ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ ବଜାରରେ ଦୁଇଟି ନୂଆ ଉତ୍ପାଦ ଲଞ୍ଚ କରିଛି ଅର୍ବାନ୍। କମ୍ପାନି ପକ୍ଷରୁ ଅର୍ବାନ୍ ଆର୍କ ଗୋ ୨ ଏଆଇ ସ୍ମାର୍ଟ ଫିଟନେସ୍ ବ୍ୟାଣ୍ଡ ଏବଂ ଅର୍ବାନ୍ କ୍ୟୁ୯ଆଇ ଏଆଇ ଏଏନ୍ସି ଟିଡବ୍ଲ୍ୟୁଏସ୍ ଇୟରବଡ୍ସକୁ ବଜାରକୁ ଅଣାଯାଇଛି। ଏହି ଦୁଇଟି ଡିଭାଇସରେ ଅନେକ ନୂଆ ଫିଚର୍ ଦିଆଯାଇଛି। ଫିଟ୍ନେସ୍ ବ୍ୟାଣ୍ଡରେ ହେଲ୍ଥ ଟ୍ରାକିଂ ସହ ଏଆଇ ଫିଚର୍ ମିଳୁଥିବା ବେଳେ ଇୟର୍ବଡ୍ସରେ ଏଏନ୍ସି ଓ ଏଆଇ ଲାଇଭ୍ ଟ୍ରାନ୍ସଲେସନ୍ ସୁବିଧା ରହିଛି। ଆସନ୍ତୁ ଜାଣିବା ଏହାର ଦାମ୍ ଓ ଫିଚର୍ ବିଷୟରେ।
ଫିଟନେସ୍ ବ୍ୟାଣ୍ଡ ଓ ଇୟରବଡ୍ସର ଦାମ୍
ଅର୍ବାନ୍ ଆର୍କ ଗୋ ୨ ଏଆଇ ସ୍ମାର୍ଟ ଫିଟନେସ୍ ବ୍ୟାଣ୍ଡର ମୂଲ୍ୟ ୬,୯୯୯ ଟଙ୍କା ରହିଛି। ସେହିପରି ଅର୍ବାନ୍ କ୍ୟୁ୯ଆଇ ଏଆଇ ଏଏନ୍ସି ଇୟରବଡ୍ସର ଦାମ୍ ୪,୯୯୯ ଟଙ୍କା ରଖାଯାଇଛି।
ଫିଟନେସ୍ ବ୍ୟାଣ୍ଡଟି ଜେଟ୍ ବ୍ଲାକ୍, ଇଙ୍କ ବ୍ଲୁ, ଷ୍ଟୋନ୍ ଗ୍ରେ, ଓସେନ୍, ଅରେଞ୍ଜ ଓ ମାଜେଣ୍ଟା ରଙ୍ଗରେ ଉପଲବ୍ଧ ହେବ। ଏହି ପ୍ରଡକ୍ଟଗୁଡ଼ିକ କମ୍ପାନିର ଅଫିସିଆଲ୍ ୱେବ୍ସାଇଟ୍ gourban.in, ଚୟନ କରାଯାଇଥିବା ରିଟେଲ୍ ଷ୍ଟୋର୍ ଏବଂ ଅନ୍ୟ ଅନ୍ଲାଇନ୍ ପ୍ଲାଟ୍ଫର୍ମରେ ମିଳିବ। ଉଭୟ ପ୍ରଡକ୍ଟ ସହ ୧ ବର୍ଷର ୱାରେଣ୍ଟି ମଧ୍ୟ ଦିଆଯାଉଛି।
ଆହୁରି ପଢ଼ନ୍ତୁ- SBI: ଏସବିଆଇର ଦୀପାବଳି ସ୍ୱତନ୍ତ୍ର ୪୪୪ ଦିନିଆ ଏଫ୍ଡି ସ୍କିମ୍: ୫ ଓ ୧୦ ଲକ୍ଷ ଟଙ୍କା ଜମା ଉପରେ ମୋଟାଅଙ୍କର ରିଟର୍ଣ୍ଣ
ଅର୍ବାନ୍ ଆର୍କ ଗୋ ୨ ଫିଟନେସ୍ ବ୍ୟାଣ୍ଡର ଫିଚର୍
ଏହି ଫିଟ୍ନେସ୍ ବ୍ୟାଣ୍ଡରେ ହାର୍ଟରେଟ୍, ସ୍ଲିପ୍, ଷ୍ଟ୍ରେସ୍, ଆକ୍ଟିଭିଟି ଓ ଶରୀରର ସୁସ୍ଥତା ଉପରେ ନଜର ରଖିବାର ସୁବିଧା ରହିଛି।
ଏଆଇ ପାୱାର୍ଡ ରିକଭରି ଫିଚର୍ ସହ ୧୧୦ରୁ ଅଧିକ ସ୍ପୋର୍ଟସ୍ ମୋଡ୍ ଦିଆଯାଇଛି। ଏହାସହ ୩୦ରୁ ଅଧିକ ଗାଇଡେଡ୍ ମେଡିଟେସନ୍ ମଧ୍ୟ ରହିଛି। ଫୋନ୍କୁ ଆସୁଥିବା କଲ୍ ଓ ମେସେଜ୍ର ଆଲର୍ଟ ମଧ୍ୟ ବ୍ୟାଣ୍ଡରେ ମିଳିବ। ଏହା ମାଧ୍ୟମରେ ମ୍ୟୁଜିକ୍ କଣ୍ଟ୍ରୋଲ୍ ଏବଂ ହାତର ଇସାରାରେ କ୍ୟାମେରା ଚଲାଇବାର ସୁବିଧା ମଧ୍ୟ ରହିଛି। ଦୀର୍ଘ ସମୟ ଧରି ବସି ରହିଲେ ସତର୍କ ସୂଚନା ମିଳିବ। ଏହା ସହ ମହିଳାଙ୍କ ପାଇଁ ମାସିକ ଋତୁସ୍ରାବ ସମ୍ବନ୍ଧୀୟ ସ୍ମରଣ ସୁବିଧା ମଧ୍ୟ ଦିଆଯାଇଛି।
