Utkal University of Culture Irregularities ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଚାକିରି ଅନିୟମିତତା: ଅଭିଯୋଗ ପରେ ୪କର୍ମଚାରୀଙ୍କୁ ବାହାରକରାଗଲା

1 hour ago 1
ARTICLE AD BOX

ଭୁବନେଶ୍ବର:  ମଦନପୁରଠାରେ ଥିବା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ବ୍ୟାପକ ଅନିୟମିତା ଅଭିଯୋଗ ଘଟଣାରେ ଅବସର ସମୟସୀମା ଠାରୁ ଅଧିକ ସମୟ କାର୍ଯ୍ୟ କରୁଥିବା ୪ କର୍ମଚାରୀଙ୍କୁ ବିଶ୍ବବିଦ୍ୟାଳୟ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Utkal Cultural: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ମୁରବିଶୂନ୍ୟ

ବିଶ୍ବବିଦ୍ୟାଳୟରେ ବିଭିନ୍ନ ଆର୍ଥିକ ଅନିୟମତା ନେଇ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଓ ସମାଜସେବୀ ଡକ୍ଟର ସରୋଜ କୁମାର ପାଢୀ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ରାଜ୍ୟପାଳ ତଥା କୁଳପତିଙ୍କ ସମେତ ଏକାଧିକ ଉଚ୍ଚ ପଦାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ନିକଟରେ ଅବସର ପରେ ମଧ୍ୟ କେତେକ କର୍ମଚାରୀ କାର୍ଯ୍ୟ କରି ଦରମା ନେଉଥିବା ଘଟଣା ଜଣାପଡ଼ିଛି। 

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ: ପିଲା ହେଉନାହାନ୍ତି, ଖାଲିପଡ଼ୁଛି ସିଟ୍‌

ମିଳିଥିବା ତଥ୍ୟାନୁସାରେ, ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା କର୍ମଚାରୀଙ୍କ ଅବସର ସମୟ ସୀମା ୬୦ବର୍ଷ ଓ ଅଣଶିକ୍ଷକ କର୍ମଚାରୀଙ୍କ ଅବସର ସମୟସୀମା ୫୮ବର୍ଷ ଧାର୍ଯ୍ୟ ହୋଇଛି। ଅଥଚ ଇନ୍‌ଷ୍ଟ୍ରକ୍ଟର ଭାବେ କାର୍ଯ୍ୟକରୁଥିବା ସ୍ମୃତି ରଞ୍ଜନ ମିଶ୍ରଙ୍କ ଚଳିତ ବର୍ଷ ଫେବ୍ରୁଆରି ମାସରେ ଅବସର ସମୟ ପୂରଣ ହୋଇଥିଲେ ମଧ୍ୟ ସେ ପୂର୍ବ ଭଳି କାର୍ଯ୍ୟ କରୁଥିଲେ।  ଜୁନିୟର ଆସିଷ୍ଟାଣ୍ଡ ଅଜୟ କୁମାର ସାମନ୍ତ ଚଳିତ ବର୍ଷ ମଇ ମାସରୁ ଅବସର ସମୟସୀମା ଅତିକ୍ରମ କରିଥିବା ବେଳେ ରାମଚନ୍ଦ୍ର ମାଝି ଗତ ଜୁନ୍ ମାସରେ ଅବସର ଗ୍ରହଣ କରିବା ପରିବର୍ତ୍ତେ କାମ କରୁଥିଲେ। ଏପରିକି ଜୁନିୟର ଆସିଷ୍ଟାଣ୍ଡ ବିଶ୍ବକେଶନ ଦାଶ ଅବସର ସମୟର ୨ବର୍ଷ ଅତିକ୍ରମ କରିଥିଲେ ବି କାମ କରୁଥିଲେ। 

Utkal University of Culture: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ: ସରୁନି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ

ରେଜିଷ୍ଟର ଦାରିଦ୍ର ଭଞ୍ଜନ ମଦନମୋହନ ପାତ୍ର ଏଭଳି ଅନିୟମିତତାକୁ ସ୍ବୀକାର କରିବା ସହ ୪ଜଣ କର୍ମଚାରୀଙ୍କୁ କାର୍ଯ୍ୟକୁ ନଆସିବାକୁ ବାରଣ କରାଯାଇଛି ବୋଲି କହିଛନ୍ତି। ଅନ୍ୟ ଅଭିଯୋଗ ସମ୍ପର୍କରେ ରେଜିଷ୍ଟାର ଶ୍ରୀପାତ୍ର କହିଛନ୍ତି, ଅଭିଯୋଗ ହସ୍ତଗତ ହୋଇଛି। ଏନେଇ ଆଇନାନୁସାରେ ତର୍ଜମା ଚାଲିଛି, ପଦକ୍ଷେପ ନିଆଯିବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.