Utkal campus: ବୋମାମାଡ଼ରେ କମ୍ପିଲା ଉତ୍କଳ କ୍ୟାମ୍ପସ୍‌: ଗୋପବନ୍ଧୁ ଛାତ୍ରାବାସ ନିକଟରେ ବିସ୍ଫୋରଣ ଅଭିଯୋଗ

1 hour ago 1
ARTICLE AD BOX

ଭୁବନେଶ୍ୱର: ରବିବାର ବିଳମ୍ବିତ ରାତିରେ ଉତ୍କଳ ବିଶ୍ବବିଦ୍ୟାଳୟ ପରିସର ବୋମାମାଡ଼ରେ ଥରିଉଠିଛି। ଗୋପବନ୍ଧୁ ଛାତ୍ରାବାସ ନିକଟରେ ୩ଟି ବୋମା ଫୁଟିଥିବା ଅଭିଯୋଗ ହୋଇଛି। ଏଥିରେ କାହାର କିଛି କ୍ଷତି ହୋଇନଥିଲେ ହେଁ ଛାତ୍ରାବାସରେ ଭୟର ବାତାବରଣ ଖେଳିଯାଇଛି। କ୍ୟାମ୍ପସ୍‌ରେ ପୁଲିସର କଡ଼ା ପହରା ସତ୍ତ୍ବେ ବୋମାମାଡ଼ ହୋଇଥିବାରୁ ଛାତ୍ରମାନେ ଏଥିପାଇଁ କମିସନରେଟ୍‌ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ଉତ୍ତ୍ୟକ୍ତ ଛାତ୍ରମାନେ ମୁଖ୍ୟଫାଟକ ପାଖକୁ ଆସି ଧାରଣାରେ ବସିବାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଥିବା ଖବର ମିଳିଛି। ପୁଲିସ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରି ବୋମାର ଟୁକୁଡ଼ା ଅଂଶ ଖୋଜିଖୋଜି ନୟାନ୍ତ ହୋଇଛି, ଅଥଚ ବୋମାର ଅବଶେଷ ପାଇନଥିବା ସୂଚନା ଦେଇଛି। ତଥାପି ଗଣ୍ଡଗୋଳ ବଢ଼ିବା ଆଶଙ୍କା କରି କ୍ୟାମ୍ପସ୍‌ରେ ପୁଲିସ ଛାଉଣି କରିଦିଆଯାଇଛି। ୫ପ୍ଲାଟୁନ୍‌ ପୁଲିସ ବଳ କ୍ୟାମ୍ପସ୍‌ ସାରା ପଇଁତରା ମାରୁଛନ୍ତି।

Congress protest in Delhi: ଦିଲ୍ଲୀରେ କଂଗ୍ରେସର ପ୍ରତିବାଦ ଆଜି: ଇଣ୍ଡିଆ ଗେଟ୍‌ରୁ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା

ଗୋପବନ୍ଧୁ ଛାତ୍ରାବାସ ନିକଟରେ ବିସ୍ଫୋରଣ ଅଭିଯୋଗ 
ମୁଖ୍ୟ ଫାଟକରେ ପୁଲିସ-ଛାତ୍ର ଧସ୍ତାଧସ୍ତି
୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ

ଆଜି ପୂର୍ବାହ୍ଣରେ ପୁଲିସ ଉପସ୍ଥିତି ସତ୍ତ୍ବେ ପ୍ରାର୍ଥୀମାନଙ୍କ କ୍ୟା‌େମ୍ପନିଂ ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଦୁଇ ଥର ବିରୋଧୀ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ପୁଲିସ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ହେଁ ଚାପା ଉତ୍ତେଜନା ଲାଗି ରହିଥିଲା। କୌଣସି ସମୟରେ କିଛି ଅଘଟଣ ଘଟିବ ବୋଲି ଆଶଙ୍କା ଥିବାରୁ ପୁଲିସ ପକ୍ଷରୁ କ୍ୟାମ୍ପସ୍‌ ଭିତରେ କଡ଼ା ପହରା ଲାଗୁ କରାଯାଇଥିଲା। ତଥାପି ରାତି‌ରେ ବୋମାମାଡ଼ ହୋଇଥିଲା। ରାତି ପ୍ରାୟ ସାଢ଼େ ୧୧ଟାରେ ଗୋପବନ୍ଧୁ ଛାତ୍ରାବାସ ନିକଟରେ ୩ଥର ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଛାତ୍ରାବାସ ଉପରକୁ ତିନିଟି ବୋମା ଫିଙ୍ଗାଯାଇଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି। ବୋମାମାଡ଼ ଅଭିଯୋଗ ଆଣି ଛାତ୍ରମାନେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଏକାଠି ହୋଇଥିଲେ। ବୋମାମାଡ଼ରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଦାବିରେ ସେମାନେ ଧାରଣାରେ ବସିଥିଲେ। ଡିସିପି ଡା. ବିବେକ ସର୍ବଣା ଏମ୍‌ ଓ ଅନୁପ କାନୁନ୍‌ଗୋ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଛାତ୍ରଙ୍କୁ ବୁଝାସୁଝା କରିଥିଲେ। ଏହି ସମୟରେ ପୁଲିସ ଓ ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। 
କ୍ୟାମ୍ପସ୍‌ରେ ଉପସ୍ଥିତ ପୁଲିସ କର୍ମଚାରୀ ଓ ଛାତ୍ରମାନେ ବିସ୍ଫୋରଣ ଶବ୍ଦ ଶୁଣିଥିବା କହିଛନ୍ତି। କିନ୍ତୁ ଘଟଣାସ୍ଥଳରୁ ବୋମାର ଅବଶେଷ ମିଳିନାହିଁ। ତେଣୁ ପ୍ରକୃତରେ ବୋମାମାଡ଼ ହୋଇଛି କି ନାହିଁ, ଯଦି ହୋଇଛି ଗୋପବନ୍ଧୁ ଛାତ୍ରାବାସ ନିକଟରେ କି ଅନ୍ୟ କେଉଁଠି ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ।

False rape allegation: ପୁଲିସ ତଣ୍ଟିରେ ମିଛ ଦୁଷ୍କର୍ମ କଣ୍ଟା! ଦେଢ଼ବର୍ଷରେ ୨୦ ମିଥ୍ୟା ଦୁଷ୍କର୍ମ ମାମଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.