ARTICLE AD BOX
ୱାସିଂଟନ: ୟେମେନରେ ଇରାନ-ସମର୍ଥିତ ହୁତିଙ୍କ ବିରୋଧରେ ଆମେରିକା ପ୍ରସ୍ତାବିତ ବିମାନ ଆକ୍ରମଣକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ କରିଛି। ରିପୋର୍ଟ ଅନୁଯାୟୀ, ଆକ୍ରମଣ ପାଇଁ ଟାର୍ଗେଟ୍ ତାଲିକା ଅନୁମୋଦନ ହୋଇସାରିଥିଲା ଏବଂ ଯୁଦ୍ଧବିମାନରେ ବୋମା ଲୋଡ୍ କରାଯାଉଥିଲା। ଏହି ସମୟରେ ରବିବାର ଟ୍ରମ୍ପ ଆକ୍ରମଣ ନ କରିବାକୁ ନିଷ୍ପତ୍ତି ନେଇଥିଲେ।
ଆହୁରି ପଢନ୍ତୁ :Mahanadi Water Dispute: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ବିରୋଧ, ମହାନଦୀ ବଞ୍ଚାଅ ଆନ୍ଦୋଳନ କର୍ମୀ ଅଟକ
ଏହାର କିଛି ଦିନ ପୂର୍ବରୁ ଟ୍ରମ୍ପ ତାଙ୍କ ପରାମର୍ଶଦାତାଙ୍କୁ ହୁତିଙ୍କ ବିରୋଧରେ ସାଉଦି ଆରବର ଯୁଦ୍ଧରେ ସିଧାସଳଖ ହସ୍ତକ୍ଷେପ ନ କରିବା କଥା କହିଥିଲେ। କିନ୍ତୁ ଗୁରୁବାର ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ଫୋନ୍ ପରେ ପେଣ୍ଟାଗନକୁ ଆକ୍ରମଣ ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ। ହୁତିମାନେ ଲୋହିତ ସାଗର ଅଞ୍ଚଳରେ ନିଜ ନିୟନ୍ତ୍ରଣ ବଢ଼ାଉଥିବାରୁ ସାଉଦି ଆରବ ଆମେରିକାର ସାମରିକ ସହାୟତା ଲୋଡ଼ିଥିଲା। ତେବେ ଟ୍ରମ୍ପଙ୍କ ଘନିଷ୍ଠ ପରାମର୍ଶଦାତାଙ୍କ ମଧ୍ୟରୁ ଅନେକେ ହୁତିଙ୍କ ବିରୋଧରେ ଆକ୍ରମଣକୁ ବିରୋଧ କରିଥିଲେ।
ଆହୁରି ପଢନ୍ତୁ :CJP in Odisha ଓଡ଼ିଶାରେ ଅସରପା ଦଳ: ସ୍କୁଲ ବୁଲିଲେ, ଆନ୍ଦୋଳନ ପାଇଁ ଡାକରା ଦେଲେ
ଇରାନ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ୟେମେନରେ ଆଉ ଏକ ଯୁଦ୍ଧମୋର୍ଚ୍ଚା ଖୋଲିବା ନେଇ ସେମାନେ ପ୍ରଶ୍ନ ଉଠାଇଥିଲେ। ହ୍ୱାଇଟ୍ ହାଉସ୍ ଟ୍ରମ୍ପଙ୍କ ନିଷ୍ପତ୍ତି ପରିବର୍ତ୍ତନ ନେଇ କୌଣସି ଆଧିକାରିକ ବିବୃତି ଦେଇନାହିଁ। ତେବେ ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ସାଉଦି ଆରବ ସହ ଆମେରିକାର ପ୍ରତିରକ୍ଷା ସହଯୋଗ ରହିଛି ଏବଂ ସହଯୋଗୀଙ୍କସୁରକ୍ଷା ପାଇଁ ଆମେରିକା ପ୍ରତିବଦ୍ଧ। ଟ୍ରମ୍ପ କହିଛନ୍ତି, ହୁତିମାନେ ଆମେରିକା ବିରୋଧରେ ଆକ୍ରମଣ ନ କରିବାକୁ ସଙ୍କେତ ଦେଇଛନ୍ତି ଏବଂ ଆମେରିକା ସେମାନଙ୍କ ସହ ଯୋଗାଯୋଗରେ ଅଛି। ଅନ୍ୟପକ୍ଷେ, ସାଉଦି ଆରବ ଉପରେ ହୁତିଙ୍କ ଆକ୍ରମଣ ଜାରି ରହିଥିବାରୁ ରିୟାଦ ଉପରେ ଚାପ ବଢ଼ିଛି। ଏହି ପରିସ୍ଥିତିରେ ଟ୍ରମ୍ପ ଇରାନ ପ୍ରସଙ୍ଗରେ ମଧ୍ୟ ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

1 week ago
6


