Traffic Rule Violations ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ୩୫ ନାବାଳକ ଚାଳକ ତଣ୍ଡିଲେ ୧ଲକ୍ଷ ୭୦ ହଜାର ଟଙ୍କା

47 minutes ago 1
ARTICLE AD BOX

ରାୟଗଡା:  ରାୟଗଡା ସହର ସ୍ଥିତ ଚେକାଗୁଡ଼ା ଛକ ରେ ଟ୍ରାଫିକ ନିୟମ ଉଲଂଘନ ଅଭିଯୋଗରେ ୩୫ ଜଣ ନାବାଳକଙ୍କୁ ୧ ଲକ୍ଷ ୬୯ ହଜାର ୪୦୦ ଟଙ୍କାର ଚାଲାଣ କାଟିଛି ରାୟଗଡ଼ା ପୁଲିସ। 

Impossible traffic: ପଳାଶୁଣୀରେ ଅସମ୍ଭାଳ ଟ୍ରାଫିକ୍‌

ଆଜି (ଗୁରୁବାର) ସନ୍ଧ୍ୟାରେ ରାୟଗଡା ପୁଲିସ ପକ୍ଷରୁ ହୋଇଥିବା ଟ୍ରାଫିନ୍‌ ନିୟମ ଉଲ୍ଲଂଘନ ଧରପଗଡ଼ ଅଭିଯାନ ବେଳେ କିଛି ନାବାଳକ ବିନା ହେଲମେଟ, ଗାଡ଼ି ଚଲେଇବା ସମୟରେ ମୋବାଇଲରେ କଥା ହେଉ ଥିବା, ଗୋଟିଏ ବାଇକରେ ତିନି ଜଣ, ଗାଡ଼ିର ଆବଶ୍ୟକ କାଗଜପତ୍ର ନଥିବାରୁ ଅନ୍‌ଲାଇନ ଚାଲାଣ କରାଯାଇଛି ବୋଲି ଏଏସଆଇ ସୂର୍ଯ୍ୟ ନାରାୟଣ ପାଢ଼ୀ କହିଛନ୍ତି।

ନ ସୁଧୁରିଲେ ଫସିବେ, ଡିସେମ୍ବର ୧ରୁ ଟ୍ରାଫିକ୍‌ ଆଇନ କଡ଼ାକଡ଼ି: ମନ୍ତ୍ରୀ

ସୂଚନାଯୋଗ୍ୟଯେ ଚଳିତବର୍ଷ ରାୟଗଡା ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି I ଏପରିକି ମଦ୍ୟପାନ କାରି ଗାଡି ଚଳାଇବା ଘଟଣା ଏବଂ ଦ୍ରୁତବେଗରେ ଗାଡି ଚଳାଇବା ଘଟଣା ମାନ ବୃଦ୍ଧିପାଇଛି I ଏନେଇ ଦୃଷ୍ଟି ଦେଇ ପୁଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ପୁଲିସ ସୂଚନା ଦେଇଛି I

‘ବଡି କ୍ୟାମେରା’ରେ ହେବ ଟ୍ରାଫିକ୍‌ ଉଲ୍ଲଂଘନର ତଦାରଖ, ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୭ ସହର

ସହରର ମୁଖ୍ୟ ରାସ୍ତା ଓ ଛକ ନିକଟରେ ରାୟଗଡା ପୁଲିସ ପକ୍ଷରୁ ଜୋରଦାର ଚେକିଂ କରାଯାଉଛି। ଏହାପୂର୍ବରୁ ସଚେତନତା କାର୍ଯ୍ୟକ୍ରମରେ, ରାୟଗଡା ପୁଲିସ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବାଇକ୍ ଆରୋହୀଙ୍କୁ ସଚେତନତା କରିବା ପାଇଁ ଗୋଲାପ ଫୁଲ ଓ ହେଲମେଟ ବଣ୍ଟନ କରିଥିଲେ I ସହର ମଧ୍ୟରେ ନାବାଳକ ଓ ଯୁବକ ମାନେ ବିକଟାଳ ଶବ୍ଦ କରି ରିଙ୍ଗ ରୋଡ଼, ଜ୍ୟୋତିମହଲ ହୋଟେଲ ରାସ୍ତା ବାଇକ ଚଳାଉଥିବା ନେଇ ଆଜି ସାମ୍ବାଦିକ ମାନେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟ ପ୍ରକାଶ ନନ୍ଦଙ୍କୁ ଅଭିଯୋଗ କରିଥିଲେ I ଏନେଇ କାର୍ଯ୍ୟାନୁଷ୍ଠାନ ହେବ ନେଇ ଏ ଏସ ପି ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି I

Read Entire Article
LEFT SIDEBAR AD

Hidden in mobile, Best for skyscrapers.