Transfer: କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କୁ ବଦଳି ନିର୍ଦ୍ଦେଶ

1 day ago 2
ARTICLE AD BOX

କଟକ: ନିଆଳି ପନିର୍‌ରେ ଷ୍ଟାର୍ଚ ସହ ଲୁଗା ସଫା ଡିଟରଜେଣ୍ଟ୍‌ ମିଶାଇ ବିକ୍ରି କରାଯାଉଥିବାର ଅଭିଯୋଗର ତଦନ୍ତ ରିପୋର୍ଟ ହରିୟାଣା ଲ୍ୟାବରୁ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୋଗ କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କୁବଦଳିନିର୍ଦ୍ଦେଶଦେଇଥିବା ଜଣାଯାଇଛି। ତାଙ୍କୁ ରାଇରଙ୍ଗପୁରକୁ ବଦଳି କରାଯାଇଥିବା ଜଣାଯାଇଛି। ସେ ନିଆଳି ଅଞ୍ଚଳର ଖାଦ୍ୟ ସୁରକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ହେତୁ ଓ ଦାୟିତ୍ୱ ସଠିକ୍ ରୂପେ ତୁଲାଇନଥିବାରୁ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପନିର୍‌ରେ ଷ୍ଟାର୍ଚ ସହ ଲୁଗା ସଫା ଡିଟରଜେଣ୍ଟ୍‌ ମିଶାଇ ବିକ୍ରି କରାଯାଉଛି

ସୂଚନାଯୋଗ୍ୟ, ପନିର୍‌ରେ ଷ୍ଟାର୍ଚ ସହ ଲୁଗା ସଫା ଡିଟରଜେଣ୍ଟ୍‌ ମିଶାଇ ବିକ୍ରି କରାଯାଉଛି। କଟକ ପୌର ନିଗମର ସ୍ବାସ୍ଥ୍ୟ ବିଭାଗ ଗତ ମାସରେ ଜବତ କରିଥିବା ୭୦ କ୍ବିଣ୍ଟାଲ୍‌ରୁ ଅଧିକ ପନିର୍‌ର ଲ୍ୟାବ୍‌ ରିପୋର୍ଟରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଜବତ ପନିର ନମୁନାକୁ ରାଜ୍ୟ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସହ ଅନୁବନ୍ଧିତ ଥିବା ହରିୟାଣାର ଏକ ଘରୋଇ ଲ୍ୟାବ୍‌କୁ ପଠାଯାଇଥିଲା। ପରୀକ୍ଷାରୁ ଜବତ ପନିର୍‌ରେ ମଇଦା, ଆରାରୁଟ୍‌, କର୍ଣ୍ଣଫ୍ଲୋର‌ ପରି ଷ୍ଟାର୍ଚ ମିଶିବା ସହ ଲୁଗାସଫା ଡିଟରଜେଣ୍ଟ ମିଶିଥିବା କୁହାଯାଇଛି। ଏହା ମଣିଷ ଶରୀରରେ ସ୍ଲୋ ପଏଜନ୍‌ ଭାବେ କାମ କରିଥାଏ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ଆଗାମୀ ଦିନରେ ଏହା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ନିଗମ ପକ୍ଷରୁ କୁହାଯାଇଛି। 

କେଏମ୍‌ସିର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଗଷ୍ଟ ୧୯ ସଂଧ୍ୟାରେ ଲିଙ୍କରୋଡ୍‌ ଓ ପ୍ରେସଛକରେ ଚଢ଼ଉ କରାଯାଇଥିଲା। ସହର ମଧ୍ୟକୁ ନିଆଳିରୁ ୭ଟି ଅଟୋ ଓ ଟାଟା ଏସି ଗାଡ଼ିରେ ୭୦ କ୍ବିଣ୍ଟାଲରୁ ଅଧିକ ପନିର୍‌ ଆସୁଥିବା ବେଳେ ଲିଙ୍କରୋଡ୍‌ରୁ ଏହାକୁ ଜବତ କରାଯାଇଥିଲା। ଜବତ ପନିର୍‌କୁ ସେହି ସ୍ଥାନରେ ଆୟୋଡିନ୍‌ ଚେଞ୍ଜର୍‌ ମାଧ୍ୟମରେ ପରୀକ୍ଷା କରାଯିବା ପରେ ତାହା ଅପମିଶ୍ରିତ ବୋଲି ଜଣାପଡ଼ିଥିଲା। ଉକ୍ତ ପନିର୍‌ ମଇଦା, ଆରାରୁଟ ଓ କେମିକାଲ୍‌ ମିଶାଯାଇ ପ୍ରସ୍ତୁତ କରାଯାଉଥିବା କିଛି ବ୍ୟବସାୟୀ ମାନିଥିଲେ। ପରେ ଖାଦ୍ୟ ସୁରକ୍ଷା ଆଇନ ବଳରେ ଜବତ ଅପମିଶ୍ରିତ ପନିରକୁ ସତୀଚୌରା ନିକଟରେ ପୋତି ଦିଆଯିବା ସହ ପରୀକ୍ଷା ପାଇଁ ପନିର ନମୁନା ସଂଗ୍ରହ କରାଯାଇଥିଲା। ନିଆଳି ଅଞ୍ଚଳରେ ଅଧିକ ପରିମାଣରେ ଏଭଳି ଅପମିଶ୍ରିତ ପନିର ପ୍ରସ୍ତୁତ କରାଯାଇ କଟକ ଓ ଭୁବନେଶ୍ବରକୁ ପଠାଯାଉଥିବା ବ୍ୟବସାୟୀମାନେ କହିିଥିଲେ। କେଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର କୁମାର ଶତପଥୀ କହିଛନ୍ତି, ଜବତ ପନିରରେ ଷ୍ଟାର୍ଚ ସହ ଲୁଗାସଫା ଡିଟରଜେଣ୍ଟ ମିଶୁଥିବା ସ୍ପଷ୍ଟ ହୋଇଛି। ଉକ୍ତ ରିପୋର୍ଟ ଏବେ ରାଜ୍ୟ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକଙ୍କ ନିକଟରେ ଅଛି।

G. Udayagiri: କଳିଙ୍ଗା ଘାଟିରେ ଗାର୍ଡ ୱାଲ୍ ଧସିବା ଘଟଣା: ସ୍ଥିତି ପରଖିଲେ ଘୁ.ଉଦୟଗିରି ବିଧାୟକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.