ARTICLE AD BOX
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ପତ୍ନୀଙ୍କ ସହ ଝଗଡ଼ାକୁ ଏଡ଼ାଇବାକୁ ଯାଇ ଏକ ଅଟ୍ଟାଳିକାର ୨୧ତମ ମହଲାରୁ ଖସିପଡ଼ି ଜଣେ ୩୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ହର୍ଷିତ ଲାଭାନିଆ। ଘଟଣାଟି ଗ୍ରେଟର ନୋଏଡାର ସେଣ୍ଟୁରିଅନ୍ ପାର୍କ ଟ୍ରପିକାଲ୍ ଗାର୍ଡେନ୍ ଆବାସିକ ପରିସରରେ ଘଟିଛି।
୨୦୨୪ରେ ହର୍ଷିତଙ୍କ ବିବାହ ହୋଇଥିଲା। ଦାମ୍ପତ୍ୟ କଳହ ଯୋଗୁଁ ସେ ଗତ ଛଅ ମାସ ଧରି ପତ୍ନୀଙ୍କଠାରୁ ଅଲଗା ରହୁଥିଲେ। ଘଟଣା ଦିନ ତାଙ୍କ ପତ୍ନୀ ଭଡ଼ାଘରେ ପହଞ୍ଚି କବାଟ ଖୋଲିବାକୁ କହିଥିଲେ। କିନ୍ତୁ ପୁଣି ଝଗଡ଼ା ହେବା ଆଶଙ୍କାରେ ହର୍ଷିତ କବାଟ ଖୋଲି ନଥିଲେ। ପରେ ପତ୍ନୀ ସୁରକ୍ଷାକର୍ମୀଙ୍କୁ ଡାକି କବାଟ ଖୋଲିବାକୁ କହିଥିଲେ।
କମ୍ପ୍ଲେକ୍ସର ସିସିଟିଭି ଫୁଟେଜ୍ ଯାଞ୍ଚ
ଏହି ସମୟରେ ହର୍ଷିତ ବାଲକୋନି ଦେଇ ତଳ ମହଲାକୁ ଯିବାକୁ ଚେଷ୍ଟା କରିବାବେଳେ ଖସି ପଡ଼ିଥିଲେ। ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାରିବାରିକ କଳହ ଯୋଗୁଁ ସେ ମାନସିକ ଚାପରେ ଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରିବା ସହ ସିସିଟିଭି ଦୃଶ୍ୟ ଯାଞ୍ଚ କରୁଛି। ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଦାଖଲ ହୋଇନାହିଁ। ପୁଲିସ ତାଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରୁଛି ଓ କମ୍ପ୍ଲେକ୍ସର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।
ତାରିକ ରହମାନ ବ୍ରିକ୍ସ ସମ୍ମିଳନୀକୁ ନ ଆସିବା ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି ହସିନା

1 hour ago
1


