ARTICLE AD BOX
ପ୍ରଯୁକ୍ତିବିଦ୍ୟାର ବିକାଶ ସହ ଏବେ କାର୍ ଓ ଦୁଇଚକିଆ ଯାନଗୁଡ଼ିକ ଉନ୍ନତ ଓ ଆରାମଦାୟକ ହେବାରେ ଲାଗିଛି। ନିର୍ମାତାମାନେ ଆରାମ ସାଙ୍ଗକୁ ଗାଡ଼ିର କାର୍ଯ୍ୟଦକ୍ଷତା, ଇନ୍ଧନ କ୍ଷମତା ଓ ସୁରକ୍ଷା ଉପରେ ଧ୍ୟାନ ଦେଉଛନ୍ତି। ଗାଡ଼ିର ଟାୟାର୍ କଥା ଆସିଲେ, କେତେକ ଯାନରେ ପାରମ୍ପରିକ ଟ୍ୟୁବ୍ ଓ ଟାୟାର୍ ଉଭୟ ଲାଗୁଥିବାବେଳେ ଅନ୍ୟ କେତେକ ଟ୍ୟୁବଲେସ୍ ଟାୟାର୍ ଆସୁଛି। ଏଗୁଡ଼ିକ ମଧ୍ୟରେ ସବୁଠାରୁ ବଡ଼ ତଫାତ୍ ହେଉଛି ଗଠନ। ପାରମ୍ପରିକ ଭାବେ ଟାୟାର୍ ଭିତରେ ଏକ ପୃଥକ୍ ରବର ଟ୍ୟୁବ୍ ଲାଗିଥାଏ। ଏହି ଭିତର ଟ୍ୟୁବ୍ଟି ଟାୟାର୍କୁ ଫୁଲାଇ ରଖିବା ପାଇଁ ଆବଶ୍ୟକ ବାୟୁ ଧରି ରଖେ। ଅନ୍ୟପକ୍ଷରେ, ଟ୍ୟୁବ୍ଲେସ୍ ଟାୟାର୍ଗୁଡ଼ିକରେ ପୃଥକ୍ ଟ୍ୟୁବ୍ ନଥାଏ; ଟାୟାର୍ର ଭିତର ଆସ୍ତରଣ ହିଁ ବାୟୁକୁ ଧରି ରଖେ। ଟାୟାର୍ ଓ ରିମ୍ ମଧ୍ୟରେ ଏକ ଏୟାର୍ଟାଇଟ୍ ସିଲ୍ ସୃଷ୍ଟି ଲାଗି ଏଥିରେ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥାଏ, ଯାହା ପବନକୁ ବାହାରକୁ ଯିବାକୁ ଦେଇ ନ ଥାଏ। ଏହି ଟାୟାର୍ ଏବେ ଲୋକପ୍ରିୟ ହେବାରେ ଲାଗିଛି।
IDBI Bank: ସରଳ ବିଚାର: ଆଇଡିବିଆଇ ବ୍ୟାଙ୍କର ବିଦେଶୀ ମାଲିକାନା
କାରଣ ଏହାର ଅନେକ ସୁବିଧା ବି ରହିଛି। କିଛି ମୁନିଆ ଜିନିଷ ଟ୍ୟୁବ୍ଲେସ୍ ଟାୟାର୍କୁ ଭେଦ କଲେ ବି ସେଥିରୁ ପବନ ଧୀରେ ଧୀରେ ବାହାରିଥାଏ। ଫଳରେ ଆରୋହୀଙ୍କୁ ଗାଡ଼ିକୁ ସୁରକ୍ଷିତ ଭାବେ ଅଟକାଇବା ଲାଗି କିଛି ସମୟ ମିଳେ। ତେବେ ପାରମ୍ପରିକ ଟ୍ୟୁବ୍ ଟାୟାର୍ ଲିକ୍ ହେଲେ ଭିତର ଟ୍ୟୁବ୍ରୁ ଦ୍ରୁତ ଗତିରେ ପବନ ବାହାରିଯାଏ। ହଠାତ୍ ବାୟୁ ଚାପ ହ୍ରାସ ହେଲେ ଗାଡ଼ିକୁ ନିୟନ୍ତ୍ରଣ କରିବା କଷ୍ଟକର ହୁଏ ଓ ଦୁର୍ଘଟଣାର ଆଶଙ୍କା ବଢ଼ାଇଥାଏ। ସେହିପରି ଚକରୁ ଟାୟାର୍କୁ ନ କାଢ଼ି ଟ୍ୟୁବଲେସ୍ ଟାୟାର୍ ଲିକ୍ ମରାମତି କରାଯାଇପାରିବ, ଯାହା ପ୍ରକ୍ରିୟାକୁ ଶୀଘ୍ର ଓ ସୁବିଧାଜନକ କରିଥାଏ। ତେବେ ଟ୍ୟୁବ୍ ଟାୟାର୍ଗୁଡ଼ିକ ସାଧାରଣତଃ ସୁଲଭ ଏବଂ ମରାମତି କରିବା ସହଜ। ଦୁର୍ଗମ ରାସ୍ତା ପାଇଁ ବି ଏହାର ଡିଜାଇନ୍ କରାଯାଇଛି। ତଥାପି, ପ୍ରତ୍ୟେକ ଯାନ ପାଇଁ କେଉଁ ଟାୟାର୍ ଭଲ, ତାହା କହିହେବ ନାହିଁ। ଚକର ଡିଜାଇନ୍, ଡ୍ରାଇଭିଂ ଅବସ୍ଥା, ରକ୍ଷଣାବେକ୍ଷଣ ଓ ଆନୁଷଙ୍ଗିକ ଖର୍ଚ୍ଚାଦି ଦୃଷ୍ଟିରୁ ହିଁ ଏହାର ବିଚାର କରାଯାଇପାରେ।
Neglect: ୩୦ବର୍ଷ ପରେ ବି ସୁନାରୀସାହି ରାସ୍ତା ଓ ନାଳର ପୁନଃରୁଦ୍ଧାର ହୋଇନଥିବା ଅଭିଯୋଗ

1 day ago
3


