Trump Warning: ଆଲୋଚନା ନକଲେ ଇରାନର ବିଦ୍ୟୁତ ପ୍ରକଳ୍ପ ଓ ବ୍ରିଜ୍ ଉଡ଼ାଇବ ଆମେରିକା: ଚରମ ଚେତାବନୀ ଦେଲେ ଟ୍ରମ୍ପ

1 month ago 10
ARTICLE AD BOX

ୱାଶିଂଟନ୍/ତେହେରାନ: ଇରାନ ଯଦି ଆଲୋଚନା ଟେବୁଲକୁ ନଆସେ, ତେବେ ଆସନ୍ତା ସପ୍ତାହରୁ ଆମେରିକୀୟ ସେନା ନିଜର ସାମରିକ ଅଭିଯାନକୁ ଆହୁରି ବ୍ୟାପକ କରି ଦେଶର ବିଦ୍ୟୁତ ପ୍ରକଳ୍ପ ଓ ପ୍ରମୁଖ ବ୍ରିଜ୍ଗୁଡ଼ିକୁ ଟାର୍ଗେଟ୍ କରିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚରମ ଚେତାବନୀ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଇରାନ ପକ୍ଷରୁ ସକାରାତ୍ମକ ପ୍ରତିକ୍ରିୟା ନମିଳିଲେ ଆଗାମୀ ସପ୍ତାହ ସେମାନଙ୍କ ପାଇଁ ଅତ୍ୟନ୍ତ ଭୟାବହ ହେବ ଏବଂ ତାଙ୍କ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ଏହି ଆକ୍ରମଣ ଜାରି ରହିବ। ଏହି ବୟାନ ସେଭଳି ସମୟରେ ଆସିଛି ଯେତେବେଳେ ଆମେରିକୀୟ ସେନା ଲଗାତାର ଚତୁର୍ଥ ଦିନ ପାଇଁ ଇରାନ ଘାଟି ଉପରେ ବୋମାବର୍ଷଣ କରିବା ସହ ତାର ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ପୁନର୍ବାର ସାମୁଦ୍ରିକ ଅବରୋଧ ଜାରି କରିଛି। ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ମଧ୍ୟ ପ୍ରାଚ୍ୟରେ ୨୦ରୁ ଅଧିକ ଯୁଦ୍ଧପୋତ ଓ ଶତାଧିକ ସାମରିକ ବିମାନ ମୁତୟନ କରାଯାଇଛି, ଯାହା ଗତ ଜୁନ୍ ୧୭ର ସୁରକ୍ଷିତ ମିଳିତ ଅସ୍ତ୍ରବିରତି ଆଶାକୁ ସମ୍ପୂର୍ଣ୍ଣ ଧୂଳିସାତ କରିଦେଇଛି।

ମହାଯୁଦ୍ଧର କଳାବାଦଲ ଘୋଟି ଆସିଛି

ଅପରପକ୍ଷେ, ଆମେରିକାର ଏହି ସାମୁଦ୍ରିକ ଅବରୋଧକୁ ଇରାନ ତୀବ୍ର ନିନ୍ଦା କରିବା ସହ ଶାନ୍ତି ଆଲୋଚନା ପାଇଁ ହୋଇଥିବା ସମସ୍ତ ବୁଝାମଣାର ଏହା ଅନ୍ତ ଘଟାଇଛି ବୋଲି କହିଛି। ଇରାନର ଉପବିଦେଶ ମନ୍ତ୍ରୀ କାଜେମ ଗରିବାବାଦୀ ପ୍ରକାଶ କରିଛନ୍ତି ଯେ, ଆମେରିକା ନିଜ ପ୍ରତିଶ୍ରୁତିରୁ ଓହରି ‘ଇସଲାମାବାଦ ବୁଝାମଣାପତ୍ର’ (ଏମଓୟୁ) କୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ଏହି କାରଣରୁ ଇରାନ ନିଜକୁ ଆଉ ଏହି ବୁଝାମଣାରେ ବାନ୍ଧି ରଖିବ ନାହିଁ ଏବଂ ୱାଶିଂଟନ୍ ସହ କୌଣସି ପରିସ୍ଥିତିରେ ବି ନୂତନ ଭାବେ ଆଲୋଚନା ପାଇଁ ଅନୁରୋଧ କରିବ ନାହିଁ ବୋଲି ସେ ଦୃଢ଼ତାର ସହ ଜଣାଇଛନ୍ତି। ଉଭୟ ଦେଶର ଏହି ଆଭିମୁଖ୍ୟ ଯୋଗୁଁ ସାମୁଦ୍ରିକ ରଣକ୍ଷେତ୍ର ହର୍ମୁଜ୍‌ପ୍ରଣାଳୀରେ ପୁଣି ଥରେ ମହାଯୁଦ୍ଧର କଳାବାଦଲ ଘୋଟି ଆସିଛି।

Hunger Strike: ୨ ଦିନ ମଧ୍ୟରେ ସୋନମ ୱାଙ୍ଗଚୁକଙ୍କ ମୃତ୍ୟୁ ହୋଇପାରେ: ଜବରଦସ୍ତ ଖାଇବାକୁ ଦେବା ପାଇଁ ହାଇକୋର୍ଟରେ ଆବେଦନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.