Utkal University Foundation Day:ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ: ୨୦୪୩ର ‘ଉତ୍କଳ’-ସ୍ୱପ୍ନ ଓ ଆହ୍ୱାନ!

1 hour ago 3
ARTICLE AD BOX

ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ
୧୯୧୪ ମସିହା ଡିସେମ୍ବର ୨୬ ଓ ୨୭ରେ ‘ଉତ୍କଳ ସମ୍ମିଳନୀ’ର ଦଶମ ଅଧିବେଶନରେ ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରସ୍ତାବ ପାରିତ ହୋଇଥିଲା। ୪ ଦଶନ୍ଧି ପରେ ୧୯୪୩ ନଭେମ୍ବର ୨୭ରେ ସ୍ଥାପିତ ହେଲା ପରାଧୀନ ଭାରତର ସର୍ବଶେଷ ତଥା ଦେଶର ୧୭ତମ ପ୍ରାଚୀନ ବିଶ୍ୱବିଦ୍ୟାଳୟ ‘ଉତ୍କଳ ବିଶ୍ୱବିଦ୍ୟାଳୟ’। ୧୯୫୮ ଜାନୁଆରି ୧ରେ ଏହାର କୋଠାବାଡ଼ି ନିର୍ମାଣ ପାଇଁ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ବାଣୀବିହାରଠାରେ ଭିତ୍ତିପ୍ରସ୍ତର ରଖିଥିଲେ। ୮୩ ବର୍ଷର ଯାତ୍ରାରେ ୪୫୮ ଏକର ପରିମିତ ଏହି ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ସହ ରାଜ୍ୟର ୯ଟି ଜିଲ୍ଲାରେ ପରିବ୍ୟାପ୍ତ। ୮୪ତମ ବର୍ଷରେ ପଦାର୍ପଣ କରୁଥିବା ଏହି ବିଶ୍ବବିଦ୍ୟାଳୟ, ଐତିହ୍ୟକୁ ମର୍ଯ୍ୟାଦା ଦେବାକୁ ଲକ୍ଷ୍ୟ ରଖିଛି। ବିଶ୍ୱବିଦ୍ୟାଳୟ ଏକ ସଂଜୀବିତ ଜ୍ଞାନର ପରିସର ହେବ। କେବଳ ଭୂ-ପ୍ରବନ୍ଧନର ପାରମ୍ପରିକ ଭାବବୋଧ ନୁହେଁ; ବରଂ ପ୍ରକୃତି, ମାନବତା ଓ ପ୍ରଯୁକ୍ତିବିଦ୍ୟା ମଧ୍ୟସ୍ଥ ସମ୍ପର୍କର ଏହା ଏକ ବୌଦ୍ଧିକ ପ୍ରତିବଦ୍ଧତା। ଅଗଷ୍ଟ ମାସରେ ‘ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ୱେତପତ୍ର-୨୦୨୬’ ପ୍ରକାଶ ପାଇଛି, ଯେଉଁଥିରେ ଆସନ୍ତା ୧୭ ବର୍ଷର ଯୋଜନାକୁ ୧୨ଟି ପ୍ରମୁଖ ଲକ୍ଷ୍ୟରେ ବିଭକ୍ତ କରାଯାଇଛି। ଏହାର ସମୟରେଖା:- ପ୍ରଥମଟି ୨୦୩୬ରେ ଓଡ଼ିଶା ପ୍ରଦେଶର ଶତବାର୍ଷିକୀ, ଦ୍ୱିତୀୟଟି ୨୦୪୩ ମସିହାରେ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଓ ତୃତୀୟଟି ‘ବିକଶିତ ଭାରତ -୨୦୪୭’ର ଜାତୀୟ ଲକ୍ଷ୍ୟ। ଏହାର ମୂଳମନ୍ତ୍ର, ‘ଓଡ଼ିଶାରୁ ଚିନ୍ତନ, ବିଶ୍ୱ ସହ ଶିକ୍ଷଣ ଏବଂ ଭବିଷ୍ୟତର ନେତୃତ୍ୱ ବହନ’। ଅର୍ଥାତ୍, ଆମର ଏହି ବିଶ୍ୱବିଦ୍ୟାଳୟ ଆଞ୍ଚଳିକ ଜ୍ଞାନ ଉପରେ ଆଧାରିତ ହେବ, ବିଶ୍ୱସ୍ତରୀୟ ଜ୍ଞାନଚର୍ଚ୍ଚା ସହ ଜଡ଼ିତ ରହୁଥିବ ଏବଂ ସମୟକ୍ରମେ ଉପୁଜୁଥିବା ଆହ୍ୱାନକୁ ସମ୍ମୁଖୀନ ହେବାକୁ ସକ୍ଷମ ଥିବ। 

