ARTICLE AD BOX
ବୈଶିଙ୍ଗା(ଦୀପକ କୁମାର ସିଂହ): ବଡ଼ ଧରଣର ବ୍ୟାଙ୍କ ଡକାୟତି ଯୋଜନାକୁ ପଣ୍ଡ କରିଛି ବୈଶିଙ୍ଗା ପୁଲିସ। ରାତି ପ୍ରାୟ ୨ଟା ସମୟରେ ମାନଗୋବିନ୍ଦପୁରସ୍ଥିତ ୟୁନିୟନ ବ୍ୟାଙ୍କ ଭିତରେ ପଶି ଡକାୟତି କରୁଥିବା ବେଳେ ପୁଲିସ ଅଚାନକ ଚଢ଼ାଉ କରିଥିଲା। ପୁଲିସ ଆସିବା ଦେଖି ଅଭିଯୁକ୍ତମାନେ କାର୍ରେ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ମାଣତ୍ରୀ–ବୈଶିଙ୍ଗା ରାସ୍ତାରେ ପୁଲିସ ସେମାନଙ୍କୁ ପିଛା କରି ବୈଶିଙ୍ଗା ଛକ ନିକଟରେ ଧରିଥିବା ସୂଚନା ମିଳିଛି।
ଡକାୟତି ବେଳେ ପୁଲିସ ଚଢ଼ାଉ
ଘଟଣାସ୍ଥଳରୁ ପଶ୍ଚିମବଙ୍ଗ ନମ୍ବର ଥିବା କାର୍କୁ ଜବତ କରାଯାଇଥିବା ବେଳେ ୫ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଏହି ଗ୍ୟାଙ୍ଗର ସଦସ୍ୟମାନେ ରାଜ୍ୟର ବିଭିନ୍ନ ସ୍ଥାନର ଚୋରି ଓ ଡକାୟତି ମାମଲାରେ ଜଡ଼ିତ ଥିବା ନେଇ ପୁଲିସ ତଦନ୍ତ ଜାରି ରଖିଛି। ନୂଆ ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ଯୋଗଦାନ ପରେ ବୈଶିଙ୍ଗା ପୁଲିସର ଏହି ବଡ଼ ସଫଳତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
Fire Accident: ଜଳିଗଲା ଘର: ବ୍ୟବସାୟୀ ଜୀବନ୍ତଦଗ୍ଧ, ଅଳ୍ପକେ ବର୍ତ୍ତିଲେ ପୁଅ-ବୋହୂ

3 hours ago
3