ବ୍ୟାଟେରି ବିଷୟରେ କହିବାକୁ ଗଲେ, ଏହି ଫିଟ୍ନେସ୍ ବ୍ୟାଣ୍ଡ ଗୋଟିଏ ଚାର୍ଜରେ ୪୫ ଘଣ୍ଟା ପର୍ଯ୍ୟନ୍ତ ବ୍ୟାକ୍ଅପ୍ ଦେଇପାରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏଥିରେ ଆଇପିଏକ୍ସ୬୮ ରେଟିଂ ସହ ଉଭେନ୍ ଫାବ୍ରିକ୍ ଷ୍ଟ୍ରାପ୍ ଦିଆଯାଇଛି।
ଅର୍ବାନ୍ କ୍ୟୁ୯ଆଇ ଇୟରବଡ୍ସର ବିଶେଷତ୍ୱ
ଅର୍ବାନ୍ କ୍ୟୁ୯ଆଇ ଇୟରବଡ୍ସରେ ବାହାରର ଅନାବଶ୍ୟକ ଶବ୍ଦକୁ କମ୍ କରିବା ପାଇଁ ଏଏନ୍ସି ସୁବିଧା ଦିଆଯାଇଛି। ଏଥିରେ ୧୩ ମିମିର ଡାଇନାମିକ୍ ଡ୍ରାଇଭର ରହିଛି।
ଏହି ଇୟର୍ବଡ୍ସର ଏକ ବିଶେଷ ଫିଚର୍ ହେଉଛି ଏଆଇ ଲାଇଭ୍ ଟ୍ରାନ୍ସଲେସନ୍। ଏଆଇ ଟ୍ରାନ୍ସଫନ୍ ଆପ୍ ସାହାଯ୍ୟରେ ୫୦ରୁ ଅଧିକ ଭାଷାରେ ଲାଇଭ୍ ଟ୍ରାନ୍ସଲେସନ୍ କରିହେବ। ଏଥିରେ ଏକ ଇଣ୍ଟିଗ୍ରେଟେଡ୍ ସ୍ମାର୍ଟ ଷ୍ଟାଣ୍ଡ ମଧ୍ୟ ଦିଆଯାଇଛି।
ଆହୁରି ପଢ଼ନ୍ତୁ- Divyanka Tripathi,: ଦିବ୍ୟଙ୍କା ତ୍ରିପାଠୀଙ୍କ କୋଠାରେ ଭୟାବହ ଅଗ୍ନିକାଣ୍ଡ, ସୁରକ୍ଷାକର୍ମୀଙ୍କ ହେଲା ମୃତ୍ୟୁ
କନେକ୍ଟିଭିଟି ପାଇଁ ବ୍ଲୁଟୁଥ୍ ୬.୦, କ୍ଲିୟର୍ କଲ୍ ଏଚ୍ଡି ମାଇକ୍ରୋଫୋନ୍ ଓ ଟାଇପ୍-ସି ଚାର୍ଜିଂ ସୁବିଧା ଦିଆଯାଇଛି।
ବ୍ୟାଟେରି ବ୍ୟାକଅପ୍ ବିଷୟରେ କହିବାକୁ ଗଲେ, ଚାର୍ଜିଂ କେସ୍ ସହ ଏହା ୩୦ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରିବ। ଥରେ ଚାର୍ଜ କଲେ ଇୟରବଡ୍ସରେ ୬ ଘଣ୍ଟା ପର୍ଯ୍ୟନ୍ତ ସଙ୍ଗୀତ ଶୁଣିହେବ।
ହେଲ୍ଥ ଟ୍ରାକିଂ ଓ ଅଧିକ ବ୍ୟାଟେରି ବ୍ୟାକଅପ୍ ଚାହୁଥିବା ଲୋକଙ୍କ ପାଇଁ ନୂଆ ଫିଟନେସ୍ ବ୍ୟାଣ୍ଡ ଏକ ବିକଳ୍ପ ହୋଇପାରେ। ସେହିପରି ଏଏନ୍ସି ଓ ଏଆଇ ଟ୍ରାନ୍ସ୍ଲେସନ୍ ସୁବିଧା ଚାହୁଥିବା ଗ୍ରାହକଙ୍କ ପାଇଁ ନୂଆ ଇୟରବଡ୍ସ ଉପଯୋଗୀ ହୋଇପାରେ।
ଅଧିକ ଦେଖନ୍ତୁ-

2 days ago
2