Special session of Parliament: ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଗଲା: ଆଜି କ୍ୟାବିନେଟ୍‌

୧.  ବିଶ୍ୱବିଦ୍ୟାଳୟ ପରିସରରେ ୩୦ରୁ ଊର୍ଦ୍ଧ୍ୱ ବିଭାଗ, ଦଶଟି ଉତ୍କର୍ଷ କେନ୍ଦ୍ର, ଆଇନ ମହାବିଦ୍ୟାଳୟ ଓ ଦୂର ନିରନ୍ତର ନିର୍ଦ୍ଦେଶାଳୟ(ଡିଡିସିଇ) ରହିଛି। ୧୧୪ଟି ପ୍ରୋଗ୍ରାମ୍‌ରେ ଶିକ୍ଷାଦାନ ହେଉଛି। ବିଶ୍ୱବିଦ୍ୟାଳୟ ଅଧୀନରେ ୧୬ଟି ସ୍ୱୟଂଶାସିତ କଲେଜ ସମେତ ୪୨୭ଟି ଅନୁବନ୍ଧିତ ଶିକ୍ଷାନୁଷ୍ଠାନରେ ପ୍ରାୟ ୪ଲକ୍ଷ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। ସ୍ନାତକ ସ୍ତରରେ ଜାତୀୟ ଶୀକ୍ଷାନୀତି(ଏନ୍‌ଇପି)-୨୦୨୦ ଲାଗୁ ହୋଇଥିବା ବେଳେ ସ୍ନାତକୋତ୍ତରରେ ମଧ୍ୟ ଲାଗୁ କରାଯିବ। ଏବର୍ଷ ‘ବୀମା ଅଧ୍ୟୟନ, ଲଜିଷ୍ଟିକ୍ସ ପରିଚାଳନା, ସାମୁଦ୍ରିକ ଅଧ୍ୟୟନ ଓ ଡେଟା ସାଇନ୍ସ’ ଭଳି ନୂତନ ପାଠ୍ୟକ୍ରମ ପ୍ରଚଳନ କରିଛୁ। ଭବିଷ୍ୟତରେ ଶିଳ୍ପ ସଂସ୍ଥା ପ୍ରାୟୋଜିତ ପିଏଚ୍‌ଡି ଓ ସ୍ନାତକୋତ୍ତର ପ୍ରୋଗ୍ରାମ୍‌କୁ ପ୍ରଚଳନ କରାଯିବ। ଆଗକୁ ମଧ୍ୟ ସଫଳ ଶିଳ୍ପ ବିଶେଷଜ୍ଞଙ୍କୁ ଶୈକ୍ଷିକ ପରିଷଦ(ଏକାଡେମିକ୍ କାଉନ୍‌ସିଲ୍)ରେ ମନୋନୀତ କରି ପାଠ୍ୟକ୍ରମକୁ ଆହୁରି ଯୁଗୋପଯୋଗୀ କରାଯିବ। କୋଠାଗୁଡ଼ିକୁ ସୌରଶକ୍ତିସଂପନ୍ନ କରିବା, କାଗଜବିହୀନ ଫାଇଲ ପରିଚାଳନା ଓ କ୍ୟାମ୍ପସ ସ୍ୱଚ୍ଛତା ଅଭିଯାନ ଦ୍ବାରା ପ୍ରଦୂଷଣକୁ ହ୍ରାସ କରାଯାଉଛି। ଏଥିସହ ଆନ୍ତର୍ଜାତିକ ଅତିଥି ଭବନ, ମାନବ ବିଜ୍ଞାନ କେନ୍ଦ୍ର, ପ୍ରାଣୀ ପରୀକ୍ଷଣ ସୁବିଧା, ଗ୍ରିନ୍‌ହାଉସ୍‌ ସୁବିଧା, ‘ଉଦ୍ଭିଦ ଟିସୁ କଲ୍‌ଚର୍ ପରୀକ୍ଷାଗାର’, ଏମ୍‌ଏମ୍‌ଟିସି ପ୍ରେକ୍ଷାଳୟ ନବୀକରଣ, ୟୁରୋପୀୟ କମିସନ ପ୍ରାୟୋଜିତ ବିଶ୍ୱ କାର୍ଯ୍ୟକଳାପ କେନ୍ଦ୍ର, ପ୍ରାକ୍ତନ ବିଦ୍ୟାର୍ଥୀ-କେନ୍ଦ୍ର, କ୍ରୀଡ଼ା ତାଲିମ କେନ୍ଦ୍ର ସମେତ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି  ଭଳି ଭିତ୍ତିଭୂମିର ବିକାଶ ଦିଗରେ ପ୍ରୟାସ ଜାରି ରହିଛି।

