ARTICLE AD BOX
ଲଖିମ୍ପୁର ଖେରି: ଉତ୍ତର ପ୍ରଦେଶର ଲଖିମ୍ପୁର ଖେରିର ଏକ ସ୍କୁଲରେ ସୋମବାର ଜଣେ ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା ପରେ ଆକ୍ରମଣକାରୀ ନିଜେ ଆତ୍ମହତ୍ୟା କରିଥିବା ପୁଲିସ କହିଛି। ଘଟଣାଟି ଚିଲଡ୍ରେନ୍ସ ଏକାଡେମି ସ୍କୁଲରେ ଘଟିଛି। ଘଟଣା ସମୟରେ ସ୍କୁଲରେ ପିଲାମାନେ ଉପସ୍ଥିତ ଥିବାରୁ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ଆହୁରି ପଢନ୍ତୁ :OTP Misuse Allegation ଧାମନଗର ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ ପାଇଁ ସୁପାରିସ
ମୃତା ଶିକ୍ଷୟିତ୍ରୀ ୨୬ ବର୍ଷୀୟା ନିସତ୍ ଫାତିମା ବୋଲି ଜଣାପଡ଼ିଛି। ସେ ସଦର କୋଟୱାଲି ଅଞ୍ଚଳର ହିଦାୟତ ନଗରର ବାସିନ୍ଦା ଥିଲେ ଏବଂ ପ୍ରାୟ ଏକ ବର୍ଷ ଧରି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ। ଆକ୍ରମଣକାରୀ୨୮ ବର୍ଷୀୟ ମହମ୍ମଦ ସୌଦ ବୋଲି ପୁଲିସ ଚିହ୍ନଟ କରିଛି। ଉଭୟ ପରସ୍ପରକୁ ଦୀର୍ଘଦିନ ଧରି ଜାଣିଥିବା ପୁଲିସ କହିଛି। ପୁଲିସ ଅନୁସାରେ, ସୋମବାର ପୂର୍ବାହ୍ଣ ପ୍ରାୟ ୧୧ଟା ୩୦ରେ ସୌଦ ଫାତିମାଙ୍କୁ ଭେଟିବା ପାଇଁ ସ୍କୁଲକୁ ଆସିଥିଲା। କିଛି ସମୟ କଥାବାର୍ତ୍ତା ପରେ ଗୁଳିକାଣ୍ଡ ଘଟିଥିଲା। ଏହା ପରେ ଆକ୍ରମଣକାରୀ ମଧ୍ୟ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲା।
ଆହୁରି ପଢନ୍ତୁ :Sensex: ସେନ୍ସେକ୍ସରେ ୫୬୪ ପଏଣ୍ଟ ବୃଦ୍ଧି
ଘଟଣା ପରେ ପୁଲିସ ସ୍କୁଲକୁ ଘେରାଉ କରି ତଦନ୍ତ ଆରମ୍ଭ କରିବା ସହ ଫୋରେନ୍ସିକ୍ ଟିମ୍ ପ୍ରମାଣ ସଂଗ୍ରହ କରିଛି। ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାର ଉଦ୍ଦେଶ୍ୟ ଏଯାଏ ସ୍ପଷ୍ଟ ହୋଇନାହିଁ। ପୁଲିସ ସ୍କୁଲ ମ୍ୟାନେଜମେଣ୍ଟ, ଶିକ୍ଷକ, ପ୍ରତ୍ୟକ୍ଷଦର୍ଶୀ ଏବଂ ଉଭୟ ପରିବାରର ସଦସ୍ୟଙ୍କୁ ପଚରାଉଚରା କରୁଛି।

1 week ago
6


