସୱାହ, ଟିଡିପି ପରେ ଇସିଙ୍କଠାରୁ ସ୍ପଷ୍ଟୀକରଣ ମାଗିଲେ କୁମାରସ୍ବାମୀ
ବଳରାମପୁର, ଆମେଠି, ଅଯୋଧ୍ୟା, ସୀତାପୁର, ସୁଲତାନପୁର ସମେତ ଅନେକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ି ଯାତାୟାତ ପ୍ରଭାବିତ ହୋଇଛି। ବର୍ଷା ଓ ଗଛ ଭାଙ୍ଗିବା ଯୋଗୁ ବିଭିନ୍ନ ଜିଲ୍ଲାରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଛି। ରାଜଧାନୀ ଲକ୍ଷ୍ନୌ ସମେତ ଅନେକ ଜିଲ୍ଲାରେ ଶନିବାର ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଥିଲା। ଅନେକ ସହରରେ ତାପମାତ୍ରା ୯ରୁ ୧୦ ଡିଗ୍ରିକୁ ଖସି ଆସିଛି। ପାଣିପାଗ ବିଭାଗ ଆଲର୍ଟ ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫୯ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୫ ଜିଲ୍ଲା ସିଦ୍ଧାର୍ଥ ନଗର, ଗୋଣ୍ଡା, ବଳରାମପୁର, ଶ୍ରାବସ୍ତି, ବାହରାଇଚ ଓ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି।
ଆହୁରି ପଢନ୍ତୁ :Asian Games 2026: କବାଡ଼ିରେ ମହିଳାଙ୍କ ପରେ ଭାରତୀୟ ପୁରୁଷ ଟିମ୍ ଆଣିଲେ ସ୍ବର୍ଣ୍ଣ
୨୭ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହିତ ରାଜ୍ୟରେ ବର୍ଷା ଲାଗି ରହିପାରେ। ପ୍ରବଳ ବର୍ଷା ଯୋଗୁଁ ବହରାଇଚର କୈସରଗଞ୍ଜ ଥାନା ଅଞ୍ଚଳର ଦେୱାଲାଖା ଗାଁରେ ଏକ ଚାଳ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ କୁନ୍ତଲାଲଙ୍କ ପତ୍ନୀ ୫୨ ବର୍ଷୀୟା ନାନକାଇଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ନିଜ ନିଜ କ୍ଷେତ୍ର ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରେଡ ଆଲର୍ଟ କିମ୍ବା ଆକସ୍ମିକ ବନ୍ୟା ଆଶଙ୍କା ଥିବା ଜିଲ୍ଲାରେ ସ୍କୁଲ ବନ୍ଦ ରଖିବାକୁ କୁହାଯାଇଛି। ବଜ୍ରପାତ ଓ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରି ୨୪ ଘଣ୍ଟା ମଧ୍ୟରେ ସହାୟତା ଯୋଗାଇ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

1 day ago
2