 ୨. ଗବେଷଣା, ପ୍ରକାଶନ ଏବଂ ଜ୍ଞାନର ସଂରକ୍ଷଣ: ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ-ଅଧ୍ୟାପିକା ଓ ଗବେଷକ ବିଶ୍ୱର ଶ୍ରେଷ୍ଠ ୫% ବୈଜ୍ଞାନିକଙ୍କୁ ନେଇ ପ୍ରସ୍ତୁତ ‘୨୦୨୫ ବିଶ୍ୱ ତାଲିକା’ରେ ସ୍ଥାନ ପାଇଛନ୍ତି। ପ୍ରତ୍ନତାତ୍ତ୍ୱିକ ଗବେଷଣାରୁ ଦୟାନଦୀ ଉପତ୍ୟକାରେ ୪,୦୦୦ ବର୍ଷର ପୁରୁଣା ବସତିର ସନ୍ଧାନ ମିଳିଛି। ଜୈନ ତୀର୍ଥଙ୍କରଙ୍କ ମୂର୍ତ୍ତି ଓ କୁଶାଣ ଯୁଗୀୟ ମୃଣ୍ମୟପାତ୍ର ଉଦ୍ଧାର ହୋଇଛି। ଏହା ସହ କୃତ୍ରିମ ବୁଦ୍ଧିମତ୍ତା, ଜଳବାୟୁ ପରିବର୍ତ୍ତନ, ଜୈବ ପ୍ରଯୁକ୍ତିବିଦ୍ୟା ଏବଂ ଆଦିବାସୀ ଅଧ୍ୟୟନ ଆଦି କ୍ଷେତ୍ରରେ ନୂଆ ଉତ୍କର୍ଷ କେନ୍ଦ୍ର ସ୍ଥାପିତ ହୋଇଛି। ବିଶ୍ୱବିଦ୍ୟାଳୟ ପ୍ରିଣ୍ଟିଂ-ପ୍ରେସ୍‌ ପୁନରୁଦ୍ଧାର ସହ ୩ଟି ପୁସ୍ତକ ପୁନଃମୁଦ୍ରିତ ହୋଇଛି। ‘ପରିଜା ପାଠାଗାର’ରେ ପ୍ରାଚୀନ କଳିଙ୍ଗ ଏବଂ ଅଶୋକଙ୍କ ସମୟର ମୁଦ୍ରାର ସଂଗ୍ରହଣ ସହିତ ‘ବିଚିତ୍ର ରାମାୟଣ’ ପୋଥି, ଜଗନ୍ନାଥ ମନ୍ଦିର ସଂକ୍ରାନ୍ତ ରେକର୍ଡ ଓ ୪୩୦୦ରୁ େବଶି ତାଳପତ୍ର ପାଣ୍ଡୁଲିପି ଡିଜିଟାଇଜ୍ ହେଉଛି। ବିଶ୍ୱବିଦ୍ୟାଳୟର ‘ଗ୍ଲୋବାଲ୍ ସେଣ୍ଟର ଫର୍ ରୁରାଲ୍ ଷ୍ଟଡିଜ୍’, ୨୦୨୭-୨୮ ଆର୍ଥିକବର୍ଷ ପାଇଁ ଉଭୟ କେନ୍ଦ୍ର ସରକାର ଓ ଓଡ଼ିଶା ସରକାରଙ୍କ ବଜେଟରେ ବିଚାରନିମିତ୍ତ କୃଷିଭିତ୍ତିକ ଆୟ, ଜଳସେଚନ, ମତ୍ସ୍ୟଚାଷ, ଗ୍ରାମୀଣ ଉଦ୍ୟୋଗ ଓ ଜଳବାୟୁ ସ୍ଥିରତା ଉପରେ ନୀତିଗତ ସୁପାରିଶ ଦାଖଲ କରିଛି।

 ୩. ଏନଏସ୍‌ଏସ୍‌ ୟୁନିଟ ସହାୟତାରେ ଅନୁବନ୍ଧିତ ମହାବିଦ୍ୟାଳୟରେ ଏକ ଲକ୍ଷ ବୃକ୍ଷରୋପଣର ଲକ୍ଷ୍ୟ ରଖିଛୁ। ୯ଟି ଜିଲ୍ଲାରୁ ୧୦ଟି ଗ୍ରାମକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ, ଆରବିଆଇ ଚେୟାର, ମହାବିଦ୍ୟାଳୟ ବିକାଶ ପରିଷଦ ଓ ଅନୁବନ୍ଧିତ କଲେଜଗୁଡ଼ିକର ୨୩୯ ଏନ୍ଏସ୍‌ଏସ୍‌ ୟୁନିଟ୍‌‌କୁ ପ୍ରାୟ ୨୫୦୦ ଗ୍ରାମକୁ ଡକୁମେଣ୍ଟ-ଅନ୍ତର୍ଭୁକ୍ତ କରିବାକୁ ନିୟୋଜିତ କରାଯାଉଛି। ଯାଜପୁରସ୍ଥିତ ଗ୍ରାମୀଣ କ୍ୟାମ୍ପସରେ ଖୁବ୍‌ଶୀଘ୍ର ଏକାଡେମିକ୍ ବ୍ଲକ କାର୍ଯ୍ୟକ୍ଷମ ହେବ। ଏଠାରେ ଶିକ୍ଷାଦାନ ସହ ଐତିହାସିକ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଭାବାଦର୍ଶ ପ୍ରତିଷ୍ଠା କରିବୁ। ଏଠାରେ ବୌଦ୍ଧ ଓ ଜୈନ ଦର୍ଶନ ଉପରେ ମଧ୍ୟ ଶିକ୍ଷା ପ୍ରଦାନ କରାଯିବ। ଓଡ଼ିଶା ଜେଲ୍ ବିଭାଗ ସହଭାଗିତା, ଅଟିଜିମ୍-ସମ୍ବନ୍ଧୀୟ ଗବେଷଣା ଓ ତାଲିମ ପାଇଁ କାନାଡାର ଅଣ୍ଟାରିଓରେ ଚିକିତ୍ସା  ଅଭ୍ୟାସ, ଓଡ଼ିଶା ଯୋଗ ସମିତି ପରି ସଂସ୍ଥା ସହାୟତାରେ ଗବେଷଣା ଚାଲିଛି।

୪. ‘ବାର୍କ ଆଉଟ‌ଚିଚ୍ ସେଣ୍ଟର’ ଏବର୍ଷ ୧୦ବର୍ଷ ପୂରଣ କରିଛି। କୃଷି-ଲଜିଷ୍ଟିକ୍ସ ଓ ଯୋଗାଣ ଶୃଙ୍ଖଳା ପରିଚାଳନାରେ ଏମ୍‌ବିଏ ପାଠ୍ୟକ୍ରମ, ସ୍ମାର୍ଟ କୃଷି ଏବଂ ବର୍ଜ୍ୟବସ୍ତୁରୁ ସମ୍ପଦ ସୃଷ୍ଟିକାରୀ ଉଦ୍ୟୋଗ ଉପରେ କ୍ୟାରିଅର ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଏବଂ ଭାରତର ନିର୍ବାଚନ କମିଶନଙ୍କ ସହିତ ଇଣ୍ଟର୍ନସିପ୍ ଆମ ଶିକ୍ଷାଗତ-ଶିକ୍ଷଣକୁ ବୃତ୍ତିଗତ-ଅଭିଜ୍ଞତା ସହିତ ସଂଯୋଗ କରିବାର ଆଉ ଏକ ସାର୍ଥକ ପଦକ୍ଷେପ।

Kotia dispute: କୋଟିଆ ବିବାଦ ଥାନାକୁ ଗଲା: ୪ ଜଣଙ୍କୁ ଅପହରଣ ନେଇ ଆନ୍ଧ୍ରର ଏତଲା

୫. ଛାତ୍ର କଲ୍ୟାଣ ଓ ଡିଜିଟାଲ୍ ଶାସନ ବ୍ୟବସ୍ଥା: ‘ଶକ୍ତିଶ୍ରୀ ଏମ୍ପାୱାରମେଣ୍ଟ ସେଲ୍’, ଆତ୍ମରକ୍ଷା ପ୍ରଶିକ୍ଷଣ, ଲିଙ୍ଗଗତ ସଚେତନତା, ଆତ୍ମହତ୍ୟା ନିବାରଣ ପରି ପଦକ୍ଷେପ ଛାତ୍ରୀଙ୍କ ସୁରକ୍ଷା ସହାୟତାକୁ ସୁଦୃଢ଼ କରିଛି। ସ୍ୱାସ୍ଥ୍ୟ ଶିବିର, ସିସିଟିଭି କ୍ୟାମେରା, ଉଚ୍ଚ-କ୍ଷମତାସମ୍ପନ୍ନ ଆଲୋକ ବ୍ୟବସ୍ଥା, ପାଚେରି ମରାମତି, କ୍ୟାମ୍ପସରେ ପ୍ରବେଶ-ପ୍ରସ୍ଥାନ ଯାଞ୍ଚ କଡ଼ାକଡ଼ି, ମାନସିକ ସ୍ୱାସ୍ଥ୍ୟ ସଚେତନତା, ସଡ଼କ ସୁରକ୍ଷା ପ୍ରଶିକ୍ଷଣ, ଜରୁରୀକାଳୀନ ଚିକିତ୍ସା ସମ୍ବନ୍ଧୀୟ ସଚେତନତା, ଯୋଗ ଓ ରକ୍ତଦାନ କାର୍ଯ୍ୟକ୍ରମ ବ୍ୟାପକ ହୋଇଛି। ନୂତନ ୱେବସାଇଟ୍ ‘ଉତ୍କଳ ଦର୍ପଣ’, ଅନଲାଇନ୍ ପୋର୍ଟାଲ୍ ‘ଇ-ପ୍ରତିକାର’, ଡ୍ୟାସବୋର୍ଡ ‘ଇ-ସମୀକ୍ଷା’ ମାଧ୍ୟମରେ ସ୍ୱଚ୍ଛତା ଓ ସାଂସ୍ଥାନିକ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଛି। ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବେ ଛାତ୍ର ସଂସଦ ନିର୍ବାଚନ ପରିଚାଳନା, ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶଗ୍ରହଣ ପ୍ରତି ଆମର ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରିଛି।

 ୬. ପ୍ରାରମ୍ଭିକ ପଦକ୍ଷେପରୁ ସଂସ୍ଥାଗତ ରୂପାନ୍ତରଣ ପର୍ଯ୍ୟନ୍ତ: ପ୍ରଶାସନିକ-ଏକକକୁ ଏକାଡେମିକ୍ ଅଡିଟିଂ ମାଧ୍ୟମରେ ବିଭିନ୍ନ ବିଭାଗ ଓ ପ୍ରଶାସନିକ-ଏକକକୁ ଗୋଟିଏ ସାଧାରଣ ପରିମାପରେ ତଉଲିବାକୁ, ନିହିତ ସମସ୍ୟାକୁ ଚିହ୍ନଟ ଓ ପ୍ରଭାବ ଅପେକ୍ଷା ପ୍ରମାଣକୁ ଗୁରୁତ୍ୱ ଦେବାକୁ ଉତ୍ସାହିତ କରାଯାଉଛି। 

ଶ୍ୱେତପତ୍ରର ସଫଳତା ଓ ମୂଲ୍ୟାୟନରେ ଅଧ୍ୟାପକ, ଛାତ୍ରଛାତ୍ରୀ, ପ୍ରାକ୍ତନ ବିଦ୍ୟାର୍ଥୀ, ଶିଳ୍ପ ଓ ସରକାରଙ୍କ ସମନ୍ୱିତ ଅଂଶଗ୍ରହଣ ଆବଶ୍ୟକ। ତେଣୁ, ଆଗକୁ ଆମର ଅଲଗା ଅଲଗା ସଫଳତାକୁ ଏକାଠି କରି ତାହାକୁ ଏକ ସ୍ଥାୟୀ ସାଂସ୍ଥାଗତ ସାଫଲ୍ୟରେ ପରିଣତ କରିପାରିଲେ, ବିଶ୍ୱବିଦ୍ୟାଳୟର ସ୍ୱପ୍ନ ସାକାର ହେବ। 

ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ, ଆମର ଧ୍ୟାନ କେବଳ ଅନୁଷ୍ଠାନିକ ବୟସ ପାଳନରେ ନୁହେଁ, ଆମେ ନିର୍ମାଣ କରୁଥିବା ଭବିଷ୍ୟତର ଗୁଣବତ୍ତା ଉପରେ ରହିବା ଯଥାର୍ଥ। ଆମର ଅଭିଳାଷ, ଉତ୍କଳ ବିଶ୍ୱବିଦ୍ୟାଳୟ ଜ୍ଞାନ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ହେଉ; ଯାହାର ମୂଳ ଓଡ଼ିଶାରେ ଥିବ, ମାତ୍ର ଡାଳ ବିଶ୍ୱ ସହିତ ସଂଯୁକ୍ତ ହୋଇ ଏକ ପରିବର୍ତ୍ତନଶୀଳ ସମାଜ ପ୍ରତି ଉତ୍ତରଦାୟୀ ରହୁଥିବ।
କୁଳପତି, ଉତ୍କଳ ବିଶ୍ୱବିଦ୍ୟାଳୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.